ଶିଡ଼ିରୁ ପଡ଼ି ବାୟୁସେନା ଅଧିକାରୀ ମୃତ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ

କାମାକ୍ଷାନଗର, ୧୬।୧୨(ଡି.ଏନ୍‌.ଏ.) କର୍ମସ୍ଥଳରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଭାରତୀୟ ବାୟୁସେନାର ଜୁନିୟର ଓ୍ବାରେଣ୍ଟ ଅଫିସର ଧନେଶ୍ବର ସାହୁଙ୍କ ଶେଷକୃତ୍ୟ ରବିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ଏହାକୁ ନେଇ ପୈତୃକ ଗ୍ରାମ କାମାକ୍ଷାନଗର ବ୍ଲକ ବାରୁଅଁା (କା)ରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ।
ଧନେଶ୍ବର ରାଜସ୍ଥାନର ନାଲ ବାୟୁସେନା କାର୍ଯ୍ୟାଳୟରେ ନିୟୋଜିତ ଥିଲେ। ଡିସେମ୍ବର ୧ରେ ଡ୍ୟୁଟି ସାରି କ୍ୱାର୍ଟର୍ସକୁ ଫେରିବା ବେଳେ ସେ ଅସାବଧାନତାବଶତଃରୁ ଶିଡିରୁ ଖସିପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେ କୋମାରେ ଥିଲେ। ସେଠାକାର ସେନା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଯାଇଥିଲା। ରବିବାର ଏକ ସ୍ବତନ୍ତ୍ର ଗାଡ଼ିରେ ମରଶରୀର ଗ୍ରାମକୁ ଅଣାଯାଇଥିଲା। ସରପଞ୍ଚ ମମତା ମାହୁନ୍ତ, ସମିତିସଭ୍ୟ ଦୀପକ ମାହୁନ୍ତ, ଜିଲା ପରିଷଦ ସଭ୍ୟ ହୃଦାନନ୍ଦ ପରିଡ଼ା, ବାୟୁସେନାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ତୋପସଲାମୀ ଦିଆ ଯିବାପରେ ଅନ୍ତିମ ସଂସ୍କାର କରାଯାଇଥିଲା। ଧନେଶ୍ୱର ୧୯୯୭ରେ ଚାକିରିରେ ଯୋଗଦେଇଥିଲେ। ତାଙ୍କ ଘରେ ମା’, ସ୍ତ୍ରୀ ଏବଂ ୨ ପୁଅ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri