ପ୍ରଧାନମନ୍ତ୍ରୀ ଅର୍ଥ ବ୍ୟବସ୍ଥାର ବାସ୍ତବତାକୁ ଅଗ୍ରାହ୍ୟ କରୁଛନ୍ତି: କଂଗ୍ରେସ

ନୂଆଦିଲ୍ଲୀ,୨୧-୧୨: ଶିଳ୍ପ ଜଗତ ସାମ୍ନାରେ ପ୍ରଧାନ ମନ୍ତ୍ରୀ ଯେଉଁ ସବୁ କଥା ରଖିଛନ୍ତି ଯେଉଁ ସ୍ବପ୍ନ ଦେଖାଇଛନ୍ତି ତାହା ବାସ୍ତବ ନୁହେଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ସରକାର ଦେଶର ଅର୍ଥନୀତିକୁ ଠିକ୍‌ ଭାବେ ବିଚାର କରି ନ ଥିବା କଂଗ୍ରେସର ବରିଷ୍ଠ ମୁଖପାତ୍ର ଆନନ୍ଦ ଶର୍ମା କହିଛନ୍ତି। ଅର୍ଥବ୍ୟବସ୍ଥା ଏବେ ଖରାପ ସ୍ଥିତି ଦେଇ ଗତି କରୁଥିବା ବେଳେ ଯଦି ଏହାକୁ ସୁଧାରିବା ନ ନେଇ କୌଣସି ପଦକ୍ଷେପ ସରକାର ନ ନିଅନ୍ତି ଆସନ୍ତା ବର୍ଷ ସ୍ଥିତି ଆହୁରି ବିଗିଡିଯିବ ବୋଲି ସେ କହିଛନ୍ତି। ବାସ୍ତବତା ଠାରୁ ଦୂରେଇ ଯାଇ ପ୍ରଧାନମନ୍ତ୍ରୀ ଯେଉଁ ମିଛ ପ୍ରତିଶ୍ରୁତି ଦେଉଛନ୍ତି ଏବଂ ମିଛ ସ୍ବପ୍ନ ଦେଖାଉଛନ୍ତି ତାହା ବନ୍ଦ କରନ୍ତୁ। ୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ ଲାଗି ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ୨ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି କେମିତି ହାସଲ ହେବ ବୋଲି ଶର୍ମା ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri