ଶୀତଦିନ ଓ ଅବସାଦ

ଶୀତଦିନେ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ଫଳରେ ଉତ୍ତର ଗୋଲାର୍ଦ୍ଧରେ ଦିନ କମି ରାତି ଅଧିକ ସମୟ ହୁଏ। ତେଣୁ ସୂର୍ଯ୍ୟାଲୋକ ଆମ ଦେହରେ କମ୍‌ ସମୟ ପାଇଁ ପଡ଼େ। ୨୦୦୮ ମସିହାରେ ଜର୍ମାନ୍‌ ବୈଜ୍ଞାନିକମାନେ ଚର୍ମକୋଷରେ ଜୈବ ଘଟିକାର ଜିନ୍‌ ଥିବା ପ୍ରମାଣକଲେ । ଏହା ଉପରେ ୟୁ.ଭି. ଆଲୋକ ପଡ଼ିଲେ ମସ୍ତିଷ୍କ ଭିତରେ ଥିବା ‘ହାଇପୋଥାଲାମ୍‌ସକୁ’ ସନ୍ଦେଶ ଯାଏ। ରାତି ଅଧିକ ସମୟ ହେଲେ ଆଖିର ସ୍ନାୟୁ ଦେଇ ଆଲୋକ ହାଇପୋଥାଲାମ୍‌ସରେ ଯଥେଷ୍ଟ ପହଞ୍ଚିପାରେ ନାହିଁ…

ସୂର୍ଯ୍ୟ ସକଳ ଶକ୍ତିର ଆଧାର। ସୂର୍ଯ୍ୟରଶ୍ମି ଅଭାବରୁ ଜୀବ ଓ ଉଦ୍ଭିଦଜଗତ ତିଷ୍ଠିପାରିବ ନାହିଁ। ଦେହରେ ସୂର୍ଯ୍ୟାଲୋକ ପଡ଼ିଲେ ମନ ଆନନ୍ଦିତ ହୋଇଉଠେ। ଏଥିରେ ଥିବା ଅଲ୍ଟାଭାଓଲେଟ୍‌ ବିକିରଣ ଜୀବକୋଷ ଭିତରେ ଥିବା ଡିଏନ୍‌ଏକୁ ସମୃଦ୍ଧକରେ। ଆମକୁ ଆନନ୍ଦ ଦେଉଥିବା ହରମୋନ ସିରୋଟୋନିନ୍‌, ଡୋପାମିନ୍‌ ଓ ଏଣ୍ଡୋରଫିନ୍‌ ପରିମାଣ ବୃଦ୍ଧି ଘଟେ। ଏମାନେ ଶରୀରର ପ୍ରାକୃତିକ ଅଫିମ ।
ଶୀତଦିନେ ମସ୍ତିଷ୍କରୁ ନିସ୍ରବଣ ହେଉଥିବା ‘ମେଲାଟୋନିନ୍‌’ ହରମୋନ କମିଯାଏ। ଫଳରେ ଅଳସୁଆ ଲାଗେ ଓ ନିଦ ହୁଏନାହିଁ। ନୂତନ ବୈଜ୍ଞାନିକ ତଥ୍ୟ ଅନୁଯାୟୀ ଆଲୋକ ଚର୍ମ ଉପରେ ପଡ଼ିବା ଫଳରେ ଆମୋଦଦାୟକ ହରମୋନ ନିସ୍ରବଣ ବୃଦ୍ଧି ହୁଏ ଓ ଏହା ରକ୍ତରେ ମିଶି ମସ୍ତିଷ୍କକୁ ଯାଏ। ସୂର୍ଯ୍ୟରଶ୍ମି ଜୈବ ଘଟିକାକୁ ନିୟନ୍ତ୍ରଣକରେ। ଦେହର ଉତ୍ତାପକୁ କମ୍‌ ବେଶି କରେ । ସଜାଗ ରହିବା, ନିଦ ହେବା, ହରମୋନ ନିସ୍ରବଣ, ସମୟ ଅନୁସାରେ ଖାଇବା ଓ ଶରୀରର ବିଭିନ୍ନ କାର୍ଯ୍ୟ ଆଲୋକ ଦ୍ୱାରା ସଂଘଟିତ ହୁଏ। ଆଲୋକ ଅଭାବରୁ ଅବସାଦ ବୃଦ୍ଧି ହୁଏ।
ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ଫଳରେ ଉତ୍ତର ଗୋଲାର୍ଦ୍ଧରେ ଦିନ କମି ରାତି ଅଧିକ ସମୟ ହୁଏ। ତେଣୁ ସୂର୍ଯ୍ୟାଲୋକ ଆମ ଦେହରେ କମ୍‌ ସମୟ ପାଇଁ ପଡ଼େ। ୨୦୦୮ ମସିହାରେ ଜର୍ମାନ୍‌ ବୈଜ୍ଞାନିକମାନେ ଚର୍ମକୋଷରେ ଜୈବ ଘଟିକାର ଜିନ୍‌ ଥିବାର ପ୍ରମାଣକଲେ। ଏହା ଉପରେ ୟୁ.ଭି. ଆଲୋକ ପଡ଼ିଲେ ମସ୍ତିଷ୍କ ଭିତରେ ଥିବା ‘ହାଇପୋଥାଲାମସକୁ’ ସନ୍ଦେଶ ଯାଏ। ରାତି ଅଧିକ ସମୟ ହେଲେ ଆଖିର ସ୍ନାୟୁ ଦେଇ ଆଲୋକ ହାଇପୋଥାଲାମସରେ ଯଥେଷ୍ଟ ପହଞ୍ଚିପାରେ ନାହିଁ। ଏହି ଗ୍ରନ୍ଥି ମନର ପ୍ରବୃତ୍ତିକୁ ନିୟନ୍ତ୍ରଣକରେ। ଡୋପାମିନ୍‌ ଓ ସିରୋଟୋନିନ୍‌ ନିସ୍ରବଣ ବନ୍ଦ ହୋଇଯାଏ। ତେଣୁ ଅବସାଦ ବୃଦ୍ଧି ହୁଏ। ଏହା ଶୀତଦିନେ ଅଧିକ ଦେଖାଯାଏ। ଅଧିକ ମିଠା ଓ ଶ୍ୱେତସାର ଜାତୀୟ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ। ତେଣୁ ଶୀତଋତୁରେ ଦେହର ଓଜନ ବଢ଼ିଯାଏ। ଅଧିକ ସମୟ ଶୋଇବାକୁ ପଡ଼େ। ବିରକ୍ତ ଲାଗେ। ଏହାକୁ ଋତୁଗତ ଅସୁସ୍ଥତା କିମ୍ବା ଶୀତଋତୁ ଅବସାଦ କୁହାଯାଏ। ବିଷୁବରେଖାଠାରୁ ଉତ୍ତରରେ ଥିବା ଦେଶଗୁଡ଼ିକରେ ଏହାର ପ୍ରାଦୁର୍ଭାବ ବେଶି। ପୁରୁଷଙ୍କ ଅପେକ୍ଷା ୪ଗୁଣ ମହିଳା ଏଥିରେ ଆକ୍ରାନ୍ତ ହୁଅନ୍ତି। ଆମେରିକାରେ ୫ ରୁ ୭ ପ୍ରତିଶତ ଲୋକ ଶୀତଋତୁରେ ଆକ୍ରାନ୍ତ ହୁଅନ୍ତି। ଆମେରିକାରେ ୫ରୁ ୭ ପ୍ରତିଶତ ଲୋକ ଶୀତଋତୁ ଅସୁସ୍ଥତା ଭୋଗ କରନ୍ତି। ଅନ୍ଧାର ମସ୍ତିଷ୍କରେ ଥିବା ‘ପିନିଆଲ’ ଗ୍ରନ୍ଥିରୁ ହରମୋନ ‘ମେଲାଟୋନିନ୍‌’ ନିସ୍ରବଣ କମ୍‌ କରିଦିଏ। ତେଣୁ ଋତୁଗତ ଅସୁସ୍ଥତା ବୃଦ୍ଧି ହୁଏ। ସୂର୍ଯ୍ୟକିରଣରେ ଶୀତଦିନେ ଏକଘଣ୍ଟା ସମୟ ନିୟୋଜିତ କଲେ ଏହିସବୁ ସମସ୍ୟା ଦୂରହୋଇପାରିବ। ଅପ୍ରାକୃତିକ ଆଲୋକ ଏହାର ପରିପୂରକ ନୁହେଁ। ସକାଳ ଉଦିତ ସୂର୍ଯ୍ୟ ରଶ୍ମି ଜୈବ ଘଟିକାକୁ ନିୟମିତକରେ। ଶାରୀରିକ ସକ୍ରିୟତା ସକାଳ ଆଲୋକରେ ଏବଂ ଘର ବାହାରେ ସବୁଠାରୁ ଉତ୍କୃଷ୍ଟ । ଦିନରେ ଘର ଭିତରେ ରହୁଥିଲେ ପର୍ଦ୍ଦା ଖୋଲା ରଖିବା ଉଚିତ। ଏହାଦ୍ୱାରା ଶୀତଋତୁଜନିତ ଅବସାଦ ଦୂରହୋଇପାରିବ।
-ବରିଷ୍ଠ ବୈଜ୍ଞାନିକ,
୧୨, ଆଚାର୍ଯ୍ୟବିହାର, ଭୁବନେଶ୍ୱର,
ଫୋ: ୦୬୭୪-୨୫୪୨୯୩୪


Enter your email to get our daily news in your inbox.

All Right Reserved By Dharitri.Com

ଭାଗବତର ମହକରେ ଅତିବଡ଼ି: ଝଙ୍କୃତ ହେଲା କବିତା

ଦାରିଙ୍ଗବାଡ଼ି, ୨୭/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡ. ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ଅପରାହ୍ନରେ ଅତିବଡ଼ି ଜଗନ୍ନାଥ ଦାସଙ୍କ…

ପାଇପ ବିଛାଇବା ପାଇଁ ଗାଁ ଗାଁରେ ଖୋଳା ଚାଲିଛି କଂକ୍ରିଟ ରାସ୍ତା: ପାଇପ ବିଛାଇବା ପରେ ମରାମତି ନାହିଁ

ଅମରପାଲି, ୨୭।୯ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ପାଇପ ବିଛାଇବା କାମ ଚାଲିଛି। ଏଥିପାଇଁ ଏକ…

କେତୁଙ୍କ ସ୍ୱନକ୍ଷତ୍ରରେ ଗୋଚର: ୫ରାଶି ରୁହନ୍ତୁ ସତର୍କ! ଖରାପ ସମୟ ଆରମ୍ଭ; ପାଖରୁ ଚାଲିଯିବ ଟଙ୍କା…

ଜ୍ୟୋତିଷଙ୍କ ଅନୁସାରେ, କେତୁ ଗ୍ରହ ୩ ଅକ୍ଟୋବର ୨୦୨୬ରେ ମଘା ନକ୍ଷତ୍ରର ପ୍ରଥମ ପାଦକୁ ଚଳନ କରିବେ। କେତୁଙ୍କ ଏହି ପାଦ ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ ସବୁ ସରକାରୀ ବ୍ୟାଙ୍କ୍‌ର ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍‌ଲୀ,୨୭।୯: ସାରା ଦେଶରେ ୨୮ ରୁ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ଘରୋଇ (ପ୍ରାଇଭେଟ) ବ୍ୟାଙ୍କ ତିନି ଦିନିଆ ଧର୍ମଘଟରେ ରହିବାକୁ ଯାଉଛନ୍ତି। ଏହା…

କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ: ୩ ରାଶିଙ୍କୁ ଅଚାନକ ମିଳିବ ଟଙ୍କା! ଚାକିରିରେ ବଡ଼ ଅଫର୍‌

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ୯ଟି ଗ୍ରହ ମଧ୍ୟରୁ କିଛି ଶୁଭ ତ ଆଉ କିଛି ଅଶୁଭ ଗ୍ରହ ରହିଥାନ୍ତି। ଏଭଳି ସ୍ଥିତିରେ କେତୁଙ୍କ ଗଣନା ପାପୀ,…

ସୋମବାରରୁ ୩ ଦିନ ବ୍ୟାଙ୍କ ଷ୍ଟ୍ରାଇକ୍‌: ଜାଣନ୍ତୁ ରବିବାର କେଉଁ ବ୍ୟାଙ୍କ ଖୋଲା, କେଉଁଟା ବନ୍ଦ?

ନୂଆଦିଲ୍‌ଲୀ,୨୭।୯: ୨୮ ସେପ୍ଟେମ୍ୱର ଅର୍ଥାତ ସୋମବାରଠାରୁ ଦେଶର ସମସ୍ତ ବ୍ୟାଙ୍କ ତିନି ଦିନିଆ ଧର୍ମଘଟକୁ ଯାଉଛନ୍ତି। ଏହି ଧର୍ମଘଟ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ଚାଲିବ, ଯାହା ଫଳରେ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?