ଶିକ୍ଷକ ଅଭାବ ସାଙ୍ଗକୁ ଭିତ୍ତିଭୂମି ଅସଜଡ଼ା

ଭଣ୍ଡାରିପୋଖରୀ,୨୫।୧(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତର ମାଳଦା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ। ୨ ଶିକ୍ଷକରେ ଦୁଇଟି ଶ୍ରେଣୀ ଚାଲିଛି। ଆବଶ୍ୟକ ସଂଖ୍ୟକ ଶିକ୍ଷକ ନ ଥିବାରୁ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ସମସ୍ୟା ସୃଷ୍ଟି ହେଉଛି। ଏଭଳି ସ୍ଥିତିରେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରଙ୍କୁ ଉପଯୁକ୍ତ ଶିକ୍ଷାଦାନ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଫଳରେ ଏହାକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶିକ୍ଷକ ସମସ୍ୟା ସମ୍ପର୍କରେ ବାରମ୍ବାର ବିଭାଗକୁ ଅବଗତ କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ସେହିପରି ବିଦ୍ୟାଳୟ ଭିତ୍ତିଭୂମି ମଧ୍ୟ ଅସଜଡ଼ା ହୋଇରହିଛି। ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାର ବାହୁସ୍ଫୋଟ ମାରୁଥିବାବେଳେ ଏହି ବିଦ୍ୟାଳୟକୁ ଦେଖିଲେ ଶିକ୍ଷାର ମାନ ସ୍ପଷ୍ଟ ବାରି ହୋଇପଡୁଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ପକ୍ଷରୁ କୁହାଯାଇଛି।
୧୯୮୦ରେ ସ୍ଥାପିତ ବିଦ୍ୟାଳୟର ଶ୍ରେଣୀଗୃହ ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି। ସରକାରୀ ଅନୁଦାନପ୍ରାପ୍ତ ଏହି ସ୍କୁଲରେ ନବମ ଓ ଦଶମ ଦୁଇଟି ଶ୍ରେଣୀ ରହିଛି। ନବମ ଶ୍ରେଣୀରେ ୩୧ ଓ ଦଶମ ଶ୍ରେଣୀରେ ୪୪ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ୭୫ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ଲାଗି ଦୁଇଟି ଶ୍ରେଣୀରେ ଦୁଇଜଣ ଶିକ୍ଷକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଧାନ ଶିକ୍ଷକ ଆସନ୍ତା ୩୧ ତାରିଖରେ ଅବସର ନେବେ। ଜଣେ ଶିକ୍ଷକରେ ଚାଲିଛି ପାଠପଢ଼ା। ସେହିପରି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଶ୍ରେଣୀଗୃହରୁ ପ୍ଲାଷ୍ଟର ଖସିବା ଆରମ୍ଭ କଲାଣି। ଦୁଇଟି ଶ୍ରେଣୀ ପାଇଁ ୫ ଜଣ ଟିଜି, ଜଣେ କ୍ଲାସିକାଲ, ଜଣେ ହିନ୍ଦୀ, ଜଣେ ପିଇଟି, ଜଣେ ପିସିଏମ୍‌ ଓ ଜଣେ ସିବିଜେଡ୍‌ ଶିକ୍ଷକ ରହିବା କଥା। ହେଲେ ଯିଏ ଅବସର ନେଲେ ତାଙ୍କ ସ୍ଥାନରେ ଆଉ କାହାରିକୁ ନିଯୁକ୍ତି ଦିଆଯାଉନାହିଁ ବୋଲି କୁହାଯାଇଛି। ବର୍ତ୍ତମାନ ଜଣେ ପ୍ରଧାନ ଶିକ୍ଷକ ଓ ଅନ୍ୟ ଜଣେ ବିଜ୍ଞାନ ଶିକ୍ଷକ ରହିଛନ୍ତି। ଫଳରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାରରେ। ୩ ଜଣ ପିଅନ ରହିଥିବାବେଳେ ଜଣଙ୍କୁ ଡେପୁଟେଶନରେ ମଣିନାଥପୁର ହାଇସ୍କୁଲକୁ ପଠାଯାଇଛି। ସଂସ୍କୃତ ଶିକ୍ଷକ ୨୦୧୭, ହିନ୍ଦୀ ଶିକ୍ଷକ ୨୦୧୪ ଓ କ୍ରୀଡ଼ା ଶିକ୍ଷକ ୨୦୧୪ରୁ ଅବସର ନେଲେଣି। ୫ ଟିଜିରୁ ୨ ଜଣ ୨୦୧୬ରୁ ଅବସର ନେବା ପରେ ଆଉ କେହି ଆସି ନ ଥିବା ଜାଣିବାକୁ ମିଳିଛି।
ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ବେହେରା କହିଛନ୍ତି, ଶିକ୍ଷକ ଅଭାବ ଯୋଗୁ ପିଲାମାନଙ୍କୁ ଶିକ୍ଷାଦାନରେ ଅସୁବିଧା ହେଉଛି। ଆଖପାଖ ୨/୩ଟି ପଞ୍ଚାୟତର ପିଲା ପାଠ ପଢ଼ିବା ପାଇଁ ଏହି ବିଦ୍ୟାଳୟ ଉପରେ ନିର୍ଭର କରନ୍ତି। ଆସନ୍ତା ୩୧ ତାରିଖରେ ସେ ଅବସର ନେବେ। ଜଣେ ଶିକ୍ଷକରେ ବିଦ୍ୟାଳୟ ଚାଲିବା କଷ୍ଟ। ବିଭିନ୍ନ ସମୟରେ ଶିକ୍ଷକ ଅଭାବ ବିଷୟରେ ବିଭାଗକୁ ଜଣାଉଥିଲେ ମଧ୍ୟ କାହାରିକୁ ପଠାଯାଉ ନାହିଁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଭଦ୍ରକ ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁଙ୍କୁ ପଚାରିବାରୁ ସେ ସ୍କୁଲ ବିଷୟରେ ଅବଗତ ଥିବା କହିଥିଲେ। ସବୁଆଡ଼େ ଶିକ୍ଷକ ସମସ୍ୟା ଲାଗିରହିଛି। ତେବେ ଉକ୍ତ ବିଦ୍ୟାଳୟର ଶିକ୍ଷକ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri