Posted inରାଜ୍ୟ

ଶାରୀଶୁଆ ପଥର ଖଣିରେ ଏସ୍‌ଟିଏଫ୍‌ ଚଢ଼ାଉ

ଖଇରା, ୨୪ା୨ଭୁବନେଶ୍ୱର,(ବ୍ୟୁରୋ): ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲଙ୍କ ରୋକ୍‌ ପରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଥିଲା। ଏହାସତ୍ତ୍ୱେ ବାଲେଶ୍ୱର ଜିଲା ଖଇରା ତହସିଲ୍‌ ଅଧୀନ ଶାରୀଶୁଆ ପାହାଡ଼ରେ ଥିବା ଏକାଧିକ ପଥର ଖଣିରେ ଚାଲିଥିଲା ବେଆଇନ ଖନନ। ପ୍ରଶାସନିକ ଅଧିକାରୀମାନେ ଚେଇଁ ଶୋଇଥିବାବେଳେ ନେତାଙ୍କ ଛତ୍ରଛାୟା ତଳେ ରହି ପାହାଡ଼ରେ ବିସ୍ଫୋରଣ କରି ଦିନରାତି ତାଡ଼ି ଚାଲିଥିଲେ ମାଫିଆ। ଏନେଇ ଖବର ପାଇବା ପରେ ରବିବାର କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଉକ୍ତ ପାହାଡ଼ର ୭୭ ନମ୍ବର ଖଣିରେ ଚଢ଼ାଉ କରି ୫ଜଣଙ୍କୁ ଗିରଫ କରିବା ସହ ପଥର ଚାଲାଣରେ ବ୍ୟବହୃତ ୩ ଗାଡ଼ି ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଇଥଗଡ଼ିଆ ଗ୍ରାମର ଟ୍ରାକ୍ଟର ମାଲିକ ବାସୁଦେବ ରାଉତ, ବାବୁରାମ ଜେନା ଏବଂ ଡ୍ରାଇଭର ଜୟନ୍ତ ଜେନା, ଭାଗୀରଥି ସୋରେନ ଓ ଟୁନା ଜେନା। ଏନେଇ ଏସ୍‌ଟିଏଫ୍‌ କେସ୍‌ ନଂ.୪୧/୨୦ ଦଫା ୪୪୭, ୩୭୯, ୫୧୧, ୧୨୦(ବି)୩୪ ଲଗାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି। ତେବେ ଚଢ଼ାଉ ଦେଖି ଖଣି ମାଫିଆମାନେ ପାହାଡ଼ରେ ଲୁଚି ଯାଇଛନ୍ତି। ସେମାନଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଶାରୀଶୁଆ ପାହାଡ଼ରେ ଖଣି ମାଫିଆମାନେ ବିସ୍ଫୋରଣ କରିବା ପରେ ଜେସିବି ଓ ଟ୍ରାକ୍ଟର ସହାୟତାରେ ପଥର ଖନନ କରି ଚାଲାଣ କରିଥାନ୍ତି। ବିସ୍ଫୋରଣ ଯୋଗୁ ଆଖପାଖରେ ଥିବା ଘର ଫାଟିଯିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ସେହିଭଳି ବନ୍ୟପ୍ରାଣୀ ମଧ୍ୟ ବାସହରା ହୋଇ ଗାଁକୁ ପଶି ଆସୁଛନ୍ତି। ଏନେଇ ତହସିଲ୍‌ଠାରୁ ଜିଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ସତ୍ତ୍ୱେ କିଛି ସୁଫଳ ମିଳି ନ ଥିଲା। ଖଣି ନିଲାମ ନେଇଥିବା କହି ନାଲିଆଖି ଦେଖାଇ ଖଣି ମାଫିଆମାନେ ଖୋଳି ଚାଲିଥିଲେ। ଶେଷରେ ୯୭ ଖଣି ବେଆଇନ ଭାବେ ନିଲାମ ଦିଆଯାଇଥିବା ନେଇ ୨ ସ୍ବେଚ୍ଛାସେବୀ ସଂଗଠନ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ। ହାତୀ ଚଲାପଥ ବାଧାପ୍ରାପ୍ତ ହେବା ସହ ପରିବେଶ ନଷ୍ଟ ହେଉଥିବାରୁ ବେଆଇନ ଖଣିକୁ ବନ୍ଦ କରିବାକୁ ଦାବି କରିଥିଲେ। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ଉକ୍ତ ଅନିୟମିତତାକୁ ହୃଦୟଙ୍ଗମ କରି ଖଣି ଖନନ ଉପରେ ରହିତାଦେଶ ଲଗାଇଥିଲେ। ଟ୍ରିବ୍ୟୁନାଲଙ୍କ ରାୟକୁ ସମ୍ମାନ ଦେବାକୁ ଯାଇ ପ୍ରଶାସନ ସମସ୍ତ ଖଣିରେ ୧୪୪ ଧାରା ଲଗାଇଥିଲେ ସତ, କିନ୍ତୁ ଏହା କେବଳ କାଗଜପତ୍ରରେ ସୀମିତ ଥିଲା। ପୂର୍ବଭଳି ଖଣି ମାଫିଆମାନେ ସରକାରୀ ଅଧିକାରୀ, ପୋଲିସ ଓ ନେତାଙ୍କୁ ହାତଗୁଞ୍ଜା ଦେଇ ଖୁଲମ୍‌ଖୁଲା ଦୈନିକ ଟନ୍‌ ଟନ୍‌ ପଥର ଖନନ କରି ଚାଲାଣ କରୁଥିଲେ। କିଛିମାସ ତଳେ ପୋଲିସ ବିଭାଗରେ ଅଦଳବଦଳ ଏହି ମାଫିଆଙ୍କୁ ବେଶ୍‌ ସୁହାଇଥିଲା। ବିଶେଷ ସୂତ୍ରରୁ ଖବରପାଇ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି ତେଜରାଜ ପଟେଲଙ୍କ ନେତୃତ୍ୱରେ ଏସ୍‌ଟିଏଫ୍‌ ଟିମ୍‌ ଶନିବାର ରାତିରେ ଉକ୍ତ ପାହାଡ଼ରେ ଲୁଚିରହି ଡେରା ପକାଇଥିଲେ। ସକାଳୁ ୭୭ ନମ୍ବର ଖଣିରେ ଟ୍ରାକ୍ଟର ଦ୍ୱାରା ପଥର ଚାଲାଣ ହେଉଥିବା ଦେଖି ଏସ୍‌ଟିଏଫ୍‌ ଟିମ୍‌ ସେଠାରେ ଚଢ଼ାଉ ଆରମ୍ଭ କରି ୫ଜଣଙ୍କୁ ଗିରଫ କରିଥିଲା। ତେବେ ଚଢ଼ାଉ ସମୟରେ ଖଣି ମାଫିଆମାନେ ଲୁଚି ଯାଇଥିବାବେଳେ ଅନ୍ୟ ଖଣିରେ ନିୟୋଜିତ ଥିବା ଗାଡ଼ି ସହ ଅନ୍ୟମାନେ ଖସି ପଳାଇଥିଲେ।
ଖଇରା ତହସିଲଦାର ପ୍ରଦୀପ କୁମାର ସାହୁ ଓ ଆଇଆଇସି ସୁବ୍ରତ କୁମାର ବେହେରା ମଧ୍ୟ ଚଢ଼ାଉରେ ସାମିଲ ହୋଇଥିଲେ। ପରେ ଏସ୍‌ଟିଏଫ୍‌ ଟିମ୍‌ ଖଇରା ଥାନାରେ ଦିନତମାମ ରହି ତଦନ୍ତ ଚଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?