ଶୀଘ୍ର ମିଳିବ କୋଠା ନିର୍ମାଣ ଅନୁମତି

ବ୍ରହ୍ମପୁର ଅଫିସ୍‌,୧୦ା୭-ବ୍ରହ୍ମପୁର ମହାନଗର ନିଗମ୍‌(ବିଏମ୍‌ସି) ଏବଂ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡ଼ିଏ) ମଧ୍ୟରେ ଏକ ସଚେତନତା ବୈଠକ ମଙ୍ଗଳବାର ବିଡ଼ିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଏମ୍‌ସି କମିଶନର୍‌ ଚକ୍ରବର୍ତ୍ତୀ ସିଂ ରାଠୋର୍‌ଙ୍କୁ ବିଡ଼ିଏ ଉପାଧ୍ୟକ୍ଷ ଦାୟିତ୍ୱ ମିଳିବା ପରେ ସେ ଏହି ସମନ୍ବୟ ବୈଠକ ଡାକିଥିଲେ। ବୈଠକରେ ବ୍ରହ୍ମପୁର ସହରାଞ୍ଚଳରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ, ଭବିଷ୍ୟତରେ କାର୍ଯ୍ୟକାରୀ ହେବାକୁ ଥିବା ଯୋଜନା ସହ ବିଡ଼ିଏ ଏବଂ ବିଏମ୍‌ସି ମଧ୍ୟରେ ଉତ୍ତମ ସମନ୍ବୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରତିମାସରେ ବିଲଡିଂ ଆପ୍ରୁଭାଲ୍‌ କମିଟି ବୈଠକ ଡାକିବାକୁ ନିଷ୍ପତ୍ତି ନିଆଯାଇଛି। ସହରାଞ୍ଚଳରେ କୋଠାବାଡ଼ି ନିର୍ମାଣ ପାଇଁ ଏହି କମିଟିର ମଞ୍ଜୁରି ଆବଶ୍ୟକ ରହିଛି। କିନ୍ତୁ ନିୟମିତ ବ୍ୟବଧାନରେ ବୈଠକ ବସୁନି। ଫଳରେ ବହୁ ସଂଖ୍ୟାରେ ଅନୁମତିପତ୍ର ବିଡ଼ିଏ କାର୍ଯ୍ୟାଳୟରେ ପଡ଼ିରହୁଛି। ଯାହାକୁ ନେଇ ପୂର୍ବରୁ ବିଲ୍‌ଡର୍‌ଙ୍କଠାରୁ ଆରମ୍ଭକରି ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।
ବୈଠକରେ ବିଏମ୍‌ସିର ଡେପୁଟି କମିଶନର୍‌ ସୌରୀନ୍ଦ୍ର ରାଉତରାୟ, ବିଡ଼ିଏ ସଚିବ ସମ୍ବିତ ରାଉତ, ବିଏମ୍‌ସି ବସ୍ତି ଉନ୍ନୟନ ଅଧିକାରୀ ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ସମେତ ବିଏମ୍‌ସି ଏବଂ ବିଡ଼ିଏର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବିଡ଼ିଏର ଦୁଇଟି ପ୍ରକଳ୍ପ ଗଞ୍ଜାମ ହାଟ ଏବଂ ରକ୍‌ ଗାର୍ଡେନ୍‌ ନିର୍ମାଣ ଘୋଷଣା ପରଠୁ ତାର ତିଆରି ଦିଗରେ ପଦକ୍ଷେପ ନିଆଯାଇନାହିଁ। କେବଳ ଘୋଷଣାରେ ସୀମିତ ରହିଛି। ଏଣୁ ଉଭୟ ପ୍ରକଳ୍ପ ନିର୍ମାଣକାର୍ଯ୍ୟ ପାଇଁ ଆସନ୍ତା ଅଗଷ୍ଟ ସୁଦ୍ଧା ଟେଣ୍ଡର ଡାକିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏଥି ସହ ସହରରେ ଥିବା ରେଲୱେ ଓଭର୍‌ବ୍ରିଜ୍‌ଗୁଡ଼ିକ ତଳେ ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ କରାଯିବ। ଏହାର ମଧ୍ୟ ଟେଣ୍ଡର୍‌ ଆସନ୍ତା ଅଗଷ୍ଟ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ବିଡ଼ିଏ ଅଧୀନରେ ୧୬୩ ସରକାରୀ ଖୋଲା ଜାଗା ରହିଛି, ଯେଉଁଥିରୁ ୮୦ଟି କେବଳ ବ୍ରହ୍ମପୁର ସହରାଞ୍ଚଳରେ ରହିଛି। ସେସବୁ ସ୍ଥାନରେ ସବୁଜିମା ସୃଷ୍ଟି କରିବା ପାଇଁ ବ୍ୟାପକ ଚାରାରୋପଣ କରାଯିବ। ବର୍ଷା ଜଳ ସଂରକ୍ଷଣ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଦେଶବ୍ୟାପି ପାନୀୟ ଜଳର ଘୋର ସଙ୍କଟ ଦେଖିବାକୁ ମିଳିଛି। ବ୍ରହ୍ମପୁରରେ ମଧ୍ୟ ଗ୍ରୀଷ୍ମ ଦିନରେ ଜଳ ସଙ୍କଟ ଦେଖାଦିଏ। ଏଣୁ ବର୍ଷା ଜଳ ସଂରକ୍ଷଣ ଦିଗରେ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ପ୍ରତ୍ୟେକ କୋଠାରେ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ରହିବା ବାଧ୍ୟତା ମୂଳକ। ଯଦି ଏହି ପ୍ରକଳ୍ପ ନ ଥିବ, ତେବେ କ୍ୟୁପେନ୍ସି ସାର୍ଟିଫିକେଟ୍‌ ପ୍ରଦାନ କରାଯିବ ନାହିଁ। ସେହିଭଳି ସହରରେ ଥିବା ସମସ୍ତ ବ୍ୟାଙ୍କକୁ ମଧ୍ୟ ସେମାନଙ୍କ କୋଠାରେ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯିବ। ସେହିଭଳି ବୈଠକରେ ସର୍ବକ୍ଷମା ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଯୋଜନା ବିଷୟରେ ଲୋକେ ଜାଣି ନ ଥିବା ଯୋଗୁ ଆବେଦନ ସଂଖ୍ୟା ନୈରାଶ୍ୟଜନକ ରହିଛି। ଆବଶ୍ୟକ ଅନୁମତି ବିନା କୋଠା ନିର୍ମାଣ କିମ୍ବା ଅନ୍ୟାନ୍ୟ ପ୍ରକାରର ବେଆଇନ୍‌ ନିର୍ମାଣକୁ ଜରିମାନା ଦେଇ ସରକାରୀ ମଞ୍ଜୁରୀ ପ୍ରଦାନ ପାଇଁ ରାଜ୍ୟ ସରକାର ସର୍ବକ୍ଷମା ଯୋଜନା ଆରମ୍ଭ କରିଥିଲେ। ହେଲେ ବ୍ରହ୍ମପୁରରେ ମାତ୍ର ୧୩୧ ଆବେଦନ ପଡ଼ିଛି। ବହୁ ସଂଖ୍ୟାରେ କୋଠା ବେଆଇନ୍‌ ଭାବେ ନିର୍ମାଣ ହୋଇଥିଲେ ମଧ୍ୟ ତାଙ୍କୁ ଆଇନସମ୍ମତ କରିବା ପାଇଁ ନିର୍ମାଣକାରୀ ବିଡ଼ିଏ ନିକଟରେ ଆବେଦନ କରୁନାହାନ୍ତି। ଆଗାମୀ ଦିନରେ ବିଏମ୍‌ସି ସହଯୋଗରେ ବ୍ରହ୍ମପୁର ସହରାଞ୍ଚଳରେ ସର୍ବକ୍ଷମା ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରାଯିବ। ଆବେଦନ ସଂଖ୍ୟା ବଢ଼ାଇବା ଦିଗରେ ପଦକ୍ଷେପ ନିଆଯିବ। ଏଥି ସହ ବର୍ଷ ବର୍ଷ ହେଲା ଅଟକି ରହିଥିବା କାର୍ଯ୍ୟକୁ ଆସନ୍ତା ଏକ ମାସ ଭିତରେ ସାରିବା, ବିଡ଼ିଏର ସମସ୍ତ କାର୍ଯ୍ୟର କମ୍ପ୍ୟୁଟରୀକରଣ ସହ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ହୋଇଥିଲା। ହଳଦିଆପଦକର ବସ୍‌ ଟର୍ମିନାଲ୍‌ ଭଳି ଯେଉଁ ପ୍ରକଳ୍ପଗୁଡ଼ିକରେ ସ୍ଥିତାବସ୍ଥା ଦେଖାଦେଇଛି, ସେ ସମ୍ପର୍କରେ ଆଗାମୀ ଦିନରେ ଜିଲାପାଳଙ୍କ ସହ ଆଲୋଚନା କରିବାକୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

ମା’ ବାଙ୍କେଶ୍ୱରୀଙ୍କ ଦୋଳଯାତ୍ରା ପାଇଁ ପ୍ରସ୍ତୁତି: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର) ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା ନିମନ୍ତେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ଠାକୁରାଣୀ ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ବିଧାୟକ,ଉପଜିଲାପାଳଙ୍କ ନୂଆ ହେବ ଅନୁଭୂତି

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ସମସ୍ତ ବିଭାଗ…

ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା: ଯୋଗାଇ ଦିଆଯାଉଛି ଔଷଧ

ଭଞ୍ଜନଗର,୧୮/୨(ବାବୁଲା ପ୍ରଧାନ): ବର୍ତ୍ତମାନ ବରିଷ୍ଠ ନାଗରିକ ସପ୍ତାହ ଚାଲିଛି। ଏଥିପାଇଁ ବରିଷ୍ଠ ନାଗରିକମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି। ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ କବିତା…

କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା

ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ଦେଉଛନ୍ତି…

ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ଗଲା ପ୍ରଶ୍ନପତ୍ର, କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା

ଭଞ୍ଜନଗର,୧୮ା୨((ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ମାତୃଭାଷା ଓଡ଼ିଆ…

ଲାଭ ନେଇଗଲା କଂଗ୍ରେସ

ଭୁବନେଶ୍ୱର,୧୮।୨(ସୁନିତ୍‌ ମିଶ୍ର): ୧୭ଶ ବିଧାନସଭାର ୬ଷ୍ଠ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନ ଥିବାରୁ ଗୃହରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri