Posted inଜାତୀୟ

ଆର୍‌ସିଇପି ବାଣିଜ୍ୟ ଚୁକ୍ତିରେ ସାମିଲ ହେବନି ଭାରତ

ଶ୍ରୀନଗର,୫ା୧୧(ପି.ଟି.): ଚାଇନା ସମର୍ଥତ୍ତ ଆଞ୍ଚଳିକ ବିସ୍ତୃତ ଅର୍ଥନୈତିକ ଭାଗୀଦାରିତା (ଆର୍‌ସିଇପି) ବାଣିଜ୍ୟ ଚୁକ୍ତିନାମାରେ ସାମିଲ ନ ହେବାକୁ ଭାରତ ନିଷ୍ପତ୍ତି ନେଇଛି। ଚୁକ୍ତିନାମାର କେତେକ ସର୍ତ୍ତକୁ ନେଇ ଭାରତ ଚିନ୍ତାବ୍ୟକ୍ତ କରିଥିଲାବେଳେ ଏହାର ସମାଧାନ ହୋଇ ନ ଥିବାରୁ ଏଥିରେ ସାମିଲ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ନୂଆଦିଲ୍ଲୀ କହିଛି। ଆର୍‌ସିଇପି ରାଜିନାମାର ପ୍ରକୃତ ଉଦ୍ଦେଶ୍ୟ ଜଣାପଡିନାହିଁ। ତେବେ ଭାରତର ସ୍ବାର୍ଥ ସହ ସାଲିସ କରାଯାଇପାରିବ ନାହିଁ ବୋଲି ଜଣେ ଉଚ୍ଚ ପଦାଧିକାରୀ କହିଛନ୍ତି। ଆର୍‌ସିଇପି ଗରିବଙ୍କ ସ୍ବାର୍ଥର ସୁରକ୍ଷା କରିବା ସହ ସେବା କ୍ଷେତ୍ର ପ୍ରତି ଅନୁକୂଳ ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏହି ବୃହତ୍‌ ଆସିଆନ୍‌ ବାଣିଜ୍ୟ ଚୁକ୍ତିନାମାକୁ ନେଇ କଠୋର ଆଭିମୁଖ୍ୟ ପ୍ରକାଶ କରିଛି। ମୂଳ ବର୍ଷରୁ ଚାଇନା ସାମଗ୍ରୀ ଆମଦାନି ଉପରେ ସୁରକ୍ଷା ପାଇଁ ଟାରିଫ ହ୍ରାସ ଏବଂ ଅନ୍ୟ ୧୫ ରାଷ୍ଟ୍ର ଦ୍ୱାରା ସେବା ସେକ୍ଟର ଖୋଲିବା ଆଦିକୁ ନେଇ ନୂଆଦିଲ୍ଲୀ ଚିନ୍ତାବ୍ୟକ୍ତ କରିଛି। ଆର୍‌ସିଇପି ବୁଝାମଣା ପୂର୍ବରୁ ଏହାର ସମସ୍ତ ଦିଗ ପ୍ରତି ବିଚାର କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଆନ୍‌ ସମ୍ମିଳନୀରେ ଯୋଗଦେବାକୁ ଯିବା ପୂର୍ବରୁ କହିଥିଲେ। ଏହି ଚୁକ୍ତିନାମା ଲାଗି କୌଣସି ସମୟସୀମାକୁ ଭାରତ ଗ୍ରହଣ କରିନାହିଁ। ଦେଶର ସ୍ବାର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବା ଆବଶ୍ୟକ ବୋଲି କେନ୍ଦ୍ର ସରକାର କହିଛନ୍ତି। ଆର୍‌ସିଇପି ଚୁକ୍ତିନାମାରେ ଭାରତ ସାମିଲ ହେବନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଷ୍ପତ୍ତି ନେଇଥିବାରୁ ଏହାକୁ ବିଭିନ୍ନ ବାଣିଜ୍ୟ ସଂଗଠନ ସ୍ବାଗତ କରିଛନ୍ତି। ଏହା ଏକ ନିଷ୍ଠୁର ଚୁକ୍ତି ବୋଲି ଅଖିଳ ଭାରତ ବ୍ୟବସାୟୀ ମହାସଂଘ (ସିଏଆଇଟି)ର ମହାସଚିବ ପ୍ରବୀଣ ଖଣ୍ଡେଲ୍‌ଓ୍ବାଲ କହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଚାଇନାରୁ ଶସ୍ତା ସାମଗ୍ରୀ ଭାରତୀୟ ବଜାରରେ ଛାଇହୋଇଯାଇଥାନ୍ତା ବୋଲି ଦେଶର କ୍ଷୁଦ୍ର ବ୍ୟବସାୟିକ ସଂସ୍ଥାଗୁଡିକ ଆଶଙ୍କା କରୁଥିଲେ। ଏହା ଭାରତର ସମ୍ପୂର୍ଣ୍ଣ ପୋଷାକ ଶିଳ୍ପକୁ ପ୍ରଭାବିତ କରିଥାନ୍ତା ବୋଲି ଆପାରେଲ୍‌ ଏକ୍ସପର୍ଟ ପ୍ରମୋଶନ କାଉନସିଲର ନିର୍ଦ୍ଦେଶକ ଚନ୍ଦ୍ରିମା ଚାଟାର୍ଜୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ATM ରୁ ଟଙ୍କା ସହ ନୂଆ ଡେବିଟ କାର୍ଡ ବି ମିଳିବ, ଜାଣନ୍ତୁ କେମିତି?

ନୂଆଦିଲ୍‌ଲୀ,୯।୯: ଯେତେବେଳେ କୌଣସି ବ୍ୟକ୍ତି ବ୍ୟାଙ୍କ ଖାତା ଖୋଲନ୍ତି, ତେବେ ତାହାର ୧ ସପ୍ତାହ ପରେ ଘରେ ଏଟିଏମ କାର୍ଡ (ଡେବିଟ କାର୍ଡ) ପହଞ୍ଚିଥାଏ। ତେବେ ନୂତନ…

KBC କୁ ବାଏ ବାଏ କରିବେ ଅମିତାଭ! କୋଟି କୋଟି ପ୍ରଶଂସକଙ୍କୁ ଝଟ୍‌କା…

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। କେବଳ ଜଣେ ଅଭିନେତା ଭାବରେ ନୁହେଁ, ବରଂ…

ଗଣେଶ ପୂଜାକୁ ନେଇ ପୋଲିସର କଡ଼ା ଆଭିମୁଖ୍ୟ: ଡିଜେ ଶୋଭାଯାତ୍ରା ସମ୍ପୂର୍ଣ୍ଣ ନିଷେଧ

ଗଞ୍ଜାମ,୯ା୯(ବିଦ୍ୟାଧର ସାହୁ): ଚଳିତ ମାସ ୧୪ରେ ପାଳିତ ହେବ ଅଗ୍ର୍ୟ ପୂଜ୍ୟ ମହାବିନାୟକ ଗଣେଶ ପୂଜା l ଚଳିତ ବର୍ଷ ଗଣେଶ ପୂଜା ନିମନ୍ତେ କଡା ଆଭିମୁଖ୍ୟ…

କଳାହାଣ୍ଡିରେ ନୂଆ ଡିଆଇପିଆର୍‌ଓଙ୍କ ଯୋଗଦାନ

ଭବାନୀପାଟଣା,୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ମନୋଜ କୁମାର ବେହେରା ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆରଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ…

ଚାକିରିଆ କର୍ମଚାରୀଙ୍କ ପାଇଁ ଜରୁରୀ ଖବର, ଶୀଘ୍ର ଲିଙ୍କ୍‌ କରନ୍ତୁ ଆଧାରକାର୍ଡ ନହେଲେ…

ନୂଆଦିଲ୍ଲୀ,୯।୯: ଚାକିରିଆ କର୍ମଚାରୀ ଏବଂ ଇଏସଆଇସି (ESIC) ହିତାଧିକାରୀଙ୍କ ପାଇଁ ଏକ ଅତ୍ୟନ୍ତ ଜରୁରୀ ସୂଚନା ଆସିଛି। ଏବେ ସମସ୍ତ ଇଏସଆଇସି କାର୍ଡଧାରୀଙ୍କ ପାଇଁ ନିଜ ପରିଚୟ…

ରାସ୍ତାତଳକୁ ଖସିଲା ବସ୍‌, ଯାତ୍ରୀମାନେ ଭୟରେ ଚିତ୍କାର କରିବାରୁ…

ପଟ୍ଟାମୁଣ୍ଡାଇ,୯ା୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ତଳ ରାସ୍ତା ନିକଟସ୍ଥ ଦୋଶିଆ କେନାଲ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୪୨ ଜଣ ଯାତ୍ରୀଙ୍କୁ ନେଇ ଦ୍ରୁତଗତିରେ…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ୩ ଜୀବନ

ଗୁଣପୁର,୯ା୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ରାଗୟଡ଼ା ଜିଲା ପଦ୍ମପୁର ଥାନା ଗୁଲୁଗୁଡ଼ାର ତାରପାଗୁଡ଼ାରେ ଘଟିଛି ଅଘଟଣ। ପାଇଖାନା ଟାଙ୍କିକୁ ଜଣଙ୍କ ପରେ ଜଣେ ଓହ୍ଲାଇ ତିନି ଜଣ ଶାସରୁଦ୍ଧ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ହାଇକୋର୍ଟରେ ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ, ହୋଇପାରନ୍ତି ଗିରଫ

କଟକ,୯ା୯(ପ୍ରଭୁକଲ୍ୟାଣ ପାଲ୍‌): ଗଜପତି ଜିଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡାଙ୍କ ପାଇଁ ଆଇନଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri