ଶିକ୍ଷକଙ୍କ ଘରକୁ ଯିବ ନବମ ପରୀକ୍ଷା ଖାତା: ସ୍କୁଲ୍‌ରୁ ଅଭିଭାବକ ଘରକୁ ନେବେ ବହି

ଭୁବନେଶ୍ୱର, ୧୨।୪(ବ୍ୟୁରୋ): କରୋନା ପାଇଁ ସବୁ କ୍ଷେତ୍ର ପ୍ରଭାବିତ ହୋଇଛି। ଏଥିପଯୋଗୁ ସ୍କୁଲ୍‌, କଲେଜ ବନ୍ଦ ରହିଥିବାରୁ ପିଲାଙ୍କ ପାଠପଢ଼ା ଓ ପରୀକ୍ଷା ଗୁରୁତର ବାଧାପ୍ରାପ୍ତ ହୋଇଛି। ଅନେକ ପରୀକ୍ଷାକୁ ବନ୍ଦ କରାଯିବା ସହିତ କିଛି ପରୀକ୍ଷାକୁ ସ୍ଥଗିତ ମଧ୍ୟ ରଖାଯାଇଛି। ଲକ୍‌ଡାଉନ୍‌ ଅବଧିକୁ ୩୦ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବାପରେ ଚିନ୍ତା ବଢ଼ିଛି। ନବମ ଶ୍ରେଣୀର ବାକିଥିବା ଇତିହାସ-ଭୂଗୋଳ ବିଷୟ ପରୀକ୍ଷାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇସାରିଛି। ତେବେ ଯେଉଁସବୁ ବିଷୟଗୁଡ଼ିକର ପରୀକ୍ଷା ସରିଛି ସେସବୁ ଖାତା କିପରି ଦେଖାହେବ ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୋଜନା କରୁଛି। ଘରେ ରହି ଶିକ୍ଷକମାନେ ଖାତା ଦେଖିବେ। ଆସନ୍ତା ୩୦ତାରିଖ ଭିତରେ ସେମାନଙ୍କ ଘରକୁ ପରୀକ୍ଷା ଖାତା ପଠାଇବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ।

ସୂଚନାଯୋଗ୍ୟ, ନବମ ଶ୍ରେଣୀ ପରୀକ୍ଷା ଚାଲୁଥିବା ସମୟରେ ରାଜ୍ୟରେ କରୋନାର ପ୍ରଭାବ ଦେଖିବାକୁ ମିଳିଥିଲା। ତେଣୁ ବାକିଥିବା ଇତିହାସ-ଭୂଗୋଳ ପରୀକ୍ଷାକୁ ପ୍ରଥମେ ସ୍ଥଗିତ ରଖାଯାଇଥିଲା। ଲକ୍‌ଡାଉନ୍‌ ହଟିବା ପରେ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା। ତେବେ ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ଥିବା ଲକ୍‌ଡାଉନ୍‌ ଅବଧିକୁ ପୁଣି ବୃଦ୍ଧି କରାଯିବା ପରେ ଏହି ପରୀକ୍ଷା ନ କରିବା ପାଇଁ ବିଭାଗ ନିଷ୍ପତ୍ତି ନେଇଥିଲା। ସେପଟେ ଯେଉଁ ବିଷୟଗୁଡ଼ିକର ପରୀକ୍ଷା ଶେଷ ହୋଇଛି ତା’ର କିପରି ଖାତା ଦେଖାହେବ ତାହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ି ଯାଇଥିଲା। କାରଣ ନବମ ଶ୍ରେଣୀ ପିଲା ପାସ୍‌ ହେଲେ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇ ପାଠପଢ଼ିବେ। ସେଥିପାଇଁ ଉକ୍ତ ପରୀକ୍ଷା ଖାତା କିପରି ଶୀଘ୍ର ଦେଖାଯାଇପାରିବ ସେ ନେଇ ବିଭାଗ ପକ୍ଷରୁ ଆଲୋଚନା ହୋଇଥିଲା। ଘରେ ରହି ଶିକ୍ଷକ ଖାତା ଦେଖିବେ। ତେଣୁ ଶିକ୍ଷକଙ୍କ ଘରକୁ ଖାତା ପଠାଯିବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ବିଭାଗୀୟ ସଚିବ ଚିତ୍ରା ଅରୁମୁଗମଙ୍କ ସହିତ ଆଲୋଚନା ହୋଇସାରିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅପେକ୍ଷା ରହିଛି ବେଲି ମନ୍ତ୍ରୀ କହିଛନ୍ତି।

ସେପଟେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ କିପରି ବହି ଦିଆଯିବ ସେଥିପାଇଁ ବିଭାଗ ପକ୍ଷରୁ ଯୋଜନା ଚାଲିଛି। ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତେ ପାସ୍‌ ବୋଲି ମନ୍ତ୍ରୀ କହିଥିଲେ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବହି ଦେବା ପାଇଁ ସବୁଠି ବହି ପହଞ୍ଚତ୍ ଯାଇଥିଲେ ମଧ୍ୟ ଲକ୍‌ଡାଉନ୍‌ ଯୋଗୁ ପିଲାମାନଙ୍କୁ ବଣ୍ଟନ କରାଯାଇପାରିନି। ପିଲାଙ୍କୁ କିପରି ବହି ଦିଆଯିବ ସେନେଇ ଶନିବାର ବିଭାଗ ପକ୍ଷରୁ ଏକ ବୈଠକ ହୋଇଥିଲା। ସ୍କୁଲରେ ବହି ବଣ୍ଟନ କରାଯିବ। ତେବେ ପିଲାମାନେ ନୁହେଁ, ଅଭିଭାବକଙ୍କ ଜରିଆରେ ପିଲାଙ୍କୁ ବହି ଦିଆଯିବ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri