Posted inଜାତୀୟ

ଶିବସେନାକୁ ସମର୍ଥନ ଦେବନି କଂଗ୍ରେସ

ମୁମ୍ବାଇ, ୫ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଢ଼ିବା ଲାଗି ଶିବସେନାକୁ ସମର୍ଥନ ଦେବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ମନା କରିଦେଇଛନ୍ତି। ରାଜ୍ୟରେ ସରକାର ଗଠନ ନେଇ ଅଚଳାବସ୍ଥା ଲାଗି ରହିଥିଲାବେଳେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ନୂଆଦିଲ୍ଲୀରେ ସୋନିଆଙ୍କୁ ଭେଟି ଏନେଇ ଆଲୋଚନା କରିଥିଲେ। ଜନସାଧାରଣ ଏନ୍‌ସିପିକୁ ବିରୋଧୀ ଆସନରେ ବସିବା ଲାଗି ଅନୁମତି ଦେଇଛନ୍ତି। ତେବେ ମହାରାଷ୍ଟ୍ର ସ୍ଥିତି କ’ଣ ହେବ ଜଣାନାହିଁ କହି ପାଓ୍ବାର ନିଜ ନିଷ୍ପତ୍ତିକୁ ଏକପ୍ରକାର ଝୁଲାଇ ରଖିଛନ୍ତି। ଯେଉଁମାନଙ୍କର ସଂଖ୍ୟା ଅଛି ସେମାନେ ସରକାର ଗଢ଼ିବା ଉଚିତ ବୋଲି ଏନ୍‌ସିପି ନେତା ମତ ଦେଇଛନ୍ତି।
ଭାଜପା-ଶିବସେନା ମେଣ୍ଟ ସରକାର ଗଢ଼ିବା ନେଇ ଅନିଶ୍ଚିତତା ଲାଗିରହିଛି। ଭାଜପା ଏକାକୀ ସରକାର ଗଠନ କରିବା ସମ୍ଭବ ହେଉ ନ ଥିବାବେଳେ ମେଣ୍ଟ ସହଯୋଗୀ ଶିବସେନାର ୫୦-୫୦ ଫର୍ମୁଲା ପରିସ୍ଥିତିକୁ ଗୋଳମାଳିଆ କରିଛି। କଂଗ୍ରେସ-ଏନ୍‌ସିପିକୁ ନେଇ ଶିବସେନା ସରକାର ଗଠନ କରିବାକୁ ଉଦ୍ୟମ ଚଳାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ସ୍ବରାଷ୍ଟ୍ରମନ୍ତ୍ରୀ ତଥା ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହ ଓ ମହାରାଷ୍ଟ୍ର ନିର୍ବାଚନ ଦାୟିତ୍ୱରେ ଥିବା ଭାଜପା ସାଧାରଣ ସମ୍ପାଦକ ଭୂପେନ୍ଦ୍ର ଯାଦବଙ୍କୁ ଭେଟିଛନ୍ତି। ରାଜ୍ୟରେ ଖୁବ୍‌ଶୀଘ୍ର ସରକାର ଗଠନ କରାଯିବ ବୋଲି ଶାହଙ୍କୁ ଭେଟିବା ପରେ ଫଡ୍‌ନବିସ୍‌ ପ୍ରକାଶ କରିଛନ୍ତି।
ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ସୋମବାର ସନ୍ଧ୍ୟାରେ ସୋନିଆଙ୍କୁ ତାଙ୍କ ବାସଭବନରେ ଭେଟି ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଶିବସେନାର ଜିଦ୍‌ ଯୋଗୁ ଭାଜପା ମନ୍ତ୍ରୀ ଜୟକୁମାର ରାଓ୍ବଲ ରାଜ୍ୟରେ ପୁଣି ଥରେ ନିର୍ବାଚନ କରାଯିବା ଲାଗି ମତ ଦେଇଛନ୍ତି। ସେପଟେ ସ୍ବାଧୀନ ବିଧାୟକ ତଥା ଭାଜପା ସମର୍ଥକ ରବି ରାଣା କହିଛନ୍ତି, ଶିବସେନାର ୨୫ ବିଧାୟକ ଭାଜପା ସହ ଯୋଗାଯୋଗରେ ଅଛନ୍ତି। ଫଡ୍‌ନବିସ୍‌ ମୁଖ୍ୟମନ୍ତ୍ରୀ ନ ହେଲେ ଶିବସେନା ଦୁଇଭାଗ ହୋଇଯିବାର ଆଶଙ୍କା ରହିଛି। ଅପରପକ୍ଷରେ ଶିବସେନା ନେତା ସଞ୍ଜୟ ରାଉତ ଓ ଅନ୍ୟ ବରିଷ୍ଠ ନେତାମାନେ ସୋମବାର ରାଜ୍ୟପାଳ ଭଗତ୍‌ ସିଂ କୋଶ୍‌ୟାରିଙ୍କୁ ରାଜଭବନରେ ଭେଟି ଆଲୋଚନା କରିଛନ୍ତି। ବିଧାନସଭା ନିର୍ବାଚନ ଭାଜପା-ଶିବସେନା ମିଳିତ ଭାବେ ଲଢ଼ିଥିବାବେଳେ ମେଣ୍ଟକୁ ୧୬୧(୧୦୫+୫୬) ଏବଂ ଏନ୍‌ସିପିକୁ ୫୪ ଓ କଂଗ୍ରେସକୁ ୪୪ ଆସନ ମିଳିଥିଲା। ମ୍ୟାଜିକ୍‌ ନମ୍ବର ଲାଗି ୧୪୫ ବିଧାୟକଙ୍କ ସମର୍ଥନ ଦରକାର ହେଉଥିବାବେଳେ ଶିବସେନାର ଜିଦ୍‌ ଓ କଂଗ୍ରେସ-ଏନ୍‌ସିପିର ବିଳମ୍ବ ନିଷ୍ପତ୍ତି ରାଜନୀତିକୁ ଗୋଳିଆ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରିଆ କର୍ମଚାରୀଙ୍କ ପାଇଁ ଜରୁରୀ ଖବର, ଶୀଘ୍ର ଲିଙ୍କ୍‌ କରନ୍ତୁ ଆଧାରକାର୍ଡ ନହେଲେ…

ନୂଆଦିଲ୍ଲୀ,୯।୯: ଚାକିରିଆ କର୍ମଚାରୀ ଏବଂ ଇଏସଆଇସି (ESIC) ହିତାଧିକାରୀଙ୍କ ପାଇଁ ଏକ ଅତ୍ୟନ୍ତ ଜରୁରୀ ସୂଚନା ଆସିଛି। ଏବେ ସମସ୍ତ ଇଏସଆଇସି କାର୍ଡଧାରୀଙ୍କ ପାଇଁ ନିଜ ପରିଚୟ…

ରାସ୍ତାତଳକୁ ଖସିଲା ବସ୍‌, ଯାତ୍ରୀମାନେ ଭୟରେ ଚିତ୍କାର କରିବାରୁ…

ପଟ୍ଟାମୁଣ୍ଡାଇ,୯ା୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ତଳ ରାସ୍ତା ନିକଟସ୍ଥ ଦୋଶିଆ କେନାଲ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୪୨ ଜଣ ଯାତ୍ରୀଙ୍କୁ ନେଇ ଦ୍ରୁତଗତିରେ…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ୩ ଜୀବନ

ଗୁଣପୁର,୯ା୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ରାଗୟଡ଼ା ଜିଲା ପଦ୍ମପୁର ଥାନା ଗୁଲୁଗୁଡ଼ାର ତାରପାଗୁଡ଼ାରେ ଘଟିଛି ଅଘଟଣ। ପାଇଖାନା ଟାଙ୍କିକୁ ଜଣଙ୍କ ପରେ ଜଣେ ଓହ୍ଲାଇ ତିନି ଜଣ ଶାସରୁଦ୍ଧ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ହାଇକୋର୍ଟରେ ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ, ହୋଇପାରନ୍ତି ଗିରଫ

ପାରଳାଖେମୁଣ୍ଡି,୯ା୯: ଗଜପତି ଜିଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡାଙ୍କ ପାଇଁ ଆଇନଗତ ଅଡ଼ୁଆ…

ନବଜାତ ଶିଶୁଙ୍କୁ ସୁନାମୁଦି ଦେବେନି ବିଜୟ? ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୯।୯: ତାମିଲନାଡୁରେ କ୍ଷମତା ସମ୍ଭାଳିବା ପରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନବଜାତ ଶିଶୁମାନଙ୍କୁ ସୁନା ମୁଦି ପ୍ରଦାନ କରିବା ସମ୍ପର୍କିତ ଚର୍ଚ୍ଚିତ ଯୋଜନାର ଶୁଭାରମ୍ଭ ବର୍ତ୍ତମାନ…

ଧାନ କାଟିବାକୁ ଯାଇଥିବା ନାବାଳିକାଙ୍କୁ ବଳାତ୍କାର, ଜଣେ ନାବାଳକଙ୍କୁ ଅଟକ ରଖି…

ବଞ୍ଚୋ,୯ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗରେ ଜଣେ ୧୭ ବର୍ଷ ୧୦ ମାସ ବୟସର ନାବାଳକଙ୍କୁ ପୋଲିସ…

ଘର ଆଗରୁ ବାଇକ୍‌ ଚୋରି କରି ନେଇଗଲେ ଦୁର୍ବୃତ୍ତ

ଦିଗପହଣ୍ଡି,୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜନଗର ମେନ୍‌ରୋଡ୍‌ରେ ଥିବା ଏ. ମୁନା ଦୋରାଙ୍କ ଘର ସମ୍ମୁଖରୁ କେହି ଦୁର୍ବୃତ୍ତ ତାଙ୍କ ବାଇକ୍‌କୁ ଚୋରି କରି…

ପାଖେଇ ଆସିଲାଣି ଗଣେଶ ପୂଜା, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ରିଷିଡ଼ା,୯ା୯(ସୁଶାନ୍ତ ମଲ୍ଲିକ): ଗଣେଶ ପୂଜା ଉପଲକ୍ଷେ କଳାହାଣ୍ଡି ଜିଲା ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି କର୍ଲାମୁଣ୍ତା ବ୍ଲକ ରିଷିଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri