ଚାଷର ବିକାଶ ହେଉନି, ଗାଁ ଛାଡୁଛନ୍ତି ଚାଷୀ

ଛତ୍ରପୁର,୧୦ା୭(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଚାଷୀ ଓ ଚାଷର ବିକାଶ ହୋଇପାରୁନି। ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଦାଉ ସାଧୁଛି। ଅନ୍ୟପଟେ ଚାଷ ପାଇଁ ଜଳସେଚନ ଅଭାବ ରହିଛି। ଫସଲ ବାବଦରେ ପ୍ରିମିୟମ ଦେଇ ବୀମା କରିଥିଲେ ମଧ୍ୟ ବିପର୍ଯ୍ୟୟ ପରେ ବହୁ ଚାଷୀ ବୀମା ସହାୟତା ପାଉନାହାନ୍ତି। ଏ ସବୁ ସମସ୍ୟାକୁ ନେଇ ପରିବାର ଚଳାଇବା ଚାଷୀ ପାଇଁ ମୁସ୍କିଲ ହୋଇପଡୁଛି ା ପରିବାର ଲୋକଙ୍କୁ ଦିନକୁ ଦୁଇ ମୁଠା ଖାଇବାକୁ ଯୋଗାଇବା ନିମନ୍ତେ ଚାଷ ପ୍ରତି ବିମୁଖ ହୋଇ ଚାଷୀ ଗାଁ ଛାଡିବାରେ ଲାଗିଛନ୍ତି। ଜିଲାର ଲକ୍ଷାଧିକ ଚାଷୀ ଓ କୃଷି ଶ୍ରମିକ ଏବେ ସୁରଟ, କେରଳ, ବମ୍ବେ, ମାଡ୍ରାସ ଆଦି ସ୍ଥାନରେ ଦାଦନ ଖଟୁଛନ୍ତି। ବିଶ୍ୱବ୍ୟାଙ୍କ ଓ ନାବାର୍ଡରୁ ରାଜ୍ୟ ସରକାର ଋଣ ଆଣି ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରୁଥିଲେ ମଧ୍ୟ ଚାଷୀଙ୍କୁ ତାହାର ସୁଫଳ ମିଳୁ ନ ଥିବା ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଅଭିଯୋଗ ହୋଇଛି ା ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ଚାଷୀ ଓ ଚାଷର ବିକାଶ ହେଉ ନ ଥିବାରୁ ଲକ୍ଷାଧିକ ଚାଷୀ ଘର ଛାଡ଼ୁଥିବା ଅଭିଯୋଗ କରିଛନ୍ତି।
ଚାଷୀଙ୍କୁ କୃଷି ଋଣ ଦେବା ପାଇଁ ଜିଲାର ସମସ୍ତ ବ୍ୟାଙ୍କକୁ ସରକାର ଟାର୍ଗେଟ ଦେଉଛନ୍ତି। ମାତ୍ର କୃଷି ଋଣ ଦେବା ପାଇଁ ଆସିକା ଓ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ବ୍ୟତୀତ ଅନ୍ୟ ରାଷ୍ଟ୍ରାୟତ ଓ ବ୍ୟବସାୟିକ ବ୍ୟାଙ୍କଗୁଡିକ ଆଗଭର ହେଉନାହାନ୍ତି। ଗତ ସପ୍ତାହରେ ଛତ୍ରପୁରଠାରେ ଅନୁଷ୍ଠିିତ ଗଞ୍ଜାମ ଜିଲା ବ୍ୟାଙ୍କ ପରାମର୍ଶଦାତା କମିଟି ବୈଠକରେ ହୋଇଥିବା ଆଲୋଚନାରୁ ଜଣାପଡିଥିଲା। ଉକ୍ତ ବୈଠକରେ ଅଧ୍ୟକ୍ଷତା କରୁଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏ ନେଇ କ୍ଷୁବ୍ଧ ହୋଇଥିଲେ ା ଜିଲାରେ ଏକମାତ୍ର ବୃହତ ଋଷିକୁଲ୍ୟା ପ୍ରକଳ୍ପ ରହିଛି ା ବୃହତ ଓ ମଧ୍ୟମ ସେଚ ପ୍ରକଳ୍ପଗୁଡିକ ପୋତି ହୋଇଗଲାଣି ା ଜିଲାରେ ୧୦୩୦ଟି କ୍ଷୁଦ୍ର ଜଳସେଚ ପ୍ରକଳ୍ପ ମଧ୍ୟରୁ ୫୦୦ ପ୍ରକଳ୍ପ ପୋତି ହୋଇଛି ା ପାଣି ପଞ୍ଚାୟତ କରାଯାଇଥିଲେ ମଧ୍ୟ ପାଣିର ସୁଷମ ବଣ୍ଟନ ହେଉ ନ ଥିବା ବିଭିନ୍ନ ସମୟରେ ଚାଷୀମାନେ ଅଭିଯୋଗ କରୁଛନ୍ତି। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଖରିଫ ଫସଲ ପାଇଁ ପାଣି ଅଭାବ ରହିଛି। ବର୍ଷା ଉପରେ ଭରସା କରାଯାଇଛି ା ଗତ ମାସ ଶେଷ ସପ୍ତାହରେ ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲା କୃଷି ନିର୍ଦ୍ଧାରଣ କମିଟି ବୈଠକରେ ଆଗାମୀ ଖରିଫ ଫସଲ ପାଇଁ ଆବଶ୍ୟକ ପଡୁଥିବା ଜଳସେଚନ ସୁବିଧା ଉପରେ ଆଲୋଚନା ହୋଇଥିଲା ା ଜିଲାର ୨୨ ବ୍ଲକ ମଧ୍ୟରୁ ୮ ଟି ବ୍ଲକକୁ ବୃହତ ଋଷିକୁଲ୍ୟା ପ୍ରକଳ୍ପରୁ ଜମା ପାଣି ମିଳୁନି ା ଜିଲାରେ ଚଳିତ ବର୍ଷ ୪ ଲକ୍ଷ ୮ ହଜାର ୮୧୦ ହେକ୍ଟର ଜମିରେ ଖରିଫ ଫସଲ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିରୁ କେବଳ ୨ ଲକ୍ଷ ୮୭ ହଜାର ୮୧୧ ହେକ୍ଟର ଜମିକୁ ସେଚ ସୁବିଧା ଥିବା ବୈଠକରେ ଜଳସେଚନ ବିଭାଗ ପକ୍ଷରୁ କୁହାଯାଇଥିଲା। ହେଲେ ସମସ୍ତ ଜମିକୁ ପାଣି ମିଳୁନି। ଆହୁରି ଜଣାଯାଇଛି, ୨୦୧୮ରେ ଜିଲାର ୧,୫୩,୧୯୪ ଜଣ ଚାଷୀ ପ୍ରିମିୟମ ଦେଇ ନିଜ ଫସଲର ବୀମା କରିଥିଲେ। ବାତ୍ୟା ଓ ବନ୍ୟା ଆସି ଫସଲ ଉଜୁଡିଛି। ହେଲେ ୧ ଲକ୍ଷ ଚାଷୀଙ୍କୁ ବୀମା ସହାୟତା ମିଳିନି ା ବିଭିନ୍ନ ନିୟମର ଆଳ ଦେଖାଇ ବୀମା କମ୍ପାନୀ ଏମାନଙ୍କୁ ବୀମା ସହାୟତା ପ୍ରଦାନ କରିନି ା


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri