ଶିକ୍ଷକଙ୍କ ସପକ୍ଷରେ

ଡ. କୁଳାଙ୍ଗାର
ସକାଳୁ ସକାଳୁ ସିଏ ହାତରେ ଠେଙ୍ଗାଟିଏ ଧରି ଦୁଇ ଅକ୍ଷରୀ ଶ୍ଲୋକ ଉଚ୍ଚାରଣ ପୂର୍ବକ ଲେଖକଙ୍କ ଘରେ ପହଞ୍ଚତ୍ଲା ଏବଂ ବିଦ୍ୟାଳୟର ନାନା ଅବ୍ୟବସ୍ଥା ସମ୍ପର୍କରେ କାହିଁକି ଲେଖିଚ ବୋଲି ପଚାରିଲା। ଲେଖକ ଚକିତ ହୋଇ ବୁଝେଇଲେ- ଆରେ ଭାଇ ତମ ପିଲାମାନଙ୍କର ମଙ୍ଗଳ ପାଇଁ ଲେଖିଚି!
ସିଏ କହିଲା- ମଙ୍ଗଳ ନୁହେଁ ଅମଙ୍ଗଳ ପାଇଁ ଲେଖିଚ। ଏବେ ଯଦି ତୁମ ଲେଖା ପଢି ଉଚ୍ଚ ଅଧିକାରୀଏ ଦିଦି ସାର୍‌ମାନଙ୍କର କାର୍ଯ୍ୟକଳାପକୁ ବନ୍ଦ କରିଦିଅନ୍ତି, ହଇରାଣ ତ ଆମେ ହେବୁ ନା!
ଲେଖକ ପଚାରିଲେ- କେମିତି ହଇରାଣ ହେବ ଶୁଣେ! ସିଏ କହିଲା- ତମେ ଲେଖିଚ; ହେଡମାଷ୍ଟ୍ରେ ଗାଁରେ ଦି’ଟା ଦୋକାନ ଖୋଲିଛନ୍ତି। ଅଧିକାଂଶ ସମୟ ଦୋକାନରେ ରହୁଛନ୍ତି। ବିଦ୍ୟାଳୟକୁ ଆସିବାର ନାଁ ଧରୁନାହାନ୍ତି! କିନ୍ତୁ ସତକଥା ହେଲା ମାଷ୍ଟ୍ରେ ଏଇ ଦୋକାନଟି ଖୋଲିବା ଦିନଠାରୁ ଆମକୁ ଆଉ ଛଅ କିଲୋମିଟର ଦୂରକୁ ସଉଦା ଆଣିବାକୁ ଯିବାକୁ ପଡୁନି। ଦୂର ବଜାର ଅପେକ୍ଷା ମାଷ୍ଟ୍ରେ ଆମକୁ ଶସ୍ତା ଦରରେ ଚାଉଳ, ଅଣ୍ଡା, ତେଲ, ବଡି ଓ ମସଲାମସଲି ଯୋଗେଇ ଦେଉଛନ୍ତି। ଏବେ ପୁଣି ଗୋଟେ ମୋବାଇଲ ଦୋକାନ ଖୋଲିଚନ୍ତି, ଯେଉଁଠି ଆମେ ମୋବାଇଲ ମରାମତି କରିବା ସହ ରିଚାର୍ଜ ମଧ୍ୟ କରିପାରୁଛୁ। କେବଳ ହେଡମାଷ୍ଟ୍ରଙ୍କ ପାଇଁ ନ ମିଳିଲା ଜିନିଷକୁ ବି ରାତିଅଧ ପାହାନ୍ତା ପ୍ରହରରେ ଆମେ ହାତପାଆନ୍ତାରେ ପାଇପାରୁଛୁ। ସେମିତି ମାଷ୍ଟ୍ରଙ୍କୁ ତମେ ନିନ୍ଦିଲେ ଆମ ଦେହ ସହିବ?
ଯେଉଁମାଷ୍ଟ୍ରେ ଦିନସାରା ବିଦ୍ୟାଳୟରେ ଶୋଇକି ଘୁଙ୍ଗୁଡି ମାରନ୍ତି ବୋଲି ଲେଖିଚ, ସିଏ କେଡେ ପରୋପକାରୀ ତମେ ଜାଣିଚ? ମାଷ୍ଟ୍ରେ ଯେହେତୁ ନାଇଟ୍‌କୋଚ ବସ୍‌ରେ କଣ୍ଡକ୍ଟରୀ କରନ୍ତି, ବାଧ୍ୟ ହୋଇ ଦିନରେ ଶୁଅନ୍ତି। ନ ପଢାନ୍ତୁ ପଛେ ସେଥିରେ ଆମର ସିଏ ବହୁ ଉପକାର କରନ୍ତି। ବସ୍‌ରେ ଆମ ଗାଁ ଲୋକଙ୍କଠାରୁ କମ୍‌ ପଇସା ନିଅନ୍ତି, କେବେକେବେ କାହା ପାଖରେ ନ ଥିଲେ ମଧ୍ୟ ଚଳେଇ ଦିଅନ୍ତି। ସହରରେ କୋଉ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯିବୁ, କୋଉ ପ୍ରାଇଭେଟ କଲେଜରେ ପିଲାର ନାଁ ଲେଖେଇବୁ, କୋଉ ଅଫିସ କୋଉଠି? ସବୁକଥାରେ କଣ୍ଡକ୍ଟର ହୋଇ ଯାଉଥିବା ମାଷ୍ଟ୍ରେ ସାହାଯ୍ୟ କରନ୍ତି।
ଆଉ ଜଣେ ମାଷ୍ଟ୍ରେ ମାସରେ ଦିନେ ଆସି ଦରମା ନେଇ ଯାଆନ୍ତି। ଏକଥା ସତ। ଏକଥା ବି ସତ କି ସେଦିନ ସିଏ ସ୍କୁଲ୍‌ରେ ଗୋଟେ ବଢିଆ ଭୋଜି ଦିଅନ୍ତି। କୋଠଘରେ ଯେଉଁ ବଡ ଟିଭିଟା ଲାଗିଚି ସିଏ ଦେଇଛନ୍ତି, ଆଉ ସେଥିରେ ଲାଗିଥିବା କେବୁଲ୍‌ ସଂଯୋଗର ମାସିକ ଦେୟ ବି ସିଏ ଦିଅନ୍ତି। ଗାଁରେ ଏମିତି ମର୍ଦ୍ଦପୁଅ ନାହାନ୍ତି, ଯିଏ ସେଇ ମାଷ୍ଟ୍ରଙ୍କଠାରୁ କରଜ ନେଇ ନାହାନ୍ତି।
ଲେଖାରେ ଆମମାନଙ୍କୁ ବି ଛାଡିନ। ଲେଖିଚ କି ଆମେମାନେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନେ ମଦପିଇ ବିଦ୍ୟାଳୟକୁ ଯାଉଛୁ ଆଉ ଖାଇ ପିଇ ସବୁଥିରେ ଦସ୍ତଖତ କରି ଦଉଛୁ! ଦେଖନ୍ତୁ ଆଜ୍ଞା, ଯେଉଁମାନେ ଆଜିଯାଏ ସ୍କୁଲ ହତା ମାଡି ନ ଥିଲେ ସେମାନେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ହେବାରୁ ଅନ୍ତତଃ ସେତକ ହୋଇପାରୁଛି। ଆମ ଏମେଲେ ତ ସେଦିନ ସଭାରେ କହୁଥିଲେ କି- ସରକାରଙ୍କର ଲକ୍ଷ୍ୟ ହେଲା ସମସ୍ତେ ସ୍କୁଲ୍‌ ଯାଆନ୍ତୁ! ସ୍କୁଲ୍‌କୁ ଯଦି ଯିବେ, ଢିଙ୍କି ସ୍ବର୍ଗକୁ ଗଲେ ବି ଧାନ କୁଟିବା ପରି ସେମାନେ ସେଠି ଅଲ୍‌ବତ ମଦ ପିଇବେ!
ଆହୁରି ଲେଖିଚ କ’ଣ ନା ଉପରିସ୍ଥ ଅଧିକାରୀମାନେ ଏକଥା ଦେଖିବାକୁ ଆସୁନାହାନ୍ତି! ସେମାନେ ଆସିଲେ ତ ଆମର କ୍ଷତି। ଚାଉଳ, ଡାଲି, ତେଲ ସିନା ସ୍କୁଲ୍‌ରେ ଅଛି କିନ୍ତୁ କୁକୁଡା ତ ଆମ ଘରୁ ଯିବ ନା। ଆମ ପିଲେ ପଢା ଛାଡି ରୋଷେଇ ପାଇଁ ଜାଳେଣି କାଠ ଆଣିବାକୁ ଘରକୁ ଧାଇଁବେ! ସିଏ ଆସିକି କ’ଣ ସବୁ ପଚରାପଚରି କରି ମାଷ୍ଟ୍ର, ଦିଦିଙ୍କ ମନ ଖରାପ କରିଦେଇ ଯିବେ। ସିଏ ଗଲାପରେ ଏମାନେ ଆମ ପିଲାଙ୍କୁ ମାଡ ଦେଇ ରାଗ ସାରିବେ।
ପୁଣି ଆମର ପୁରୁଷପଣିଆକୁ ଧିକ୍କାର କରି ଲେଖିଚ କ’ଣ ନା- ପିଲା ସଂଖ୍ୟା କମିଯାଉଥିବାରୁ ବିଦ୍ୟାଳୟଗୁଡିକୁ ବନ୍ଦ କରିବାକୁ ପଡୁଛି! ହଇଓ ପିଲାସଂଖ୍ୟା କ’ଣ ଆମେ ଜାଣିକରି କମାଉଛୁ? ସର୍କାର ତ କହିଲା କି- ଛୋଟ ପରିବାର ସୁଖୀ ପରିବାର, ଦୁଇଟି ସନ୍ତାନ ଯଥେଷ୍ଟ, ଆମେ ଦୁଇ ଆମର ଦୁଇ। ଦୁଇରୁ ଅଧିକ ପିଲାଥିଲେ ଭୋଟ୍‌ ଲଢିପାରିବନି, ସୁବିଧା ପାଇପାରିବନି। ତେଣୁ ବିଦ୍ୟାଳୟରେ ପିଲାସଂଖ୍ୟା କମିବା ପାଇଁ ସର୍କାର ଦାୟୀ। ସର୍କାର ଚାହିଁବ ତ ଆମେ ବର୍ଷ କେତେଟାରେ ପିଲାସଂଖ୍ୟା ବଢେଇଦେବୁ!
ତା’ କଥାଶୁଣି ଲେଖକ ଆବାକାବା। ତା’ର ଅକାଟ୍ୟ ଯୁକ୍ତିକୁ କାଟିବାକୁ ଯାଇ ଲେଖକେ ଥଙ୍ଗଥଙ୍ଗ କଣ୍ଠରେ କହିଲେ- କିନ୍ତୁ ପାଠପଢା ତ ହେଉନି ନା! ସିଏ କହିଲା- ପାଠପଢାରେ କେତେ ଖର୍ଚ୍ଚ ଆମେ ଜାଣିଛୁ। ଥରେ ଗାଁକୁ ଜଣେ ନୂଆମାଷ୍ଟ୍ର ଆସିଲେ। ଦିନସାରା ବିଦ୍ୟାଳୟରେ ପଢେଇ ସକାଳ ସନ୍ଧ୍ୟାରେ ପୁଣି ଟ୍ୟୁଶନ କଲେ। ତା’ଠୁ ଦେଖି ସମସ୍ତେ ପିଲାଙ୍କୁ ତାଙ୍କ ପାଖକୁ ଟ୍ୟୁଶନ ଛାଡିଲୁ। ମାସ ଶେଷରେ ସିଏ ପଇସା ମାଗିଲେ। ଠିକ୍‌ରେ ଦେଇ ନ ପାରି ଟ୍ୟୁଶନ ଫିସ୍‌ ବାକିଆ ବଢିଚାଲିଲା। ଅନ୍ୟ ଉପାୟ ନ ପାଇ ଶେଷରେ ସମସ୍ତେ ଲାଗିପାଗି ମାଷ୍ଟ୍ରଙ୍କୁ ବଦଳି କରିଦେଲୁ।
ଆପଣ ବୋଧେ ଜାଣିନାହାନ୍ତି, ସରକାରୀ ହୁଅନ୍ତୁ କି ବିରୋଧୀ; ସମସ୍ତଙ୍କ ସହିତ ଆମ ମାଷ୍ଟ୍ରମାନଙ୍କର ଭଲ ସମ୍ପର୍କ। ତେଣୁ ମନେରଖ, ଭଲ ଗତି ଥିଲେ ଆଗକୁ କେବେ ଆମ ଦିଦି କି ସାର୍‌ଙ୍କ ବିଷୟରେ ହୀନ କରି ଲେଖିବ ନାଇଁ। ଲେଖିବ ଯଦି ଟେକାଟେକି କରି ଲେଖିବ, ଯେମିତି ଜଣକୁ ଆଗାମୀ ଭୋଟ୍‌ରେ ପ୍ରାର୍ଥୀ ହେବା ପାଇଁ ଟିକେଟ ମିଳିଯିବ !
ମୋ-୯୩୩୮୫୮୧୩୦୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri