ଶାଳଚୁଆ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ଥାନାରେ ହୋହଲ୍ଲା

କପ୍ତିପଦା,୧୩ା୯(ଡ଼ି.ଏନ୍‌.ଏ)- କପ୍ତିପଦା ବ୍ଲକ୍‌ ଅଧୀନ ଶାଳଚୁଆ ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସରେ ରହୁଥିବା ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ମୃତ ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ରଖି ପୋଲିସ ମାମଲା ରୁଜୁ କରୁ ନ ଥିବା ପ୍ରତିବାଦରେ ଗୁରୁବାର ୫୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀ କପ୍ତିପଦା ଥାନାରେ ପହଞ୍ଚି ହୋହଲ୍ଲା କରିଥିଲେ। ମୃତ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ନ ମିଳିଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ମୃତ ଛାତ୍ରୀ ଜଣକ ହେଲେ ଶରତ ଥାନା ଅଧୀନ ଦେୱାନବାହାଳୀ ପଞ୍ଚାୟତ ବିଷ୍ଣୁଗାଁର ଉଦୟ ସିଂଙ୍କ ଝିଅ ଦୁର୍ଗାଦେବୀ ସିଂ(୧୬)। ଗତ ୨୯ ତାରିଖରେ କଟକ ବଡ ଡାକ୍ତରଖାନାରେ ଚିକିସତ୍ାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିନେଇ କଟକ ମଙ୍ଗଳବାଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତ ଦୁର୍ଗାଙ୍କ ମାଉସୀ ଫୁଲେଶ୍ୱରୀ ସିଂ ସେହିଦିନ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ନେଇ କାୈଣସି ମାମଲା ରୁଜୁ ହୋଇ ନ ଥିବା ବେଳେ ତାଙ୍କୁ ଏତଲାର ନକଲ ମଧ୍ୟ ଅଦ୍ୟାବଧି ପ୍ରଦାନ କରାଯାଇ ନ ଥିବା ସେ ପ୍ରକାଶ କରିଛନ୍ତି ା ଗୁରୁବାର ପୁନଶ୍ଚ ଏକ ଏତଲା ମୃତ ଛାତ୍ରୀଙ୍କ ମାଉସୀ କପ୍ତିପଦା ଥାନାରେ ପ୍ରଦାନ କରିବା ସହିତ ଉଦଳା ଏସଡିପିଓ ସ୍ବପ୍ନରଞ୍ଜନ ମହାପାତ୍ରଙ୍କୁ ସାକ୍ଷାତ କରି ଉଚିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ମୃତ ଛାତ୍ରୀଙ୍କ ହାତଲେଖା ଚିଠି, ବ୍ୟବଚ୍ଛେଦ ରିପୋର୍ଟ ସମ୍ପର୍କରେ ପରିବାରବର୍ଗଙ୍କୁ ଅନ୍ଧାରରେ ରଖାଯାଉଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛିି। ଉପଯୁକ୍ତ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଛାତ୍ରୀଙ୍କ ମୃତ୍ୟୁ ପରେ ଗତ ୩୦ ତାରିଖରେ ଅଞ୍ଚଳବାସୀ କପ୍ତିପଦା-ଶରତ ରାସ୍ତାର ହଦଗୁଠ ଛକ ନିକଟରେ ମୃତଦେହ ରାସ୍ତା ଉପରେ ରଖି କ୍ଷତିପୂରଣ ଦାବି କରିଥିଲେ। ଖବରପାଇ କପ୍ତିପଦା ପିଏ ଆଇଟିଡିଏ ବିଧାନଚନ୍ଦ୍ର ରାୟ, ଅତିରିକ୍ତ ଜିଲାପାଳ ଗାୈରହରି ମହାନ୍ତ, ଉପଖଣ୍ଡ ପୋଲିସ ଅଧିକାରୀ ସ୍ବପ୍ନରଞ୍ଜନ ମହାପାତ୍ର ଓ ମଙ୍ଗଳ ଅଧିକାରୀ ଉଦଳା ସୁରେଶ ଚନ୍ଦ୍ର ଜିତବାବୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରିଥିଲେ। ମୃତ ଛାତ୍ରୀଙ୍କ ପରିବାର ବର୍ଗଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ମାତ୍ର ଅନ୍ୟାନ୍ୟ ବିଭାଗୀୟ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତଶ୍ରୁୃତି ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ତାହା ଦିଆଯାଇ ନାହିଁ।
ଉଲ୍ଲେଖଯୋଗ୍ୟ ଯେ, ଗତ ଅଗଷ୍ଟ ୨୮ ତାରିଖ ପୂର୍ବାହ୍ନ ୯ଟାଠାରୁ ଦୁର୍ଗା କାୈଣସି କାରଣ ବଶତଃ ନ ଖାଇ ଓ କ୍ଲାସ ନ ଯାଇ ଛାତ୍ରୀନିବାସରେ ଶୋଇଥିଲେ। ପ୍ରଧାନ ଶିକ୍ଷକ ନିଜେ ଉକ୍ତ କ୍ଲାସର କ୍ଲାସ ଟିଚର ହୋଇଥିବା ସତ୍ତ୍ୱେ ଦୁର୍ଗା ଛାତ୍ରୀ ନିବାସରେ ରହି କ’ଣ ପାଇଁ ବିଦ୍ୟାଳୟକୁ ଆସି ନାହିଁ ସେ ସମ୍ପର୍କରେ କିଛି ବୁଝି ନ ଥିବା ତାଙ୍କ ପରିବାର ବର୍ଗ କହିଛନ୍ତି ା ସେ ଦିନ ତମାମ ଶୋଇ ରହିଥିବାବେଳେ ପ୍ରଧାନଶିକ୍ଷକ, ସୁପରିଣ୍ଟେଣ୍ଡଣ୍ଟ କିମ୍ବା ମାଟ୍ରନଙ୍କ ପକ୍ଷରୁ ତାଙ୍କ ସମ୍ପର୍କରେ କାୈଣସି ଖବର ରଖାଯାଇ ନ ଥିଲା ା ବୁଧବାର ରାତି ୮ଟା ସମୟରେ ଦୁର୍ଗାଙ୍କ ବାନ୍ତି ହେବା ପରେ ତାଙ୍କୁ ନେଇ ପ୍ରଥମେ କପ୍ତିପଦା ପରେ ଉଦଳା ଓ ତାପରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ପ୍ରଧାନ ଶିକ୍ଷକ ଓ ସୁପରିଣ୍ଟେଣ୍ଡଣ୍ଟଙ୍କ ଦାୟିତ୍ୱ ହୀନତା ପାଇଁ ଏପରି ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ କପ୍ତିପଦା ଥାନାଧିକାରିଣୀ ରୀନା ବେହେରାଙ୍କୁ ପଚାରିବାରୁ ପ୍ରଥମ ଏତଲା ଅନୁଯାୟୀ ଷ୍ଟେସନ ଡାଏରୀ ହୋଇ ତଦନ୍ତ ଜାରି ରହିଛି। ସମସ୍ତ ଘଟଣାକୁ ଭିଡିଓଗ୍ରାଫି କରାଯାଇଛି ା ବ୍ୟବଚ୍ଛେଦ ରିପୋର୍ଟକୁ ଅନୁଧ୍ୟାନ କରି ମାମଲା ରୁଜୁ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri