ଶୀତ ଗାଏବ: ଉପକୂଳରେ କୁହୁଡି, ୧୩ରେ ହାଲୁକା ବର୍ଷା

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଡିସେମ୍ବର ମାସ ଅଧା ହେଲାଣି। ମାତ୍ର ଏପର୍ଯ୍ୟନ୍ତ ଶୀତର ଦେଖା ନାହିଁ। ସହରାଞ୍ଚଳରେ ଶୀତ ଗାଏବ ହୋଇଯାଇଥିଲେ ମଧ୍ୟ ବଣପାହାଡ଼ ଘେରା ଜିଲାରେ ବି ଶୀତ ଅନୁଭୂତ ହେଉନାହିଁ। ଓଡ଼ିଶାର କଶ୍ମୀର କୁହାଯାଉଥିବା ଫୁଲବାଣୀ ଜିଲାର ଦାରିଙ୍ଗବାଡ଼ିରେ ଶୀତ ଗାଏବ ହୋଇ ଯାଇଛି। ୨୦୧୮ ଡିସେମ୍ବର ୧୯ରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ଫୁଲବାଣୀରେ ୪.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଚଳିତ ବର୍ଷ ଏହି ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳକୁ ଖସୁ ନାହିଁ। ତେବେ ଗତ ବର୍ଷ ଡିସେମ୍ବର ୧୧ ତାରିଖରେ ଉଭୟ ଅଞ୍ଚଳର ତାପମାତ୍ରା ୬ରୁ ୭ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିଲା। ଗତବର୍ଷ ତୁଳନାରେ ଚଳିତ ବର୍ଷ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ ଅଧିକ ରହିଛି।

ଚଳିତ ବର୍ଷ ଅଧିକ ବାତ୍ୟା ଯୋଗୁ ଜଳବାୟୁରେ ଅଚାନକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ଆରବସାଗରରେ ଲଗାତର ବାତ୍ୟା ସୃଷ୍ଟି ହେବା ଯୋଗୁ ଦେଶ ଭିତରକୁ ଜଳୀୟକଣା ବହୁ ମାତ୍ରାରେ ପ୍ରବେଶ କରୁଛି। ଏଥିଯୋଗୁ ତାପମାତ୍ରା ତଳକୁ ଖସିପାରୁ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ମତ ଦେଉଛନ୍ତି। ଗତ କିଛି ବର୍ଷ ହେବ ଏଭଳି ପରିସ୍ଥିତି ଦେଖିବାକୁ ମିଳୁଛି। ଏଥିସହିତ କଳକାରଖାନା, ଯାନବାହନ ସଂଖ୍ୟା ବୃଦ୍ଧି, ସବୁଜ ବଳୟ ଧ୍ୱଂସ, ଅତିମାତ୍ରାରେ ଶୀତତାପ ନିୟନ୍ତ୍ରିତ ମେଶିନର ବ୍ୟବହାର, ବାୟୁମଣ୍ଡଳ ପ୍ରଦୂଷଣ ତାପମାତ୍ରା ବୃଦ୍ଧିର ଅନ୍ୟ ପ୍ରମୁଖ କାରଣ ବୋଲି କୁହାଯାଉଛି। କିଛିବର୍ଷ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ନଭେମ୍ବରରୁ ଡିସେମ୍ବର ମଧ୍ୟରେ ୩ରୁ ୪ ଡିଗ୍ରୀ ସେଲସିୟସ ପାର୍ଥକ୍ୟ ରହୁଛି। ଗତ ବର୍ଷ ଏହି ସମୟ ମଧ୍ୟରେ ରାଜ୍ୟକୁ ଶୀତ ପ୍ରବାହ ଆରମ୍ଭ ହୋଇଯାଇଥିବାବେଳେ ଏ ପର୍ଯ୍ୟନ୍ତ ଉତ୍ତର ଭାରତରେ ମଧ୍ୟ ତାପମାତ୍ରା ହ୍ରାସ ପାଇ ନାହିଁ। ତେବେ ଆସନ୍ତା ୧୩ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ କିମ୍ବା ପାଗ ମେଘୁଆ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଗୁରୁବାର ଓ ଶୁକ୍ରବାର ଉପକୂଳ ଓଡ଼ିଶାରେ କୁହୁଡି ହେବାର ସମ୍ଭାବନା ରହିଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ବାଲେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୭.୩ ଡିଗ୍ରୀ ସେଲସିୟସ ଥିବାବେଳେ ଚାନ୍ଦବାଲି ୧୯, ଗୋପାଳପୁର ୧୯.୩, ବାରିପଦା ୧୭.୫, ଝାରସୁଗୁଡା ୧୪, କେନ୍ଦୁଝର ୧୩.୨, ସମ୍ବଲପୁର ୧୩.୮, ବଲାଙ୍ଗୀର ୧୫ ଏବଂ ଟିଟିଲାଗଡ଼ରେ ୧୨.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର: ହାରିଗଲେ ଶେଷ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ,୬।୭: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ଫେରିବା ପାଇଁ ପଥ ପରିଷ୍କାର ହୋଇଛି। ସେ ୟୁରୋପୀୟ କୋର୍ଟରେ ତାଙ୍କର ଶେଷ ଆଇନଗତ ଲଢ଼େଇ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri