Posted inଖେଳ

ଶିବ ପ୍ରସାଦ, ଅଶୋକଙ୍କୁ କମଲ ଗାଙ୍ଗୁଲି କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର, ୯।୩(କ୍ରୀଡ଼ା ପ୍ରତିନିଧି)- ପାରା ଆଥଲେଟ୍‌ ପ୍ରମୋଦ ଭଗତଙ୍କ ପରି ଅର୍ଜୁନ ପୁରସ୍କାରପ୍ରାପ୍ତ ଖେଳାଳିଙ୍କ ମାର୍ଗ ଦର୍ଶକ ସାଜିଥିବା ଶିବ ପ୍ରସାଦ ଦାସ ଏବଂ ଓଡ଼ିଶା କ୍ରୀଡ଼ାର ଅନ୍ୟତମ ପ୍ରମୁଖ ବ୍ୟକ୍ତିତ୍ୱ ତଥା ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି କମଲ ଗାଙ୍ଗୁଲି ସ୍ମାରକୀ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ସହିତ ସ୍ପୋର୍ଟିଂ ଆନୁକୂଲ୍ୟରେ ରବିବାର ଅପରାହ୍ନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ଦୁଇଜଣଙ୍କୁ ପୁରସ୍କୃତ କରାଯାଇଛି। ଓଡ଼ିଶାରେ ଏକାଧିକ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇ ଜାତୀୟ ସ୍ତରରେ ରାଜ୍ୟକୁ ଗର୍ବିତ କରିଥିବା ଶିବପ୍ରସାଦ ୭ମ କମଲ ଗାଙ୍ଗୁଲି ଶ୍ରେଷ୍ଠ କୋଚ୍‌ ପୁରସ୍କାର ହାସଲ କରିଛନ୍ତି। ପୁରସ୍କାର ସ୍ବରୂପ ତାଙ୍କୁ ମାନପତ୍ର ସହିତ ୨୦,୦୦୦ଟଙ୍କା ପ୍ରଦାନ କରାଯାଇଛି। ସେହିପରି ପୂର୍ବତନ ହକି ଖେଳାଳି ତଥା ଓଡ଼ିଶା କ୍ରୀଡ଼ା ପ୍ରଶାସନିକ ଜଗତର ଚର୍ଚ୍ଚିତ ବ୍ୟକ୍ତି ଅଶୋକ ମହାନ୍ତି ୫ମ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ପୁରସ୍କାର ପାଇଛନ୍ତି। ତାଙ୍କୁ ମାନପତ୍ର ସହ ଏକ ଟିଭି ଉପହାର ଦିଆଯାଇଛି।
ସହିଦ ସ୍ପୋର୍ଟିଂ କ୍ଲବ ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଜାତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ବିଧାୟକ ଅନନ୍ତ ନାରାୟଣ ଜେନା, ମାରୁତି ଇଷ୍ଟେଟ ଇଣ୍ଡିଆ ଏମଡି ଜିତେନ୍ଦ୍ର ପ୍ରସାଦ ସିଂ ଓ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ଏମ୍‌ଡି ରାଜେଶ ଗୁପ୍ତା ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା) ସମ୍ପାଦକ ସମ୍ବିତ ମହାପାତ୍ର ସଂଯୋଜନା ଦାୟିତ୍ୱ ନିର୍ବାହ କରିଥିଲେ। ଏହି ଅବସରରେ ବିଶେଷ ସଫଳତା ପାଇଁ କ୍ଲବ ପକ୍ଷରୁ ଓଡ଼ିଶା ରଣଜୀ ଦଳର କୋଚ୍‌ ରଶ୍ମିରଞ୍ଜନ ପରିଡ଼ା, ଟ୍ରେନର ମନୋଜ ବିଶ୍ୱାଳ, ଜୁନିୟର ଓଡ଼ିଶା ଚୟନକର୍ତ୍ତା ସୌରଭ ସେହଗଲଙ୍କୁ ସମ୍ମାନିତ କରାଯାଇଥିଲା। କ୍ରୀଡ଼ା ପ୍ରୋତ୍ସାହନ ପାଇଁ ଜିତେନ୍ଦ୍ର ପ୍ରସାଦ ପାଇଥିଲେ ‘ସହିଦ ସ୍ପୋର୍ଟିଂ ଗୌରବ’ ସମ୍ମାନ। ଏହା ବ୍ୟତୀତ ଓଡ଼ିଶା ୨୩ ବର୍ଷରୁ କମ୍‌ ଦଳର ସଦସ୍ୟ ଶୁଭମ୍‌ ଶତ୍ରୁଜିତ, ଜ୍ୟୋତି ରଞ୍ଜନ ବେହେରା, ବିଶ୍ୱବିଦ୍ୟାଳୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରିୟମ ପ୍ରିୟଜିତ, ଓଡ଼ିଶା ୧୯ ବର୍ଷରୁ କମ୍‌ ଦଳର ସଦସ୍ୟ ମାନସ ରଞ୍ଜନ ନାୟକ, ସନ୍ଦୀପ ଚୌହାନ, ଆର୍ଯ୍ୟ ଜେନା, ବିଶ୍ୱ ମୁଦୁଲି, ଅନ୍ବେଷ ତ୍ରିପାଠୀ ଓ ରିତେଶ ସିଂଙ୍କୁ ସମ୍ମାନିତ କରାଯାଇଥିଲା। ସମାରୋହରେ ବିଶିଷ୍ଟ ଫିଜିଓ ମୁକ୍ତି ପ୍ରସାଦ ଦାଶ, ପ୍ରଦୋଷ ପଟ୍ଟନାୟକ, ନିକୁଞ୍ଜ ମହାନ୍ତି, ବବିନ ମହାନ୍ତି, ସି.ପି. ଶର୍ମା, ସରୋଜ ବାରିକ, ଉମାନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ନୌ ଜିତିବା ପରେ ପଏଣ୍ଟ ଟେବୁଲ୍‌ରେ ହେଲା ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛି

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ଲକ୍ଷ୍ନୌର ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ...

ପାଣ୍ଡ୍ୟାଙ୍କ ଏହି ଭୁଲ ଯୋଗୁ ମୁମ୍ବାଇକୁ ପଡ଼ିଲା ଭାରି, ଅଧିନାୟକ ସମେତ ଖେଳାଳିଙ୍କ ଉପରେ ଲାଗିଲା ମୋଟା ଅଙ୍କର ଫାଇନ୍‌

ନୂଆଦିଲ୍ଲୀ,୧।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଡବଲ ଝଟକା ଲାଗିଛି। ଟୁର୍ନାମେଣ୍ଟର ୪୮ତମ ମ୍ୟାଚରେ ମୁମ୍ବାଇକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ୪ ଉଇକେଟ୍‌ରେ ହରାଇଛି। ଏହି...

ବିରାଟ କୋହଲି ଆମର ଜ୍ୱାଇଁ…କାହିଁକି ଏମିତି କହିଲେ ଶାହରୁଖ

କୋଲକାତା,୧।୫: ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ ମାଲିକ ତଥା ବଲିଉଡ ଅଭିନେତା ଶାହାରୁଖ ଖାନ ବିରାଟ କୋହଲିଙ୍କ ଉପରେ ନିଜର ମତ ରଖିଛନ୍ତି। କୋହଲିଙ୍କୁ...

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ରୁ ବିଦା! ଜାଣନ୍ତୁ କ’ଣ ରହିଛି ସମୀକରଣ

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ସୁପର ଜଏଣ୍ଟସ ଏହି ମ୍ୟାଚ ସହଜରେ ଜିତିଲା।...

ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ଜାଣନ୍ତୁ ଦଳରେ କାହାକୁ ମିଳିଲା ସ୍ଥାନ

ସିଡନୀ,୧।୫: ଅଷ୍ଟ୍ରେଲିଆ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ବିଶ୍ୱକପ୍‌ରେ ଦଳ ଅନ୍ତର୍ଜାତୀୟ ଟି-୨୦ ଅଧିନାୟକ ମିଚେଲ ମାର୍ଶଙ୍କ...

ଆଦିତ୍ୟଙ୍କ ମାଉଣ୍ଟ କୋଜିଓସ୍କୋ ଆରୋହଣ

ଭୁବନେଶ୍ୱର, ୧।୫ (ତପନ ସ୍ବାଇଁ): ଅଷ୍ଟ୍ରେଲିଆ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋକୁ ସଫଳତାର ସହ ଆରୋହଣ କରିଛନ୍ତି ଯୁବ ପର୍ବତାରୋହୀ ଆଦିତ୍ୟ ପ୍ରସାଦ ଖାଡ଼ଙ୍ଗା।...

ଦକ୍ଷିଣ ଆଫ୍ରିକା ଦଳରେ ଦୁଇ ନୂଆ ମୁହଁ

ଜୋହାନ୍ସବର୍ଗ, ୧ା୫ : ଓ୍ବେଷ୍ଟଇଣ୍ଡିଜ ଓ ଆମେରିକାରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ମଙ୍ଗଳବାର ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଘୋଷଣା କରାଯାଇଛି। ଆଘାତଜନିତ...

ୟୁକେ’ରେ ନିର୍ବାଚନ ଲଢ଼ିବେ ପାନେସର

ଲଣ୍ଡନ, ୧ା୫: ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର ରାଜନୀତିରେ ପ୍ରବେଶ କରିଛନ୍ତି। ୟୁନାଇଟେଡ କିଙ୍ଗଡମ୍‌ (ୟୁକେ) ନିର୍ବାଚନରେ ସେ ଜର୍ଜ ଗ୍ୟାଲୋଓ୍ବେଙ୍କ ଓ୍ବାର୍କର୍ସ ପାର୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri