ଶିଶୁ ଅପହରଣ କରି ବିକ୍ରି ଘଟଣା: ୨ ମହିଳାଙ୍କ ସମେତ ୬ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୪ା୯-ବ୍ରହ୍ମପୁର ସହରରେ ଶିଶୁ ଅପହରଣ ଓ ପରେ ବିକ୍ରି ଘଟଣାର ପର୍ଦ୍ଦାଫାଶ କରିଛି ଗୋଷାଣି ନୂଆଗାଁ ପୋଲିସ। ପୂରା ଘଟଣାକ୍ରମରେ ସମ୍ପୃକ୍ତ ଥିବା ୨ ମହିଳାଙ୍କ ସମେତ ୬ ଜଣଙ୍କୁ ପୋଲିସ ସୋମବାର ଗିରଫ କରିଛି। ସେମାନେ ହେଲେ ଲାଞ୍ଜିପଲ୍ଲୀ ଢିପ ସାହିର ଶିବ ନାୟକ (୨୭), ଗେଟବଜାର ପାୟଲ ସିନେମା ହଲ ନିକଟରେ ରହୁଥିବା ପ୍ରଫୁଲ ନାୟକ (୪୦), ତାଙ୍କ ସ୍ତ୍ରୀ ମମତା, ଗଜପତି ନଗରର ବାବୁଲା ରଣା ଓରଫ ସନ୍ତୋଷ (୩୫), ଆନ୍ଧ୍ର ବ୍ୟାଙ୍କର ଯାଜପୁର ଶାଖାରେ ପିଅନ ଥିବା ବୃନ୍ଦାବନ ରଣା (୫୨) ଓ ତାଙ୍କ ସ୍ତ୍ରୀ ବୈଜୟନ୍ତୀ। ଅନ୍ୟପକ୍ଷରେ ନିଖୋଜ ଥିବା ୨ ବର୍ଷର ଶିଶୁପୁତ୍ରକୁ ପୋଲିସ ଉଦ୍ଧାର କରି ଚିକିତ୍ସା କରାଇବା ପରେ ତାଙ୍କ ମା’ଙ୍କୁ ହସ୍ତାନ୍ତର କରିଛି। ମାମଲା ନଂ.୯୪/୧୯ରେ ଅଭିଯୁକ୍ତମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନାଧିକାରୀ ସୁମିତ କୁମାର ସୋରେନ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ପାଟପୁର ଥାନା ଅନ୍ତର୍ଗତ ନରସିଂହଗଡର ମୂଳନିବାସୀ ବୃନ୍ଦାବନ ନିଃସନ୍ତାନ ଥିଲେ। ପୋଷ୍ୟ ସନ୍ତାନଟିଏ ପାଇଁ ବ୍ରହ୍ମପୁର ଗଜପତିନଗରରେ ରହି ବ୍ୟବସାୟ କରୁଥିବା ଶାଳକ ସନ୍ତୋଷଙ୍କୁ ସେ କହିଥିଲେ। ବ୍ରହ୍ମପୁର ବଡ଼ ମେଡିକାଲରେ ସୁଇପର ଥିବା ପ୍ରଫୁଲ୍ଲଙ୍କ ସହ ସନ୍ତୋଷଙ୍କ ସମ୍ପର୍କ ଥିଲା। ତେଣୁ ଭିଣୋଇଙ୍କ ପାଇଁ ପିଲାଟିଏ ଯୋଗାଡ଼ କରିବାକୁ ସେ କିଛିଦିନ ତଳେ ପ୍ରଫୁଲ୍ଲଙ୍କୁ କହିଥିଲେ। ଅନ୍ୟପକ୍ଷରେ ୧୯ ତାରିଖ ବିଳମ୍ବିତ ରାତିରେ ଶିବଙ୍କ ସହ ମିଶି ପ୍ରଫୁଲ୍ଲ ଗୁଡସ୍‌ସେଡ଼ ତମ୍ବୁ ଭିତରେ ମା’ ସହ ଶୋଇଥିବା ୨ ବର୍ଷୀୟ ଶିଶୁପୁତ୍ରକୁ ଅପହରଣ କରି ନେବାରେ ସକ୍ଷମ ହୋଇଥିଲେ। ପରଦିନ ସକାଳେ ପୁଅକୁ ନ ପାଇ ଗୋଷାଣୀ ନୂଆଗାଁ ଥାନାରେ ମା’ ଅଭିଯୋଗ କରିଥିଲେ। ସେପଟେ ଶିବ ଓ ପ୍ରଫୁଲ୍ଲ ଅପହରଣ କରିଥିବା ଶିଶୁପୁତ୍ରକୁ ନେଇ ସନ୍ତୋଷଙ୍କୁ ଦେଇଥିଲେ। ଏପରିକି ଶିଶୁପୁତ୍ରଟି ପ୍ରଫୁଲ ଓ ତାଙ୍କ ସ୍ତ୍ରୀଙ୍କର ବୋଲି ଏକ ନକଲି ଚୁକ୍ତିପତ୍ର ଜରିଆରେ ହସ୍ତାନ୍ତର କରି ସନ୍ତୋଷଙ୍କଠାରୁ ୩୦ ହଜାର ଟଙ୍କା ଆଣିଥିଲେ। ଭଉଣୀ, ଭିଣୋଇଙ୍କୁ ବ୍ରହ୍ମପୁର ଆସି ଶିଶୁଟିକୁ ନେଇଯିବାକୁ ସନ୍ତୋଷ କହିଥିଲେ। ତେଣୁ ବୃନ୍ଦାବନ ଓ ତାଙ୍କ ସ୍ତ୍ରୀ ବୈଜୟନ୍ତୀ ପିଲା ନେବାପାଇଁ ଯାଜପୁରରୁ ବ୍ରହ୍ମପୁରକୁ ଆସିଥିଲେ। ହେଲେ ଏହା ପୂର୍ବରୁ ପୋଲିସ ପ୍ରଥମେ ଶିବଙ୍କୁ କାବୁ କରିଥିଲା। ଶିବଙ୍କ ବୟାନକୁ ଆଧାର କରି ପ୍ରଫୁଲ୍ଲ ଓ ତାଙ୍କ ସ୍ତ୍ରୀଙ୍କୁ ଥାନାକୁ ଆଣି ଜେରା କରିଥିଲା। ପରେ ସନ୍ତୋଷ ଓ ତାଙ୍କ ଭଉଣୀ ଭିଣୋଇଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ହାଇକୋର୍ଟ ଦେଲେ ବଡ଼ ରାୟ

କଟକ,୨୩।୧୨: ବିଧାୟକଙ୍କ ଦରମା ବୃଦ୍ଧି ମାମଲା ହାଇକୋର୍ଟରେ ଗ୍ରହଣ ହୋଇନାହିଁ। AG ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ଼ ଯୁକ୍ତି ପରେ ମଧ୍ୟ ଏହାକୁ ଗ୍ରହଣ କରିନାହାନ୍ତି ହାଇକୋର୍ଟ।...

ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ଶ୍ରୀମୟୀ: ରାଜନୀତିରେ ହଲଚଲ…

ଭୁବନେଶ୍ୱର,୨୩।୧୨: ବିଜେଡିରୁ ବହିଷ୍କାର ହୋଇଥିବା ଶ୍ରୀମୟୀ ମିଶ୍ର ବାରମ୍ବାର ଦଳକୁ ଟାର୍ଗେଟ କରୁଛନ୍ତି। ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୁହେଁ, ବିଜେଡିର ପୂର୍ବତନ ନେତା...

ହ୍ୟୁମାନଙ୍କ ମା’ଙ୍କ ଏତଲା ପରେ ମୁହଁଖୋଲିଲେ ADCP: କହିଲେ ଜଣଜଣଙ୍କୁ…

କଟକ,୨୩।୧୨: ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ମା’ ଶେଫାଳୀ ସୁନାଙ୍କ ଏତଲା ପ୍ରସଙ୍ଗରେ ମୁହଁ ଖୋଲିଲେ ADCP। କଟକ ADCP ଅମରେନ୍ଦ୍ର ପଣ୍ଡାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି,...

ଭୁଶୁଡ଼ୁଛି ଲାଲଗଡ଼, ଆତ୍ମସମର୍ପଣ କଲେ ୨୨ ମାଓବାଦୀ

ମାଲକାନଗିରି,୨୩/୧୨(ଦୁଯ୍ୟୋଧନ ପାତ୍ର): ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ମାଓବାଦୀ । ମାଲକାନଗିରିରେ ଆତ୍ମସମର୍ପଣ କଲେ ୨୨ ଜଣ ମାଓବାଦୀ । ପୋଲିସ ମହାନିର୍ଦ୍ଦେଶକଙ୍କ...

ଗାଁକୁ ଫେରୁଥିଲେ ଦୁଇ ସାଙ୍ଗ: କଲେଜ ଛକରେ ହେଲା ବଡ଼ Accident, ଛିଟିକି ପଡିଲେ…

ଗଞ୍ଜାମ,୨୩।୧୨: ଗଞ୍ଜାମ ଜିଲା ଛତ୍ରପୁର କଲେଜ ଛକ ନିକଟ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ...

କେନାଲ ଭିତରେ ପଡ଼ିଛି ନରକଙ୍କାଳ, ଏଥିରେ ଲାଗିଛି…

ବ୍ରହ୍ମପୁର,୨୩ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଏକ କେନାଲ ଭିତରେ ପଡ଼ିଛି ନରକଙ୍କାଳ। ଏହାକୁ ନେଇ ଏବେ ବ୍ରହ୍ମପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନିମଖଣ୍ଡି ଥାନା ପୋଲିସ କଙ୍କାଳ...

ବେଆଇନ୍‌ ଭାବେ ଚାଲିଥିଲା ଅଲଟ୍ରାସାଉଣ୍ଡ: ପହଞ୍ଚିଗଲେ..

କଟକ,୨୩।୧୨: ବେଆଇନ୍‌ ଭାବେ ଚାଲିଥିଲା ଅଲଟ୍ରାସାଉଣ୍ଡ। ହଠାତ୍‌ ହେଲା ଚଢ଼ାଉ। ଏଭଳି ଘଟଣା ଘଟିଛି କଟକରେ। କଟକର ଏକ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟର୍‌ ଉପରେ ଚଢାଉ...

୨୪ ବର୍ଷ ପରେ ଓଡ଼ିଆ ପୁଅର ଅବଦାନକୁ ମିଳିଲା ସ୍ୱୀକୃତି

ଭୁବନେଶ୍ୱର,୨୩।୧୨: ୨୦୦୧ରେ ବିଶ୍ୱ ମଞ୍ଚରେ ଆତଙ୍କବାଦ ବିରୋଧୀ ଯୁଦ୍ଧ (War Against Terrorism) ସମୟରେ, ଭାରତୀୟ ନୌସେନାର ଅନେକ ଯୁଦ୍ଧଜାହାଜ ପର୍ସିଆନ୍‌ ଗଲ୍‌ଫ୍‌ ଅଞ୍ଚଳରେ ମୁତୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri