Posted inଜାତୀୟ

ଶିବସେନାକୁ ସମର୍ଥନ ଦେବନି କଂଗ୍ରେସ

ମୁମ୍ବାଇ, ୫ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଢ଼ିବା ଲାଗି ଶିବସେନାକୁ ସମର୍ଥନ ଦେବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ମନା କରିଦେଇଛନ୍ତି। ରାଜ୍ୟରେ ସରକାର ଗଠନ ନେଇ ଅଚଳାବସ୍ଥା ଲାଗି ରହିଥିଲାବେଳେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ନୂଆଦିଲ୍ଲୀରେ ସୋନିଆଙ୍କୁ ଭେଟି ଏନେଇ ଆଲୋଚନା କରିଥିଲେ। ଜନସାଧାରଣ ଏନ୍‌ସିପିକୁ ବିରୋଧୀ ଆସନରେ ବସିବା ଲାଗି ଅନୁମତି ଦେଇଛନ୍ତି। ତେବେ ମହାରାଷ୍ଟ୍ର ସ୍ଥିତି କ’ଣ ହେବ ଜଣାନାହିଁ କହି ପାଓ୍ବାର ନିଜ ନିଷ୍ପତ୍ତିକୁ ଏକପ୍ରକାର ଝୁଲାଇ ରଖିଛନ୍ତି। ଯେଉଁମାନଙ୍କର ସଂଖ୍ୟା ଅଛି ସେମାନେ ସରକାର ଗଢ଼ିବା ଉଚିତ ବୋଲି ଏନ୍‌ସିପି ନେତା ମତ ଦେଇଛନ୍ତି।
ଭାଜପା-ଶିବସେନା ମେଣ୍ଟ ସରକାର ଗଢ଼ିବା ନେଇ ଅନିଶ୍ଚିତତା ଲାଗିରହିଛି। ଭାଜପା ଏକାକୀ ସରକାର ଗଠନ କରିବା ସମ୍ଭବ ହେଉ ନ ଥିବାବେଳେ ମେଣ୍ଟ ସହଯୋଗୀ ଶିବସେନାର ୫୦-୫୦ ଫର୍ମୁଲା ପରିସ୍ଥିତିକୁ ଗୋଳମାଳିଆ କରିଛି। କଂଗ୍ରେସ-ଏନ୍‌ସିପିକୁ ନେଇ ଶିବସେନା ସରକାର ଗଠନ କରିବାକୁ ଉଦ୍ୟମ ଚଳାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ସ୍ବରାଷ୍ଟ୍ରମନ୍ତ୍ରୀ ତଥା ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହ ଓ ମହାରାଷ୍ଟ୍ର ନିର୍ବାଚନ ଦାୟିତ୍ୱରେ ଥିବା ଭାଜପା ସାଧାରଣ ସମ୍ପାଦକ ଭୂପେନ୍ଦ୍ର ଯାଦବଙ୍କୁ ଭେଟିଛନ୍ତି। ରାଜ୍ୟରେ ଖୁବ୍‌ଶୀଘ୍ର ସରକାର ଗଠନ କରାଯିବ ବୋଲି ଶାହଙ୍କୁ ଭେଟିବା ପରେ ଫଡ୍‌ନବିସ୍‌ ପ୍ରକାଶ କରିଛନ୍ତି।
ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ସୋମବାର ସନ୍ଧ୍ୟାରେ ସୋନିଆଙ୍କୁ ତାଙ୍କ ବାସଭବନରେ ଭେଟି ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଶିବସେନାର ଜିଦ୍‌ ଯୋଗୁ ଭାଜପା ମନ୍ତ୍ରୀ ଜୟକୁମାର ରାଓ୍ବଲ ରାଜ୍ୟରେ ପୁଣି ଥରେ ନିର୍ବାଚନ କରାଯିବା ଲାଗି ମତ ଦେଇଛନ୍ତି। ସେପଟେ ସ୍ବାଧୀନ ବିଧାୟକ ତଥା ଭାଜପା ସମର୍ଥକ ରବି ରାଣା କହିଛନ୍ତି, ଶିବସେନାର ୨୫ ବିଧାୟକ ଭାଜପା ସହ ଯୋଗାଯୋଗରେ ଅଛନ୍ତି। ଫଡ୍‌ନବିସ୍‌ ମୁଖ୍ୟମନ୍ତ୍ରୀ ନ ହେଲେ ଶିବସେନା ଦୁଇଭାଗ ହୋଇଯିବାର ଆଶଙ୍କା ରହିଛି। ଅପରପକ୍ଷରେ ଶିବସେନା ନେତା ସଞ୍ଜୟ ରାଉତ ଓ ଅନ୍ୟ ବରିଷ୍ଠ ନେତାମାନେ ସୋମବାର ରାଜ୍ୟପାଳ ଭଗତ୍‌ ସିଂ କୋଶ୍‌ୟାରିଙ୍କୁ ରାଜଭବନରେ ଭେଟି ଆଲୋଚନା କରିଛନ୍ତି। ବିଧାନସଭା ନିର୍ବାଚନ ଭାଜପା-ଶିବସେନା ମିଳିତ ଭାବେ ଲଢ଼ିଥିବାବେଳେ ମେଣ୍ଟକୁ ୧୬୧(୧୦୫+୫୬) ଏବଂ ଏନ୍‌ସିପିକୁ ୫୪ ଓ କଂଗ୍ରେସକୁ ୪୪ ଆସନ ମିଳିଥିଲା। ମ୍ୟାଜିକ୍‌ ନମ୍ବର ଲାଗି ୧୪୫ ବିଧାୟକଙ୍କ ସମର୍ଥନ ଦରକାର ହେଉଥିବାବେଳେ ଶିବସେନାର ଜିଦ୍‌ ଓ କଂଗ୍ରେସ-ଏନ୍‌ସିପିର ବିଳମ୍ବ ନିଷ୍ପତ୍ତି ରାଜନୀତିକୁ ଗୋଳିଆ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri