ଶିଳାନ୍ୟାସକୁ ୨୦ବର୍ଷ ବିତିଲା: ଭାଟେଣି ଭଗ୍ନ ସ୍ଲୁଇସ୍‌ କାମ ହେଉନି

ମହାକାଳପଡ଼ା,୨୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଓ ପଟ୍ଟାମୁଣ୍ଡାଇ ବ୍ଲକର ୨୩ ହଜାରରୁ ଅଧିକ ଏକର ଚାଷ ଜମି ଓ ୨୨ରୁ ଊର୍ଦ୍ଧ୍ୱ ପଞ୍ଚାୟତର ଚାଷୀଙ୍କ ପାଇଁ ଯୋର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ମଧୁର ଜଳ ଗଚ୍ଛିତ ରଖିବା, ଉଠା ଜଳସେଚନ ମାଧ୍ୟମରେ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହି ୨ ବ୍ଲକର ସ୍ଥାନୀୟ ଚାଷୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହାକାଳପଡ଼ା ବ୍ଲକ ଜମ୍ବୁ ପଞ୍ଚାୟତର ଭାଟେଣୀସ୍ଥିତ ନରେନ୍ଦ୍ର ନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ଗୋବରୀ ନଦୀ ଶାଖା ଯୋର ୩ ମୁହାଣୀ ମାଉଥ-୧ ଠାରେ ୨୦୦୩ ଜୁଲାଇ୧୯ରେ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପରେ ନାବାର୍ଡ ଆର୍ଥିକ ସହାୟତାରେ ରାଜ୍ୟ ଜଳ ସମ୍ପଦ ବିଭାଗ କେନ୍ଦ୍ରାପଡ଼ା ଡିଭିଜନ ପକ୍ଷରୁ ୨ କୋଟି ୪୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସ୍ଲୁଇସ୍‌ କ୍ରିକ ନିର୍ମାଣ ଆରମ୍ଭ ହୋଇଥିଲା। ସାମୁଦ୍ରିକ ଲୁଣା ପାଣି ଏହି କ୍ରିକ୍‌ ଦ୍ୱାରା ଅଟକିବ ବୋଲି କୁହାଯାଇଥିଲା। କିନ୍ତୁ ଏହି ପ୍ରକଳ୍ପ ନିର୍ମାଣାଧୀନ ଅବସ୍ଥାରେ ୨୦୦୫ ଅକ୍ଟୋବର ୨୦ରେ କ୍ରିକ୍‌ ମଧ୍ୟସ୍ଥଳ ପିଲାର ଦବିବା ସହ ଭୁଶୁଡ଼ି ପଡ଼ିଥିଲା। ସେହି ସମୟରେ ଦାୟିତ୍ୱରେ ଥିବା ପଟ୍ଟାମୁଣ୍ଡାଇ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଥିଲା। ଏହି ପ୍ରକଳ୍ପର କେନ୍ଦ୍ରାପଡ଼ା ଡିଭିଜନ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ଉପରେ ବିଭାଗୀୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ବୁଦ୍ଧିଜୀବୀଙ୍କ କହିବା କଥା ପ୍ରକଳ୍ପଟି ଭୁଶୁଡ଼ିବାରେ ଅନେକ କାରଣ ରହିଛି। ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ସର୍ଭେ ସମୟରେ ବେଣାକନ୍ଧା ପ୍ରକଳ୍ପ ଠିକଣା ସ୍ଥାନ ନିରୂପଣ ହୋଇଥିଲା। ପରେ ବିଭାଗ ନିଷ୍ପତ୍ତି ବଦଳାଇ ପଙ୍କୁଆ ଓ ଗଭୀର ସ୍ଥାନ ଭାଟେଣିରେ ସ୍ଥିର ହେବା, ପ୍ରକଳ୍ପର ପ୍ରସ୍ତୁତିରେ ବୈଷୟିକ ତ୍ରୁଟି, ଡିଜାଇନ୍‌ ପରିବର୍ତ୍ତନ ଓ ଠିକ୍‌ ସ୍ଥାନରେ ନିର୍ମାଣ ନ ହେବା, ଗଭୀର ସାମୁଦ୍ରିକ ଜୁଆର ସ୍ରୋତ, ପଙ୍କୁଆ ମାଟି ଯୋଗୁ ଏହି ଅବସ୍ଥା ଘଟିଥିଲା ବୋଲି ସ୍ଥାନୀୟ ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଏହି ପ୍ରକଳ୍ପ ସ୍ଥାନୀୟ ନିକଟ (ପ୍ରକୃଷ୍ଠ ସ୍ଥାନ ବେଣାକନ୍ଧା ବଜାର) ନିକଟରେ ପ୍ରସ୍ତାବିତ ନିର୍ମାଣ ହୋଇଥିଲେ ସେ ସମୟରେ ଭୁଶୁଡ଼ି ନ ଥାନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
ଚାଷୀ ତ୍ରିଲୋଚନ ସ୍ବାଇଁ, ଭିକାରୀ ରାଉତ, ରତ୍ନାକର ନାୟକ, ପ୍ରଭାକର ନାୟକ, ସୌରି ଚରଣ ସାହୁ ପ୍ରମୁଖ କହିଛନ୍ତି, ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ପଟ୍ଟାମୁଣ୍ଡାଇ ବ୍ଲକର ଅଠରବାଟିଆ, ନରସିଂହପୁର, ଗଗୁଆ, କୁପୁଣି ଆଦି ଅଞ୍ଚଳ ପର୍ଯ୍ୟନ୍ତ ଓ ମହାକାଳପଡ଼ା ବ୍ଲକର ବଳିପାଳ, ନାଞ୍ଜୁରା, ବିଜୟନଗର, ଗଗୁଆ, ବଡିଢ଼ି ସମେତ ୨୨ରୁ ଅଧିକ ପଞ୍ଚାୟତରେ ଉଠା ଜଳସେଚନ ମାଧ୍ୟମରେ ମଧୁର ଜଳସେଚନ ହୋଇଥାନ୍ତା। ଉଭୟ ଖରିଫ୍‌, ରବି ଫସଲ ଓ ବିଭିନ୍ନ ପ୍ରକାର ପନିପରିବା ଚାଷ ଚାଷୀଙ୍କ ଆର୍ଥିକ ବିକାଶ ହୋଇ ପାରିଥାନ୍ତା। ଏହି ନଦୀରେ ସାମୁଦ୍ରିକ ଲୁଣା ଜଳ ପ୍ରବେଶ ନ କରିବା ପାଇଁ ଏହି ବୃହତ୍‌ ଯୋର ଜଳସେଚନ ପ୍ରକଳ୍ପଟିର ୪ପାଶର୍‌ବରେ ତନ୍ତିଆପାଳ, ବିଜୟନଗରଠାରେ କ୍ରିକ୍‌ ନିର୍ମାଣ ହୋଇଥିଲା। ଏହି ଭାଟେଣି କ୍ରିକ୍‌ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଥିଲେ ମାଳିବସା ଯୋର ଦେଇ ମଧୁର ଜଳ ୨ ବ୍ଲକର ୨୨ଟି ପଞ୍ଚାୟତର ୨୩ ହଜାର ଏକର ଜମିରେ ଉଭୟ ଖରା ଓ ବର୍ଷା ଦିନେ ଉଠା ଜଳସେଚନ ମାଧ୍ୟମରେ ଚାଷ କାର୍ଯ୍ୟ ବେଶ୍‌ ସୁରୁଖୁରୁରେ ହୋଇଥାନ୍ତା। ଚଳିତ ଖରିଫ୍‌ ଋତୁରେ ମୌସୁମୀ ବର୍ଷାର ଅନିୟମିତତା, ନଦୀରେ ସମୁଦ୍ରର ଲୁଣା ପାଣି ନେଇ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ବୋଲି ଚାଷୀମାନେ କହିଛନ୍ତି। ସେହିପରି ତନ୍ତିଆପାଳ ସ୍ଲଇସ କ୍ରିକ୍‌ ନିର୍ମାଣରେ ୧ କୋଟି ୭୫ ଲକ୍ଷ ଟଙ୍କା ଓ ବିଜୟନଗର ସ୍ଲୁଇସ୍‌ କ୍ରିକ୍‌ ନିର୍ମାଣରେ ଏକ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ମାତ୍ର ଭାଟେଣି କ୍ରିକ୍‌ ଭୁଶୁଡ଼ିବା ଯୋଗୁ ଏହି ଯୋର ଜଳସେଚନ ପ୍ରକଳ୍ପ ଅଧାପନ୍ତରିଆ ହୋଇଯାଇଛି। ଏହି ଭଗ୍ନ ସ୍ଲୁଇସ୍‌ ଉପରେ ବାଉଁଶ ଚାର ପାର ହୋଇ ବଗଗହଣ, ପଙ୍କପାଳ ଗ୍ରାମର ଛାତ୍ରୀଛାତ୍ରମାନେ ନିକଟ ଭାଟେଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବେଣାକନ୍ଧାସ୍ଥିତ ଉଚ୍ଚ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଆନ୍ତି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ଏହି ଭାଟେଣି ଯୋର ଜଳସେଚନ ପ୍ରକଳ୍ପ ପୁନଃନିର୍ମାଣ ପାଇଁ ବିଭାଗ ପକ୍ଷରୁ କୌଣସି ପ୍ରସ୍ତାବ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri