ଶିକ୍ଷକ ନିଯୁକ୍ତି ଦାବିରେ ବିଇଓ କାର୍ଯ୍ୟାଳୟରେ ଧାରଣା

ବଡ଼ସାହି,୩୦ା୮(ସ୍ବ.ପ୍ର)-ବିଜ୍ଞାନ ଶିକ୍ଷକ ନିଯୁକ୍ତି ଦାବିରେ ଗୁରୁବାର ପୂର୍ବାହ୍ନରେ ବଡ଼ସାହି ବ୍ଲକ ଶିକ୍ଷାଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାଳଗାଁ ପଞ୍ଚାୟତର ପାଳପାଟଣା ଗ୍ରାମବାସୀ ଧାରଣା ଦେଇଥିଲେ। ଗ୍ରାମରେ ଥିବା କ୍ଷୀରଚୋରା ଗୋପୀନାଥ ନୋଡ଼ାଲ ଉପ୍ରା ସ୍କୁଲର ପରିଚାଳନା କମିଟିର ସଭାପତି ଓ ସମ୍ପାଦକଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟାସଦସ୍ୟ ଏବଂ ଅବିଭାବକଗଣ ଧାରଣା ଦେବା ସହିତ ଅଧିକାରୀ ଓ କର୍ମଚାରୀଙ୍କୁ ଭିତରକୁ ଛାଡ଼ି ନ ଥିଲେ। ଅଭିଯୋଗରୁ ପ୍ରକାଶ ଯେ, ଏହି ସ୍କୁଲରେ ୧ମରୁ ୮ମଶ୍ରେଣୀ ପର୍ଯ୍ୟନ୍ତ ୧୦୧ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ା ତେବେ ୪ଜଣ ଶିକ୍ଷକଙ୍କ ବଦଳରେ ବର୍ତ୍ତମାନ ୨ଜଣ ଅଛନ୍ତି। ଛୁଟିରେ ଥିବା ଶିକ୍ଷୟିତ୍ରୀଙ୍କର ୨୦୧୮ ଡ଼ିସେମ୍ବର ମାସରେ ଅକାଳ ମୃତ୍ୟୁ ଘଟିଥିବା ବେଳେ ଫେବୃଆରୀ ମାସରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅବସର ଗ୍ରହଣ କରିଥିଲେ। ଶିକ୍ଷାବିଭାଗ ପକ୍ଷରୁ ଏହି ସମୟରେ ଅନ୍ୟ ଜଣେ ଶିକ୍ଷକଙ୍କୁ ଉକ୍ତ ସ୍କୁଲରେ ନିଯୁକ୍ତ କରାଯାଇଥିଲା ା ତେବେ ଗ୍ରାମବାସୀ ଜଣେ ବିଜ୍ଞାନ ଶିକ୍ଷକ ନିଯୁକ୍ତ ଦାବି କରି ଉକ୍ତ ଶିକ୍ଷକଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଦେଇ ନ ଥିଲେ। ସେହିଦିନଠାରୁ ୨ଜଣ ଶିକ୍ଷକ ୮ଟି ଶ୍ରେଣୀରେ ପାଠ ପଢ଼ାଉଛନ୍ତି। ବିଜ୍ଞାନ ଶିକ୍ଷକ ନ ଥିବାରୁ ଛାତ୍ରୀଛାତ୍ରମାନେ ବିଜ୍ଞାନ ଓ ଗଣିତ ଶିକ୍ଷାରୁ ବଞ୍ଚିତ ରହୁଛନ୍ତି। ଶିକ୍ଷକ ନିଯୁକ୍ତିରେ ଅହେତୁକ ବିଳମ୍ବ ହେବାରୁ ଧାରଣା ଦେବାକୁ ବାଧ୍ୟ ହୋଇଛୁ ବୋଲି ଅଭିଭାବକ ପରମାନନ୍ଦ ତରେଇ, ବିଜୟ କୁମାର ମାଝି, ହରିହର ଗିରି, ବଂଶୀଧର ଗିରି ଓ ରାଜେନ୍ଦ୍ର କୁମାର ଜେନା କହିଛନ୍ତି ା ଏ ସମ୍ପର୍କରେ ବିଆରସିସି ବାବାଜୀ ଚରଣ ବେହେରା କୁହନ୍ତି, ଘଟଣା ସମ୍ପର୍କରେ ସେ ଛୁଟିରେ ଥିବା ବିଇଓ ଦେବବ୍ରତ ବାରିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ା ନୂତନ ଶିକ୍ଷକ ନିଯୁକ୍ତ ହେବା ପର୍ଯ୍ୟନ୍ତ ଜଣେ ବିଜ୍ଞାନ ଶିକ୍ଷୟିତ୍ରୀ ଡ଼େପୁଟେସନରେ କାର୍ଯ୍ୟ ତୁଲାଇବେ ବୋଲି ଧାରଣାକାରୀଙ୍କୁ ବିଇଓ ପ୍ରତିଶ୍ରୁତି ଦେବାରୁ ୧୧ଟା ୩୦ମିନିଟରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri