ଶିକ୍ଷକ ନିଯୁକ୍ତି ନେଇ ସ୍କୁଲରେ ପଡ଼ିଲା ତାଲା

ବଡ଼ସାହି,୧ା୧୦ (ସ୍ବ.ପ୍ର)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ସୋରିଷକୋଠା ଗ୍ରାମ ଉ.ପ୍ରା ବିଦ୍ୟାଳୟରେ ସୋମବାର ଗ୍ରାମବାସୀ ତାଲା ପକାଇଛନ୍ତି। ୮ଟି ଶ୍ରେଣୀ ପାଇଁ ଆବଶ୍ୟକ ଶିକ୍ଷକ ନ ଥିବାରୁ ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟବୃନ୍ଦ ପୂର୍ବାହ୍ନ ୧୦ଟାରେ ସ୍କୁଲରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦିନତମାମ ଛାତ୍ରୀଛାତ୍ରମାନେ ସ୍କୁଲ ନିକଟରେ ଥିବା ଏକ ଗଛମୂଳରେ ବସି ପାଠପଢ଼ି ଘରକୁ ଫେରିଥିଲେ। ଆନ୍ଦୋଳନ ସମ୍ପର୍କରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶୀଧର ପରିଡ଼ା ବଡ଼ସାହି ବିଇଓ, ସିଆରସିସି ଜଗନ୍ନାଥ ମିଶ୍ର ଓ ଏବିଇଓ ତଥା ବିଆର୍‌ସିସି ବାବାଜୀ ଚରଣ ବେହେରାଙ୍କୁ ଅବଗତ କରିଛନ୍ତି। ତେବେ ସମସ୍ୟା ସମାଧାନ ପାଇଁ ଅପରାହ୍ନ ୪ଟା ସୁଦ୍ଧା କେହି ଅଧିକାରୀ ସ୍କୁଲରେ ପହଞ୍ଚି ନ ଥିବାରୁ ତାଲା ଖୋଲା ହୋଇନାହିଁ। ଶିକ୍ଷକ ଅଭାବ ପୂରଣ ନ ହେବା ପର୍ଯ୍ୟନ୍ତ ତାଲା ବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ସୋରିଷକୋଠା ଉ.ପ୍ରା ବିଦ୍ୟାଳୟରେ ୧ମରୁ ୮ମ ଶ୍ରେଣୀରେ ୭୧ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେମାନଙ୍କ ପାଇଁ ୫ଜଣ ଶିକ୍ଷୟତ୍ରୀ ଶିକ୍ଷକ ରହିଥିଲେ। ନିକଟରେ ଥିବା ଦେବସ୍ଥଳ ସ୍କୁଲର ପିଲା ସଂଖ୍ୟା କମ୍‌ ଥିବାରୁ ଶିକ୍ଷକ ଶତୃଘ୍ନ ନନ୍ଦୀ ୪ଦିନ ପାଇଁ ଡ଼ିପ୍ଲୋଏଡ଼ ଭାବେ ଏହି ସ୍କୁଲରେ ଶିକ୍ଷାଦାନ କରୁଛନ୍ତି। ଅଳ୍ପ ଦିନ ପୂର୍ବରୁ ଶିକ୍ଷୟିତ୍ରୀ ମଧୁଛନ୍ଦା ପାଣିଙ୍କୁ ଡ଼ିପ୍ଲୋଏଡ଼ ଭାବେ ଉଠାଣୀନୂଆଗାଁ ସ୍କୁଲକୁ ନିଆଯାଇଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ସୋମବାର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଫଳରେ ବର୍ତ୍ତମାନ ମାତ୍ର ୩ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ରହିଛନ୍ତି। ଆବଶ୍ୟକ ଶିକ୍ଷୟିତ୍ରୀଶିକ୍ଷକ ନ ଥିବାରୁ ଗ୍ରାମବାସୀ ବାରମ୍ବାର ଉଚ୍ଚକର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିବା ବେଳେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଅସନ୍ତୋଷ ଆନ୍ଦୋଳନ ରୂପ ନେଇଛି। ଶିକ୍ଷକ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ସ୍କୁଲରେ ତାଲା ପକାଇ ଆନ୍ଦୋଳନ ଚାଲୁ ରହିବ ବୋଲି ଗ୍ରାମର ଚକ୍ରଧର ଜେନା, ଲକ୍ଷ୍ମୀଧର ଗିରି, ପରମାନନ୍ଦ ଟୁଡୁ, ମନୋରଞ୍ଜନ ସିଂ ପ୍ରମୁଖ ଚେତାବନୀ ଦେଇଛନ୍ତି। ଅଭିଭାବକ ରବୀନ୍ଦ୍ର ଦେହୁରୀ କୁହନ୍ତି, ଶିକ୍ଷକ ଅଭାବରୁ ପିଲାମାନେ ଉଚିତ ଶିକ୍ଷା ପାଇପାରୁ ନାହାନ୍ତି। ଅର୍ଦ୍ଧବାର୍ଷିକ ପରୀକ୍ଷା ପାଖେଇ ଆସୁଥିବା ବେଳେ ବିଷୟ ଗୁଡିକ ଠିକ ଭାବେ ପଢାଯାଇ ପାରି ନାହିଁ। ଅଭିଭାବକମାନେ ଘରୋଇ ଶିକ୍ଷା ତଥା ଟିଉସନ ଦେଇ ଖର୍ଚ୍ଚାନ୍ତ ହେଉଛନ୍ତି। ସବିତା ଜେନା କୁହନ୍ତି, ଡ୍ରେସ, ଜୋତା ଓ ଖାଦ୍ୟ ଦେଇ ସରକାର ଶିକ୍ଷା ଭଳି ଅମୂଲ୍ୟ ସମ୍ପଦକୁ ଗୁରୁତ୍ୱ ଦେଉନାହାନ୍ତି। ଫଳରେ ଗାଁ ଗଣ୍ଡାରେ ପଢୁଥିବା ପିଲାମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସରକାର ଏଥିପ୍ରତି ଧ୍ୟାନ ଦେଇ ଆବଶ୍ୟକ ଶିକ୍ଷକ ନିଯୁକ୍ତି ନ କଲେ ସର୍ବଶିକ୍ଷା ଅଭିଯାନ ଯୋଜନାର ସଫଳ ରୂପାୟନ ହୋଇପାରିବ ନାହିଁ ବୋଲି ପ୍ରକାଶ କରିଛନ୍ତି। ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପରିଚାଳନା କମିଟି ସଭାପତି ଦେବେନ୍ଦ୍ର ମହାନ୍ତି କହିଛନ୍ତି। ଏ ସମ୍ପର୍କରେ ବିଆରସିସି ବେହେରାଙ୍କୁ ପଚାରିବାରୁ ସ୍କୁଲର ପିଲା ସଂଖ୍ୟା ଅନୁପାତକୁ ନେଇ ୪ଜଣ ଶିକ୍ଷକ ରହିଛନ୍ତି। ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ଗ୍ରାମବାସୀ ଦାବି କରୁଥିବା ବେଳେ ଶିକ୍ଷକ ଅଭାବ ଥିବାରୁ ତାହା ପୂରଣ କରାଯାଇପାରୁ ନାହିଁ। ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri