ଶିଳାନ୍ୟାଶର ୭ ମାସ ବିତିଲା:ଆରମ୍ଭ ହୋଇପାରୁନି ରାସ୍ତା

ଖଇରା, ୯।୭(ଡି.ଏନ.ଏ)-ବାଲେଶ୍ୱର ଜିଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଅଧୀନ ସାଉଣ୍ଡିଆ ହରିଜନ ସାହି ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହେବାର ପାଖାପାଖି ୭ମାସ ବିତିଗଲାଣି। ଏ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇପାରୁନାହିଁ। ତୁରନ୍ତ ରାସ୍ତାକାମ ଆରମ୍ଭ କରା ନ ଗଲେ ସମୂହ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଗ୍ରାମର ମହେଶ୍ୱର ସେଠୀ, ରଘୁନାଥ ସେଠୀ, ରାମଚନ୍ଦ୍ର ପତି, ଅର୍ଜୁନ ବିନ୍ଧାଣି, ଅଜୟ ବିନ୍ଧାଣି, କୈଳାସ ସେଠୀ, ରନତ୍ାକର ନାୟକ ଓ ଦାମୋଦର ପଲେଇ ପ୍ରମୁଖ ଚେତାବନୀ ଦେଇଛନ୍ତି।
୩ ଲକ୍ଷ ୧୭ହଜାର ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ରାସ୍ତା ତତ୍କାଳୀନ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିଲା। ଦୀର୍ଘଦିନ ଧରି ପାଣି କାଦୁଅରେ ହନ୍ତସନ୍ତ ହେଉଥିବା ଗ୍ରାମବାସୀ ଏଥିରେ ଖୁବ୍‌ ଖୁସି ହୋଇଯାଇଥିଲେ। ହେଲେ ଲୋକଙ୍କର ଏହି ଖୁସି ବର୍ଷାପାଣିରେ ମିଳେଇ ଯାଇଛି ା ଏ ପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ ହୋଇ ନ ପାରିବାରୁ ଗ୍ରାମବାସୀଙ୍କୁ ପୁରୁଣା ଦୁର୍ଦ୍ଦଶାରୁ ମୁକ୍ତି ମିଳିପାରୁନାହିଁ ା ବିଶେଷ କରି ପୋଖରୀସାହି ମିନି ଅଙ୍ଗନୱାଡି ଯିବାକୁ ଛୋଟ ଛୋଟ ପିଲାଙ୍କର ଏହା ପ୍ରମୁଖ ରାସ୍ତା ହୋଇଥିବାରୁ ପିଲାମାନଙ୍କୁ ଛାଡିବାକୁ ଅବିଭାବକମାନେ ଭୟ କରୁଛନ୍ତି ା ଏ ସମ୍ପର୍କରେ ବିଡିଓ ମହେଶ ଚୌଧୁରୀଙ୍କୁ ରାସ୍ତା ଆରମ୍ଭ ହୋଇ ନ ପାରିବା ସମ୍ପର୍କରେ ପଚାରିବାରେ ସେ ସମ୍ପୃକ୍ତ ପଞ୍ଚାୟତର କନିଷ୍ଠଯନ୍ତ୍ରୀଙ୍କ ସହ ଆଲୋଚନା କରି କିଭଳି ରାସ୍ତା ଆରମ୍ଭ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri