ଶିକ୍ଷକ କରୋନା ଆକ୍ରାନ୍ତ ଚିହ୍ନଟ: ଦାରିଙ୍ଗବାଡ଼କୁ ନିଷିଦ୍ଧାଞ୍ଚଳ ଘୋଷଣା

ଦାରିଙ୍ଗବାଡ଼ି,୨୩।୬(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅଞ୍ଚଳକୁ ମଙ୍ଗଳବାର ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। ଜଣେ ଶିକ୍ଷକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଦାରିଙ୍ଗବାଡ଼ି ତହସିଲଦାର ନୀତିସ କୁମାର ତ୍ରିପାଠୀ କହିଛନ୍ତି । ଉକ୍ତ ପଞ୍ଚାୟତର ତୁଡ଼ୁକିବାଡ଼ି ସାହିରେ ଶିକ୍ଷକ ଜଣକ ରହୁଥିଲେ। ସେ ବିଭିନ୍ନ ଲୋକଙ୍କ ସହ ମିଳାମିଶା କରିଥିବାରୁ ଜିଲା ପ୍ରଶାସନ ଏଭଳି ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି । ଉକ୍ତ ପଞ୍ଚାୟତର ତୁଡ଼ୁକିବାଡ଼ି ସମେତ ରୁକାନବାଡ଼ି, ବଜାର ସାହି, ଲଦପାଙ୍ଗାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବା ସହ ସମସ୍ତ ପ୍ରବେଶ ପଥରେ ବ୍ୟାରିକେଟ କରାଯାଇ ସିଲ୍‌ କରିଦିଆଯାଇଛି । ଉକ୍ତ ଅଞ୍ଚଳର ଲୋକଙ୍କୁ ଘରୁ ବାହାରକୁ ବାହାରିବାକୁ ସମ୍ପୁର୍ଣ୍ଣ ଭାବେ ବାରଣ କରାଯାଇଛି। ବଣିକ ସଂଘ ପକ୍ଷରୁ କରୋନା ଯୋଦ୍ଧା ଭାବେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଅନୁମତି ଦିଆଯାଇଛି ।
ସେହିପରି ଦାରିଙ୍ଗବାଡ଼ିର ପ୍ରବେଶ ପଥ ରହିଥିବା ଗ୍ରୀନବାଡ଼ି ସମେତ, ପରପାଙ୍ଗା ଆଦି ଅଞ୍ଚଳ ସିଲ୍‌ କରାଯାଇଛିା ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝିଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଜୋରଦାର ପାଟ୍ରୋଲିଂ କରୁଛନ୍ତି । ତହସିଲଦାର ତ୍ରିପାଠୀ ନିଜେ ଉପସ୍ଥିତ ରହି ନିଷିଦ୍ଧାଞ୍ଚଳର ତଦାରଖା କରିଛନ୍ତି ।
ସୂଚନାଯୋଗ୍ୟ, ସରପଞ୍ଚ ରାଧାକାନ୍ତ ପ୍ରଧାନଙ୍କ ନିକଟରେ ଦାରିଙ୍ଗବାଡ଼ିକୁ ଶଟ୍‌ଡାଉନ କରିବାକୁ ନିବେଦନ ହୋଇଥିଲା। ସରପଞ୍ଚ ଜିଲାପାଳ କ୍ଷମତା ପ୍ରୟୋଗ କରି ଦାରିଙ୍ଗବାଡ଼ିକୁ ଶଟ୍‌ଡାଉ୍‌ନ କରିଥିଲେ । ପରେ ପ୍ରଶାସନ ଏହାକୁ ପ୍ରତ୍ୟାହାର କରିବାକୁ କହିଥିଲା। ଏ ନେଇ ପ୍ରଶାସନ ଅସହଯୋଗ କରିଥିବା ସରପଞ୍ଚ ଅଭିଯୋଗ କରିଥିଲେ। ପ୍ରଥମେ ଏ ଖବର ଧରିତ୍ରୀରେ ପ୍ରକାଶିତ ହେବା ପରେ ଜିଲାପ୍ରଶାସନ ଘଟଣାକୁ ଗୁରୁତ୍ୱ ଦେବା ସହ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରି ଜନସାଧାରଣଙ୍କ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ନିରଞ୍ଜନ ପୂଜାରୀଙ୍କ କାର୍‌କୁ ଅଣ୍ଡାମାଡ଼

ସୋନପୁର,୧୯ା୯(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କାର୍‌ ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। ପ୍ରଥମେ ତରଭା ବ୍ଲକର ଦେଉଳପଦର ଛକରେ…

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ମମତାଙ୍କ କୋଳ ଶୂନ୍ୟ କରିଦେଲା ଋଷିକୁଲ୍ୟା: ଖେଳିଗଲା ଶୋକର ଛାୟା

ପୁରୁଷୋତ୍ତମପୁର,୧୯।୯ (ସବିତା ମିଶ୍ର): ଗଣେଶ ମୂର୍ତ୍ତି ବିସର୍ଜନବେଳେ ଋଷିକୁଲ୍ୟା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଛାତ୍ର ସୁମିତ କୁମାର ମିଶ୍ରଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ପୁରୁଷୋତ୍ତମପୁର…

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ…

ନିକିତାଙ୍କୁ ଗ୍ଲୋବାଲ ପାଥ୍‌ଫାଇଣ୍ଡର୍ସ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ପଦ୍ମପୁର,୧୯ା୯(ପ୍ରଦୀପ୍ତ ଦାଶ):ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ନିକିତା ସାହୁ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ ‘ଗ୍ଲୋବାଲ ପାଥଫାଇଣ୍ଡର୍ସ ଆୱାର୍ଡ’ ଲାଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?