ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଘଟଣା: କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ କରିବ କୁଇ ସମାଜ

ଫୁଲବାଣୀ ଅଫିସ,୨୯ା୮-କନ୍ଧମାଳ ଜିଲା କ.ନୁଆଗାଁ ବ୍ଲକ କୁଡୁତୁଲି ସରକାରୀ ଉନ୍ନୀତ ନୋଡାଲ ଉଚ୍ଚ ବିଦ୍ୟାଳୟ ଆଦିବାସୀ ମହିଳା ଶିକ୍ଷୟିତ୍ରୀଙ୍କୁ ସେହି ସ୍କୁଲର ପ୍ରଧାନଶିକ୍ଷକ, ଅନ୍ୟ ୩ ଜଣ ସହକାରୀ ଶିକ୍ଷକ ନିର୍ଯାତନା ଦେବା ଘଟଣାକୁ ନେଇ ଏବେ ଜିଲାରେ ଚର୍ଚ୍ଚା ଜୋର ଧରିଛି ା ଆସନ୍ତା ୨ ତାରିଖ ସୁଦ୍ଧା ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଚାକିରିରୁ ନିଳମ୍ବିତ କରା ନ ଗଲେ କୁଇ ସମାଜ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବୁଧବାର କୁଇ ସମାଜ ସମନ୍ବୟ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସମିତି ସମ୍ପାଦକ ଲମ୍ବୋଦର କହଁର ଚେତାବନୀ ଦେଇଛନ୍ତି ା ଶିକ୍ଷୟିତ୍ରୀଙ୍କୁ ଖାଲି ଦୁର୍ବ୍ୟବହାର ନୁହେଁ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଛି ା ଥାନାରେ ଅଭିଯୋଗ ହେଲା ପରେ ବି ପୋଲିସ ଚୁପ୍‌ ବସିଛି ା ଅଭିଯୋଗର ୪ ଦିନ ପରେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଉନାହିଁ ା ଆମେ ଚୁପ୍‌ ବସିବୁ ନାହିଁ ା ପୋଲିସ ଏବଂ ଶିକ୍ଷା ବିଭାଗ ବିରୋଧରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଅନ୍ୟ କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ା ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସମିତିର ଫିରିଙ୍ଗିଆ ବ୍ଲକ ସଭାପତି ରାଜେନ୍ଦ୍ର କହଁର, ଉପ ସଭାପତି ଡ୍ରାଇଭର କହଁର, ନିଗମାନନ୍ଦ କହଁର, ପ୍ରଦୀପ କହଁର, ତୁଷାର କହଁର, ବିବଚ୍ଛ କହଁର, ପ୍ରମୋଦ ପ୍ରଧାନ, ମେରଗୁ ମଲ୍ଲିକ, ଉଦ୍ଧବ ମଲ୍ଲିକ, ସିନାଲା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, କୁଡ଼ୁତୁଲି ଉନ୍ନୀତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗତ ଜୁଲାଇ ୧୮ ତାରିଖରେ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନ କାନ୍ଦୁଥିବା ଦେଖି ଅନ୍ୟ ଜଣେ ଶିକ୍ଷୟିତ୍ରୀ କାରଣ ପଚାରିଥିଲେ। ପ୍ରଧାନଶିକ୍ଷକ ତାଙ୍କୁ ଅସଦବ୍ୟବହାର ପ୍ରଦର୍ଶନ କରିଥିବା ସେ କହିଥିଲେ। ପରେ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ମହାରଣା, ସହକାରୀ ଶିକ୍ଷକ ସଦାଶିବ ବେହେରା ଓ ଅନ୍ୟ ଜଣେ ଶିକ୍ଷକ ଗୀତାଞ୍ଜଳୀଙ୍କ ସହ କଥା ହେଉଥିବା ଶିକ୍ଷୟିତ୍ରୀ ଜଣକଙ୍କୁ ଅଫିସ ରୁମକୁ ଡାକି ତାଗିଦ କରିଥିଲେ। ଏ ନେଇ ଗୀତାଞ୍ଜଳି ଜିଲା ଶିକ୍ଷାଧିକାରୀଙ୍କ ପାଖକୁ ଯାଇ ପ୍ରଧାନଶିକ୍ଷକ ଓ ଅନ୍ୟମାନଙ୍କ ନାମରେ ଅଭିଯୋଗ କରିଥିଲେ। ପ୍ରଧାନଶିକ୍ଷକ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କ ଉପସ୍ଥିତିରେ ଗୀତାଞ୍ଜଳିକୁ ଧମକ ଦେଇ ମୋର କିଛି ଅସୁବିଧା ନାହିଁ। ଯଦି ଚାହିଁବି ତେବେ ତୁମକୁ ଚାକିରିରୁ ବହିଷ୍କାର କରିବି ବୋଲି କହିଥିଲେ ା ଏ ନେଇ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ କ.ନୂଆଗାଁ ଥାନାରେ ଏତଲା ଦେଇଥିଲେ ା ଏସ୍‌ସି/ଏସଟି ପ୍ରିଭେନସନ ଆକ୍ଟ ଏବଂ ଆଇପିସି ଧାରା ଅନୁସାରେ ନଂ.୪୮/୧୯ରେ ମାମଲା ରୁଜୁ ହୋଇଛି। ଡିଏସ୍‌ପି ଏସ.କେ.ରାୟଙ୍କୁ ଏସ୍‌ପି ପ୍ରତୀକ ସିଂ ଏହାର ତଦନ୍ତ ଭାର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri