ଶୀତଦିନେ ଶିଶୁର ଯତ୍ନ

ଯେଉଁ ଶିଶୁ ଜନ୍ମବେଳେ ଠିକ୍‌ ଓଜନର ହେବା ସହ ଭଲ ଭାବେ କାନ୍ଦିଥାଏ ଆମେ ତାକୁ ସୁସ୍ଥ ଶିଶୁ ବୋଲି କହିଥାଉ। ତଥାପି ଜନ୍ମପରେ ପରେ ଶିଶୁର ଚିକିତ୍ସା ଆବଶ୍ୟକ। ଏହା ମଧ୍ୟ ବାହାର ଉତ୍ତାପ ଉପରେ ନିର୍ଭର କରିଥାଏ। ଗ୍ରୀଷ୍ମ ଓ ଶୀତଋତୁରେ ଶିଶୁର ଚିକିତ୍ସା ଭିନ୍ନ ଭିନ୍ନ ହୋଇଥାଏ। ସାଧାରଣତଃ ଜନ୍ମ ପରେ ଶିଶୁକୁ ଶୁଖିଲା ଓ ପତଳା କନାରେ ପୋଛିଦେଇ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇଦେବା ଉଚିତ। ବିଶେଷକରି ଶୀତଦିନେ ବାହାର ତାପମାତ୍ରା କମ୍‌ ଥିବାରୁ ଶିଶୁକୁ ଘୋଡ଼ାଇଦେଇ ବେବି ଓ୍ବାର୍ମରରେ ଶୁଆଇ ଦିଆଯାଏ। ମା’ ଗର୍ଭରେ ଥିବାବେଳେ ସେ ଯେତିକି ଉଷୁମ ରହୁଥିଲା ବେବି ଓ୍ବାର୍ମରରେ ମଧ୍ୟ ସେତିକି ଉତ୍ତାପ ରହିବା ଆବଶ୍ୟକ। ଦ୍ୱିତୀୟ କଥା ହେଉଛି ଶ୍ୱାସକ୍ରିୟା ଠିକ୍‌ ହେଉଛି ନା ନାହିଁ ଦୃଷ୍ଟି ଦେବା ଦରକାର।
ଏହା ପରର ମୁଖ୍ୟ ଜିନିଷ ହେଉଛି ଶିଶୁର ଖାଦ୍ୟ। ଜନ୍ମହେବା ମାତ୍ରେ ଶିଶୁକୁ ମା’ କ୍ଷୀର ଖୁଆଇବା ଆବଶ୍ୟକ। ସେ ସମୟରେ ମା’ ତାକୁ ଭଲଭାବେ କୋଳେଇ ନେବା ଦ୍ୱାରା ମା’ର ହାତ ଓ ପିନ୍ଧିବା ବସ୍ତ୍ର ତାକୁ ଉଷୁମ ରଖିବାରେ ସାହାଯ୍ୟ କରିଥାଏ। ଏହାଛଡ଼ା ଖାଇବା ପରେ ମଧ୍ୟ ମା’ର ଉଷୁମ କୋଳ ତାକୁ ଗରମ ରଖିଥାଏ, ଏହାକୁ ରୁମିଂ ଇନ୍‌ ବା ବେଡିଂ ଇନ୍‌ କୁହାଯାଏ। ଏହା ମା’ ଓ ଶିଶୁ ମଧ୍ୟରେ ଏକ ସୁଦୃଢ଼ ବନ୍ଧନ ରଖିବା ସହ ଶିଶୁକୁ ସୁରକ୍ଷା ଦେଇଥାଏ। ଶୀତଦିନେ ପ୍ରାୟ ପ୍ରତ୍ୟେକ ହସ୍ପିଟାଲରେ ଶିଶୁକୁ ଗରମ ରଖିବା ଲାଗି ମା’ ନିଜ ଶାଢ଼ି ବା ଗାଉନ ଭିତରେ ଘୋଡ଼ାଇ ରଖି କ୍ଷୀର ଖୁଆଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି, ଯାହାକୁ କଙ୍ଗାରୁ କେୟାର କୁହାଯାଇଥାଏ।
ଶୀତଦିନେ ଜନ୍ମହେବା ପରେ ପରେ ଶିଶୁକୁ ଗାଧୋଇଦେବା ଉଚିତ୍‌ ନୁହେଁ। ସେଥିପାଇଁ ଆଜିକାଲି ଶିଶୁକୁ ଅଏଲ୍‌ ବାଥ୍‌ ଦିଆଯାଉଛି କିମ୍ବା କେବଳ ମଳ ପୋଛି ବେବି ଓ୍ବାର୍ମରରେ ଶୁଆଇ ଦିଆଯାଉଛି। ଅନ୍ୟଦିନ ଅପେକ୍ଷା ଏଦିନେ ଶିଶୁର ଅଧିକ ଯତ୍ନ ନେବାକୁ ପଡ଼ିଥାଏ। ବାହାରର ଥଣ୍ଡା ପବନରୁ ରକ୍ଷା ପାଇବା ପାଇଁ କବାଟ ଝରକା ବନ୍ଦ କରି ଉଷୁମ ତେଲ ମାଲିସ୍‌ କରିବା ଆବଶ୍ୟକ। ନଡ଼ିଆ ତେଲ, ରାଶି ତେଲ, ଅଲିଭ୍‌ ତେଲ କିମ୍ବା ଯେକୌଣସି ବେବି ଅଏଲ୍‌କୁ ନଖଉଷୁମ କରି ମାଲିସ୍‌ କରିବା ଭଲ। ତେଲ ମାଲିସ୍‌ ଆଗରୁ ହାତକୁ ସାମାନ୍ୟ ଗରମ କରିବା ଦରକାର। ଏହାପରେ ସଙ୍ଗେସଙ୍ଗେ ଶିଶୁକୁ ଘୋଡ଼ାଇ ଦେଇ ଖୁଆଇବା ଆବଶ୍ୟକ। ଦିନକୁ ଦୁଇଥର ତେଲ ମାଲିସ୍‌ କଲେ ଶିଶୁ ଦେହରେ ରକ୍ତ ସଞ୍ଚାଳନ ଭଲ ହେବା ସହ ଶରୀରକୁ ସଶକ୍ତ ହେବାରେ ସାହାଯ୍ୟ କରିଥାଏ। ମାଲିସ୍‌ ପରେ ଶିଶୁକୁ ଗାଧୋଇବା ପୂର୍ବରୁ କୋଠରିକୁ ରୁମ୍‌ ହିଟର ଲଗାଇ ଉଷୁମ କରିବା ସହ ଉଷୁମ ପାଣିରେ ଗାଧୋଇବା ଦରକାର। ପ୍ରଥମେ ପ୍ରଥମେ ଶିଶୁକୁ ଅଧିକ ନ ଗାଧେଇ ଉଷୁମ ପାଣିରେ କପଡ଼ା ବୁଡ଼ାଇ ଚିପୁଡ଼ି ଭଲଭାବେ ପୋଛିବା(ସ୍ପଞ୍ଜିଂ) ଆବଶ୍ୟକ।
ଶୀତଦିନେ ଶିଶୁକୁ ନରମ ଉଲେନ ପୋଷାକ ପିନ୍ଧାଇବା ଆବଶ୍ୟକ। ଏଥିସହ ହାତ ଓ ଗୋଡ଼ ମୋଜା, ଟୋପି ପିନ୍ଧାନ୍ତୁ। ସୂତା କମ୍ବଳ ବା ନରମ ଉଲେନ କମ୍ବଳ ଘୋଡ଼ାଇବା ଦରକାର। କିନ୍ତୁ ବେଳେବେଳେ ବେଶି ଗରମ ଡ୍ରେସ୍‌ ପିନ୍ଧାଇଲେ ଶିଶୁର ଝାଳ ବାହାରି ଡିହାଇଡ୍ରେଶନ୍‌ ହୋଇଯାଏ। ଏଥିପାଇଁ ଶିଶୁ ଘନ ଘନ ନିଃଶ୍ୱାସ ନିଏ।
ଏହି ଦିନେ ଥଣ୍ଡା, କାଶ, ଜ୍ୱର, ପ୍ଲୁ ବା ଏନ୍‌ଫ୍ଲୁଏଞ୍ଜା ଓ କିଛି ଭୂତାଣୁଜନିତ ରୋଗ ହୋଇଥାଏ। ଶିଶୁର ରୋଗ ପ୍ରତିରୋଧକକାରୀ ଶକ୍ତି ବଢ଼ାଇବା ପାଇଁ ଶିଶୁକୁ ନିୟମିତ ସ୍ତନ୍ୟପାନ କରାନ୍ତୁ। ଶିଶୁକୁ ଧରିବା ଆଗରୁ ହାତକୁ ସାବୁନରେ ଭଲଭାବେ ଧୁଅନ୍ତୁ। ଶୀତଦିନେ ଥଣ୍ଡା, ଜ୍ୱର, କାଶ, କଫ, ଛିଙ୍କ ଆଦି ବ୍ୟାପୁଥିବାରୁ ଯେଉଁମାନଙ୍କୁ ଏହା ହୋଇଥାଏ ସେମାନଙ୍କଠାରୁ ଶିଶୁକୁ ଦୂରେଇ ରଖନ୍ତୁ। ଶିଶୁକୁ ଉପଯୁକ୍ତ ସମୟରେ ଟିକା ଦିଅନ୍ତୁ। କାରଣ ଏହା କେତେଗୁଡିଏ ବିପଜ୍ଜନକ ରୋଗରୁ ରକ୍ଷା କରିଥାଏ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଫ୍ଲ ଭ୍ୟାକ୍ସିନ୍‌ ଦିଅନ୍ତୁ। ପରିବାର ସଦସ୍ୟଙ୍କୁ ଧୂମପାନ କରିବାରୁ ବିରତ କରାନ୍ତୁ। କାରଣ ଏହାଦ୍ୱାରା ଶିଶୁ(ନିଷ୍କ୍ରିୟ ଧୂମପାନ ବା ପାସିଭ୍‌ ସ୍ମୋକିଂ) ବେଶି ପରିମାଣରେ କାଶ, କଫ ଓ ଭୂତାଣୁଜନିତ ସଂକ୍ରମଣ ଭୋଗିଥାନ୍ତି। ଶିଶୁଙ୍କୁ ଥଣ୍ଡା, ଜ୍ୱର, କାଶ ବା ଫ୍ଲୁ ହେଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କାଳ ବିଳମ୍ବ ନ କରି ଔଷଧ ଦିଅନ୍ତୁ। କାରଣ ଏହା ବେଳେବେଳେ ନିମୋନିଆ ଭଳି ମାରାତ୍ମକ ଶ୍ୱାସଜନିତ ସଂକ୍ରମଣ କରାଏ। ଏହାଦ୍ୱାରା ଶିଶୁକୁ ଶ୍ୱାସରୋଗ ମଧ୍ୟ ହୋଇଥାଏ। ଯଦି ଶିଶୁର ୧୦୦-୧୦୨ ଡିଗ୍ରୀ ଟେମ୍ପରେଚର ରହୁଛି ତେବେ ସଙ୍ଗେସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଶୀତଦିନେ ଥଣ୍ଡା ବାତାବରଣ ଯୋଗୁ ଶିଶୁମାନେ ରୋଗରେ ପଡ଼ିବା ସ୍ବାଭାବିକ। ତେଣୁ ଏହି ଋତୁରେ ଖୁବ୍‌ ଯତ୍ନବାନ୍‌ ହୁଅନ୍ତୁ ଏବଂ ନିଜ ଶିଶୁକୁ ସୁସ୍ଥ ରଖନ୍ତୁ।
ଡା. ସରୋଜିନୀ ଷଡଙ୍ଗୀ
– ଲିଙ୍କ୍‌ରୋଡ୍‌, କଟକ ୧୨
ମୋ- ୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri