ଶିକ୍ଷକ ନିଯୁକ୍ତି ନେଇ ସ୍କୁଲରେ ପଡ଼ିଲା ତାଲା

ବଡ଼ସାହି,୧ା୧୦ (ସ୍ବ.ପ୍ର)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ସୋରିଷକୋଠା ଗ୍ରାମ ଉ.ପ୍ରା ବିଦ୍ୟାଳୟରେ ସୋମବାର ଗ୍ରାମବାସୀ ତାଲା ପକାଇଛନ୍ତି। ୮ଟି ଶ୍ରେଣୀ ପାଇଁ ଆବଶ୍ୟକ ଶିକ୍ଷକ ନ ଥିବାରୁ ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟବୃନ୍ଦ ପୂର୍ବାହ୍ନ ୧୦ଟାରେ ସ୍କୁଲରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦିନତମାମ ଛାତ୍ରୀଛାତ୍ରମାନେ ସ୍କୁଲ ନିକଟରେ ଥିବା ଏକ ଗଛମୂଳରେ ବସି ପାଠପଢ଼ି ଘରକୁ ଫେରିଥିଲେ। ଆନ୍ଦୋଳନ ସମ୍ପର୍କରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶୀଧର ପରିଡ଼ା ବଡ଼ସାହି ବିଇଓ, ସିଆରସିସି ଜଗନ୍ନାଥ ମିଶ୍ର ଓ ଏବିଇଓ ତଥା ବିଆର୍‌ସିସି ବାବାଜୀ ଚରଣ ବେହେରାଙ୍କୁ ଅବଗତ କରିଛନ୍ତି। ତେବେ ସମସ୍ୟା ସମାଧାନ ପାଇଁ ଅପରାହ୍ନ ୪ଟା ସୁଦ୍ଧା କେହି ଅଧିକାରୀ ସ୍କୁଲରେ ପହଞ୍ଚି ନ ଥିବାରୁ ତାଲା ଖୋଲା ହୋଇନାହିଁ। ଶିକ୍ଷକ ଅଭାବ ପୂରଣ ନ ହେବା ପର୍ଯ୍ୟନ୍ତ ତାଲା ବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ସୋରିଷକୋଠା ଉ.ପ୍ରା ବିଦ୍ୟାଳୟରେ ୧ମରୁ ୮ମ ଶ୍ରେଣୀରେ ୭୧ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେମାନଙ୍କ ପାଇଁ ୫ଜଣ ଶିକ୍ଷୟତ୍ରୀ ଶିକ୍ଷକ ରହିଥିଲେ। ନିକଟରେ ଥିବା ଦେବସ୍ଥଳ ସ୍କୁଲର ପିଲା ସଂଖ୍ୟା କମ୍‌ ଥିବାରୁ ଶିକ୍ଷକ ଶତୃଘ୍ନ ନନ୍ଦୀ ୪ଦିନ ପାଇଁ ଡ଼ିପ୍ଲୋଏଡ଼ ଭାବେ ଏହି ସ୍କୁଲରେ ଶିକ୍ଷାଦାନ କରୁଛନ୍ତି। ଅଳ୍ପ ଦିନ ପୂର୍ବରୁ ଶିକ୍ଷୟିତ୍ରୀ ମଧୁଛନ୍ଦା ପାଣିଙ୍କୁ ଡ଼ିପ୍ଲୋଏଡ଼ ଭାବେ ଉଠାଣୀନୂଆଗାଁ ସ୍କୁଲକୁ ନିଆଯାଇଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ସୋମବାର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଫଳରେ ବର୍ତ୍ତମାନ ମାତ୍ର ୩ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ରହିଛନ୍ତି। ଆବଶ୍ୟକ ଶିକ୍ଷୟିତ୍ରୀଶିକ୍ଷକ ନ ଥିବାରୁ ଗ୍ରାମବାସୀ ବାରମ୍ବାର ଉଚ୍ଚକର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିବା ବେଳେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଅସନ୍ତୋଷ ଆନ୍ଦୋଳନ ରୂପ ନେଇଛି। ଶିକ୍ଷକ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ସ୍କୁଲରେ ତାଲା ପକାଇ ଆନ୍ଦୋଳନ ଚାଲୁ ରହିବ ବୋଲି ଗ୍ରାମର ଚକ୍ରଧର ଜେନା, ଲକ୍ଷ୍ମୀଧର ଗିରି, ପରମାନନ୍ଦ ଟୁଡୁ, ମନୋରଞ୍ଜନ ସିଂ ପ୍ରମୁଖ ଚେତାବନୀ ଦେଇଛନ୍ତି। ଅଭିଭାବକ ରବୀନ୍ଦ୍ର ଦେହୁରୀ କୁହନ୍ତି, ଶିକ୍ଷକ ଅଭାବରୁ ପିଲାମାନେ ଉଚିତ ଶିକ୍ଷା ପାଇପାରୁ ନାହାନ୍ତି। ଅର୍ଦ୍ଧବାର୍ଷିକ ପରୀକ୍ଷା ପାଖେଇ ଆସୁଥିବା ବେଳେ ବିଷୟ ଗୁଡିକ ଠିକ ଭାବେ ପଢାଯାଇ ପାରି ନାହିଁ। ଅଭିଭାବକମାନେ ଘରୋଇ ଶିକ୍ଷା ତଥା ଟିଉସନ ଦେଇ ଖର୍ଚ୍ଚାନ୍ତ ହେଉଛନ୍ତି। ସବିତା ଜେନା କୁହନ୍ତି, ଡ୍ରେସ, ଜୋତା ଓ ଖାଦ୍ୟ ଦେଇ ସରକାର ଶିକ୍ଷା ଭଳି ଅମୂଲ୍ୟ ସମ୍ପଦକୁ ଗୁରୁତ୍ୱ ଦେଉନାହାନ୍ତି। ଫଳରେ ଗାଁ ଗଣ୍ଡାରେ ପଢୁଥିବା ପିଲାମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସରକାର ଏଥିପ୍ରତି ଧ୍ୟାନ ଦେଇ ଆବଶ୍ୟକ ଶିକ୍ଷକ ନିଯୁକ୍ତି ନ କଲେ ସର୍ବଶିକ୍ଷା ଅଭିଯାନ ଯୋଜନାର ସଫଳ ରୂପାୟନ ହୋଇପାରିବ ନାହିଁ ବୋଲି ପ୍ରକାଶ କରିଛନ୍ତି। ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପରିଚାଳନା କମିଟି ସଭାପତି ଦେବେନ୍ଦ୍ର ମହାନ୍ତି କହିଛନ୍ତି। ଏ ସମ୍ପର୍କରେ ବିଆରସିସି ବେହେରାଙ୍କୁ ପଚାରିବାରୁ ସ୍କୁଲର ପିଲା ସଂଖ୍ୟା ଅନୁପାତକୁ ନେଇ ୪ଜଣ ଶିକ୍ଷକ ରହିଛନ୍ତି। ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ଗ୍ରାମବାସୀ ଦାବି କରୁଥିବା ବେଳେ ଶିକ୍ଷକ ଅଭାବ ଥିବାରୁ ତାହା ପୂରଣ କରାଯାଇପାରୁ ନାହିଁ। ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri