ଶିଳ୍ପ ଜଗତକୁ ମୋଦିଙ୍କ ଆଶ୍ୱାସନା;ମାନ୍ଦାବସ୍ଥାରୁ ବାହରିବା ଲାଗି ଭାରତ ସକ୍ଷମ

ନୂଆଦିଲ୍ଲୀ,୨୧-୧୨: ବର୍ତ୍ତମାନର ମାନ୍ଦାବସ୍ଥାରୁ ବାହାରିବା ଲାଗି ଭାରତ ନିକଟରରେ କ୍ଷମତା ରହିଛି। ଘରୋଇ ବଜାର ଦ୍ରୁତ ଅଭିବୃଦ୍ଧି ଧାରାକୁ ଫେରିବା ଲାଗି ସକ୍ଷମ ହେବ। କର୍ପୋରେଟ ସଂସ୍ଥାଗୁଡିକ ଦେଶର ବିକାଶ ଧାରାକୁ ଆଗେଇ ନେବାକୁ ନିବେଶ ଲାଗି ଦୃଢ ନିଷ୍ପତ୍ତି ନିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କହିଛନ୍ତି। ଶିଳ୍ପ ସଂଘ ଆସୋଚାମର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି କର୍ପୋରେଟଗୁଡିକ ଲାଗି ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଭିତ୍ତିଭୂମିରେ ୧୦୦ ଲକ୍ଷ କୋଟି ଏବଂ ଗ୍ରାମାଞ୍ଚଳରେ ୨୫ ଲକ୍ଷ କୋଟି ଟଙ୍କାର ନିବେଶ ଦ୍ୱାରା ଭାରତ ଏହାର ଅର୍ଥନୀତିକୁ ୨ଗୁଣ କରିବାକୁ ସକ୍ଷମ ହେବ। ଏହା ଦ୍ୱାରା ଭାରତ ୫ ଟ୍ରିଲିୟନ ଡଲାର ଅର୍ଥନୀତି ହୋଇ ପାରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ସେ ପୁଣି କହିଛନ୍ତି ଯେ, ବର୍ତ୍ତମାନର ମାନ୍ଦାବସ୍ଥାକୁ ନେଇ ଅନେକ ଆଲୋଚନା ହେଉଛି। ଏହାକୁ ନେଇ ଆସୁଥିବା ବିଭିନ୍ନ ମନ୍ତବ୍ୟକୁ ମଧ୍ୟ ଚ୍ୟାଲେଞ୍ଜ କରୁନାହିଁ। ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନାର ସକାରାତ୍ମକ ଦିଗକୁ ବିଚାରୁ ନେଇ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି ବୋଲି ସେ ମତ ରଖିଛନ୍ତି। ସେ ସୂଚନା ଦେଇଛନ୍ତି ଯେ, କଂଗ୍ରେସର ଉପାସରକାରଙ୍କ ସମୟରେ ଜିଡ଼ିପି ଅଭିବୃଦ୍ଧି ୩.୫% ଖସିଥିଲା। ଏହି ସମୟରେ ମୁଦ୍ରାସ୍ଫୀତି ୯.୪% ରହିଥିଲା। କୋର ମୁଦ୍ରାସ୍ଫୀତି ୭.୩% ଥିବା ବେଳେ ପାଇକାରୀ ମୁଦ୍ରାସ୍ଫୀତି ୫.୨%, ବିତ୍ତୀୟ ନିଅଣ୍ଟ ୫.୬% ରହିଥିଲା।
ବର୍ତ୍ତମାନ ଜିଡିପି ଲଗାତର ଭାବେ ୬ ତ୍ରୈମାସ ଧରି ଖସିବା ସହ ୬ ବର୍ଷର ସର୍ବନିମ୍ନ ସ୍ତର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ୪.୫%କୁ ଖସିଛି। ଚାହିଦା ହ୍ରାସ ଏବଂ ମାନୁଫାକଚରିଂ ହ୍ରାସ ହେବା ଯୋଗୁ ଏଭଳି ହୋଇଛି। ହେଲେ ଅର୍ଥ ବ୍ୟବସ୍ଥାରେ ଉତ୍ଥାନ ଏବଂ ପତନ ଦେଖାଯାଇଥାଏ। ମାତ୍ର ଏସବୁ ପରିସ୍ଥିତିରୁ ବାହାରିବାକୁ ଭାରତ ସକ୍ଷମ ହେବ ବୋଲି ସେ ଦୃଢତା ସହ କହିଛନ୍ତି। ଭାରତ ବିଶ୍ୱ ବ୍ୟାଙ୍କର ଇଜ ଅଫ ଡୁଇଁ ବିଜନେସ ର଼୍ୟାଙ୍କିରେ ୧୯୦ ଦେଶ ମଧ୍ୟରୁ ୧୪୨ ଦେଶ ମଧ୍ୟରେ ରହିଥିଲା। ୩ ବର୍ଷ ମଧ୍ୟରେ ୬୩ ତମ ସ୍ଥାନକୁ ଉଠିବାକୁ ଏହା ସକ୍ଷମ ହୋଇଛି। ଏହି ତାଲିକାରରେ ନିରନ୍ତର ଭନ୍ନତି କରୁଥିବା ୧୦ ଦେଶ ମଧ୍ୟରେ ଭାରତ ରହିଛି।
ସେ କହିଛନ୍ତି କର୍ପୋରେଟଗୁଡିକ ହେଉଛନ୍ତି ୧୩୦ କୋଟି ଭାରତୀୟଙ୍କ ଏଜେଣ୍ଟ। କମ୍ପାନୀ ଆଇନରେ ବିଭିନ୍ନ ପରିବର୍ତ୍ତନ କରି ଏହାକୁ ଆହୁରି ଉନ୍ନତ କରିବା ଦିଗରେ କାର୍ଯ୍ୟକ୍ରମ ଜାରି ରହିଛି। ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡରେ ବିଭିନ୍ନ ସଂଶୋଧନ କରାଯିବା ସହ ଏହାକୁ ସୁଗମ କରାଯାଇଥିବା ମୋଦି ମତ ରଖିଛନ୍ତି। ସରକାରଙ୍କ ଏଭଳି ବିଭିନ୍ନ ନିଷ୍ପତ୍ତି କର୍ପୋରେଟ ଏବଂ ସେମାନଙ୍କ ପୁଞ୍ଜିକୁ ସୁରକ୍ଷା ପ୍ରଦାନ କରିବାରେ ସହାୟତା କରିବ। ସିଷ୍ଟମରେ ରହିଥିବା ଅସୁବିଧାର ଦୂରୀକରଣ ଲାଗି ବ୍ୟାଙ୍କିଙ୍ଗ ଶିଳ୍ପ ଏବଂ କର୍ପୋରେଟକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଆଧାରରେ କର୍ପୋରେଟ ନିବେଶ ନେଇ ଦୃଢ ନିଷ୍ପତ୍ତି ନିଅନ୍ତୁ। ଏହା ବାଦ କମ୍ପାନୀ ପଞ୍ଜୀକରଣ ଲାଗି କର୍ପୋରେଟଗୁଡିକ ଲାଗି ଏବେ ସମୟ କମ୍‌ କରାଯାଇଛି। ଭିତ୍ତିଭୂମି ଉନ୍ନତ ହେବା ଯୋଗୁ ବନ୍ଦର ଏବଂ ବିମାନ ବନ୍ଦରରେ ଟର୍ନ ଆରାଉଣ୍ଡ ସମୟ କହିଛି। ଜିଏସ୍‌ଟିରେ ରହିଥିବା ଚ୍ୟାଲେଞ୍ଜକୁ ନେଇ ଭୟଭୀତ ନ ଥିବା ମୋଦି କହିଛନ୍ତି। ଏହାବାଦ ଭାରତ ଗତ ୫ ବର୍ଷରେ ସର୍ବୋଚ୍ଚ ଏଫ୍‌ଡିଆଇ ଲାଭ କରିଥିବା ବେଳେ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତା ବଢିଛି। ଏହି ସମୟରେ ଭାରତ ଷ୍ଟାର୍ଟ ଅପ୍‌ ଇକୋସିଷ୍ଟମରେ ତୃତୀୟ ବୃହତ୍ତ ଦେଶ ହୋଇ ପାରିଛି ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

ରୋଗୀଙ୍କୁ ମିଳିବ ଉନ୍ନତ ସେବା

କେସିଙ୍ଗା,୧୮।୧୨(ତୁମେଶ୍ୱର ସାହୁ): ଜିଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ଆନୁକୁଲ୍ୟରେ ଏମ୍ସ ଭୁବନେଶ୍ୱର ଏବଂ ଦିଲ୍ଲୀ ଜହ୍ନ ହୋପକିନସ ୟୁନିଭର୍‌ ସିଟି(John Hopkins University) ଆନୁକୁଲ୍ୟରେ ସ୍ଥାନୀୟ...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

IPL ୨୦୨୬: ମା’ ବିକିଥିଲେ ଗହଣା, ଖାଲିପେଟରେ ଶୋଇଥିଲେ ବାପା; ଏବେ ୧୪.୨୦ କୋଟିରେ କିଣିଲା CSK

ମୁମ୍ବାଇ,୧୮ା୧୨: ଆଇପିଏଲ୍ ୨୦୨୬ ନିଲାମରେ ଚେନ୍ନାଇ ସୁପର କିଙ୍ଗସ୍ (CSK) ଦ୍ୱାରା ୧୪.୨୦ କୋଟି ଟଙ୍କାରେ କିଣାଯାଇଥିବା ଯୁବ ୱିକେଟକିପର ବ୍ୟାଟର କାର୍ତ୍ତିକ ଶର୍ମାଙ୍କ ସଫଳତା...

ଆଦିବାସୀ ମହୋତ୍ସବ ‘ପରବ’ ଉଦ୍‌ଘାଟନ କରିବେ ମନ୍ତ୍ରୀ, ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୋଲିସ ମୁତୟନ

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଗୁରୁବାର ସନ୍ଧ୍ୟା ୬ଟାରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ର ଉଦ୍‌ଘାଟନ ହେବାକୁ ଯାଉଥିବାବେଳେ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri