Posted inଜାତୀୟ

ଶିବସେନାକୁ ଶିକାର ଭୟ:ହୋଟେଲରେ ୫୬ ବିଧାୟକ

ମୁମ୍ବାଇ,୮-୧୧(ପି.ଟି./ଆଇଏଏନ୍‌ଏସ୍‌):ମହାରାଷ୍ଟ୍ରରେ କ୍ଷମତା ଭାଗବଣ୍ଟା ଛିଣ୍ଡୁନାହିଁ। ଦୁଇ ସହଯୋଗୀ ଭାଜପା ଓ ଶିବସେନା ମଧ୍ୟରେ ହିସାବକିତାବ ସରୁନାହିଁ। ତେଣୁ ସରକାର ଗଠନରେ ବିଳମ୍ବ ହେବାରେ ଲାଗିଛି। ଶୁକ୍ରବାର ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାବେଳେ ଶେଷ ମୁହୂର୍ତ୍ତରେ କିଛି ବି ଘଟିପାରେ। ତେଣୁ ୫୦:୫୦ ସୂତ୍ରକୁ ନେଇ ଅଡ଼ି ବସିଥିବା ଶିବସେନା ପକ୍ଷରୁ ଗୁରୁବାର ଦଳର ସମସ୍ତ ୫୬ ବିଧାୟକଙ୍କୁ ବାନ୍ଦ୍ରାର ଏକ ଘରୋଇ ହୋଟେଲରେ ରଖାଯାଇଛି। ରାଜନୈତିକ ସଙ୍କଟ ଦୂର ନ ହେବା ଯାଏ ଉକ୍ତ ହୋଟେଲରେ ରଖାଯିବ ବୋଲି ଦଳ ସୂତ୍ରରୁ ପ୍ରକାଶ। ଅନ୍ୟପକ୍ଷରେ ଭାଜପା ପକ୍ଷରୁ ସମ୍ଭାବ୍ୟ ଶିକାର ଭୟକୁ ନେଇ ଶିବସେନା ଏପରି ପଦକ୍ଷେପ ନେଇଥିତ୍ବା କଂଗ୍ରେସ ସମାଲୋଚନା କରିଛି।
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବର ୨୧ରେ ହୋଇଥିଲା, ଯାହାର ଫଳାଫଳ ୨୪ ତାରିଖରେ ପ୍ରକାଶ ପାଇଥିଲା। ଭାଜପାକୁ ୧୦୫ ଓ ଏହାର ସହଯୋଗୀ ଶିବସେନାକୁ ୫୬ ଆସନରେ ସଫଳତା ମିଳିଛି। ବିରୋଧୀ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ୫୪ ଆସନ ଦଖଲ କରିଥିବାବେଳେ କଂଗ୍ରେସ ପ୍ରାର୍ଥୀ ୪୪ ଆସନରେ ବିଜୟୀ ହୋଇଛନ୍ତି। ବିଧାନସଭା କାର୍ଯ୍ୟକାଳ ଶୁକ୍ରବାର ଶେଷ ହେବାକୁ ଥିବାବେଳେ ସରକାର ଗଠନ ପାଇଁ ଅଦ୍ୟାବଧି କୌଣସି ଦଳ କିମ୍ବା ମେଣ୍ଟ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇନାହିଁ। ପ୍ରଥମ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ପଦ ନିଜ ପାଖରେ ରଖିବାକୁ ଶିବସେନା ଚାହୁଁଛି, ଯାହାକୁ ଭାଜପା ପ୍ରତ୍ୟାଖ୍ୟାନ କରିସାରିଛି। ବିଧାୟକ ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ନେତୃତ୍ୱରେ ପୁଣି ସରକାର ଗଠନ କରାଯିବ ବୋଲି ଭାଜପା ସ୍ପଷ୍ଟ କରିଛି। କୁହୁକ ସଂଖ୍ୟା ୧୪୫ ହୋଇଥିବାରୁ ଭାଜପାକୁ ସରକାର ଗଠନ ଲାଗି ଆଉ ୪୦ ସଦସ୍ୟଙ୍କ ସମର୍ଥନ ଜରୁରୀ। ତେଣୁ ଶିବସେନାରେ ବିଭାଜନ କରାଇ ଭାଜପା କ୍ଷମତା ଅକ୍ତିଆର କରିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଶିବସେନାର ସମସ୍ତ ୫୬ ବିଧାୟକଙ୍କୁ ବାନ୍ଦ୍ରା ଓ୍ବେଷ୍ଟ୍‌ର ବସ୍‌ଷ୍ଟାଣ୍ଡ ନିକଟସ୍ଥ ହୋଟେଲ ରଙ୍ଗ ଶାରଦାକୁ ନିଆଯାଇଛି। ସମୁଦ୍ରକୂଳରେ ଶାନ୍ତ ପରିବେଶରେ ଥିବା ଏହି ମଧ୍ୟମ ଧରଣର ହୋଟେଲରେ ସେମାନଙ୍କୁ ଦୁଇରୁ ତିନିଦିନ ରଖାଯାଇପାରେ। ଏଠାରେ ରାତି ବିତାଇବା ପାଇଁ ରୁମ୍‌ ପିଛା ୩,୫୦୦ ଟଙ୍କା। ଅତି ବିଳାସପୂର୍ଣ୍ଣ ନ ହୋଇ ମଧ୍ୟମ ଧରଣର ସେବା ଉପଲବ୍ଧ ଏହି ହୋଟେଲରୁ ଅଭିନେତା ସଲମାନ୍‌ ଖାନ୍‌, ଶାହରୁଖ୍‌ ଖାନ୍‌, ରେଖା ଓ ଅନ୍ୟ କେତେଜଣ ସେଲିବ୍ରିଟିଙ୍କ ଘର ବେଶି ଦୂର ନୁହେଁ। ସାମ୍ପ୍ରତିକ ରାଜନୈତିକ ସଙ୍କଟ ଦୃଷ୍ଟିରୁ ଶିବସେନା ଏହି ହୋଟେଲକୁ ବାଛିଥିବା କୁହାଯାଉଛି। କାରଣ ବାନ୍ଦ୍ରା ଇଷ୍ଟ୍‌ରେ ଥିବା ଠାକ୍‌ରେ ବାସଭବନରୁ ମଧ୍ୟ ଏହାର ଦୂରତା ୨ କି.ମି. ଭିତରେ ହେବ। ଶିବସେନା ଭବନରୁ ୪ କି.ମି., ରାଜଭବନରୁ ୧୬ କି.ମି. ଓ ବିଧାନସଭାରୁ ୧୯ କି.ମି. ଦୂରରେ ରହିଛି ଏହି ହୋଟେଲ।
ବିଧାୟକମାନଙ୍କୁ ଅପରାହ୍ନରେ ମିନି ବସ୍‌ରେ ହୋଟେଲକୁ ନିଆଯିବା ପୂର୍ବରୁ ଶିବସେନାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ଦଳୀୟ ବିଧାୟକଙ୍କୁ ମନ୍ତ୍ରଣା ଦେବା ସମୟରୁ ସେମାନଙ୍କ ମୋବାଇଲ ଫୋନ୍‌ ସୁଇଚ୍‌ ଅଫ୍‌ ରହିଛି। ଏନେଇ ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ୍‌ କହିଛନ୍ତି, ରାଜ୍ୟର ଦୂରଦୂରାନ୍ତରୁ ବିଧାୟକମାନେ ମୁମ୍ବାଇ ଆସିଛନ୍ତି। ସାଉଥ୍‌ ମୁମ୍ବାଇରେ ରହିବା ପାଇଁ ସେମାନେ ହୋଟେଲ ପାଇନାହାନ୍ତି। ସେମାନଙ୍କ ଯନତ୍ ନେବା ଆମର ଉତ୍ତରଦାୟିତ୍ୱ। ତେଣୁ ବିଧାୟକମାନଙ୍କ ଖାଇବା, ରହିବା, ସୁରକ୍ଷା ଏବଂ ଆବଶ୍ୟକ ସ୍ଥଳେ ଉପସ୍ଥିତି ଉପଲବ୍ଧ କରାଇବା ଲାଗି ଆମେ ସୁନିଶ୍ଚିତ କରୁଛୁ। ଆମର କୌଣସି ବିଧାୟକଙ୍କ ଉପରେ ଶିକାର ଭୟ ନାହିଁ ବୋଲି ରାଉତ୍‌ କହିଛନ୍ତି। ହୋଟେଲରେ ସନ୍ଧ୍ୟା ସୁଦ୍ଧା ବିଶେଷ ସୁରକ୍ଷା ବନ୍ଦୋବସ୍ତ କରାଯାଇ ନ ଥିଲେ ହେଁ ବିଧାୟକଙ୍କ ଗତିବିଧି ଉପରେ ଶିବ ସୈନିକ ଓ କଂଗ୍ରେସ-ଏନ୍‌ସିପି କର୍ମୀଙ୍କ କଡ଼ା ନଜର ରହିଥିବା କୁହାଯାଉଛି। ଭାଜପାକୁ ଯେପରି ଜଣେ ହେଲେ ଶିବସେନା ବିଧାୟକ ଖସି ନ ଯିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ଇତିମଧ୍ୟରେ ଶିବସେନା, କଂଗ୍ରେସ ଏବଂ ଏନ୍‌ସିପି ମଧ୍ୟରେ ସମ୍ଭାବ୍ୟ ଦଳବଦଳକାରୀଙ୍କ ବିରୋଧରେ ଅନୌପଚାରିକ ଭାବେ ଏକ ସହମତି ପ୍ରକାଶ ପାଇଛି। ଯଦି କୌଣସି ଦଳର କେହି ବିଧାୟକ ଭାଜପାରେ ମିଶନ୍ତି ତେବେ ପରବର୍ତ୍ତୀ ନିର୍ବାଚନରେ ତିନି ଦଳର ମିଳିତ ପ୍ରାର୍ଥୀ ଲଢ଼େଇ କରିବେ ଓ ତାଙ୍କୁ ମିଳିମିଶି ହରାଇବା ପାଇଁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri