Posted inରାଜ୍ୟ

ଶାରୀଶୁଆ ପଥର ଖଣିରେ ଏସ୍‌ଟିଏଫ୍‌ ଚଢ଼ାଉ

ଖଇରା, ୨୪ା୨ଭୁବନେଶ୍ୱର,(ବ୍ୟୁରୋ): ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲଙ୍କ ରୋକ୍‌ ପରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଥିଲା। ଏହାସତ୍ତ୍ୱେ ବାଲେଶ୍ୱର ଜିଲା ଖଇରା ତହସିଲ୍‌ ଅଧୀନ ଶାରୀଶୁଆ ପାହାଡ଼ରେ ଥିବା ଏକାଧିକ ପଥର ଖଣିରେ ଚାଲିଥିଲା ବେଆଇନ ଖନନ। ପ୍ରଶାସନିକ ଅଧିକାରୀମାନେ ଚେଇଁ ଶୋଇଥିବାବେଳେ ନେତାଙ୍କ ଛତ୍ରଛାୟା ତଳେ ରହି ପାହାଡ଼ରେ ବିସ୍ଫୋରଣ କରି ଦିନରାତି ତାଡ଼ି ଚାଲିଥିଲେ ମାଫିଆ। ଏନେଇ ଖବର ପାଇବା ପରେ ରବିବାର କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଉକ୍ତ ପାହାଡ଼ର ୭୭ ନମ୍ବର ଖଣିରେ ଚଢ଼ାଉ କରି ୫ଜଣଙ୍କୁ ଗିରଫ କରିବା ସହ ପଥର ଚାଲାଣରେ ବ୍ୟବହୃତ ୩ ଗାଡ଼ି ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଇଥଗଡ଼ିଆ ଗ୍ରାମର ଟ୍ରାକ୍ଟର ମାଲିକ ବାସୁଦେବ ରାଉତ, ବାବୁରାମ ଜେନା ଏବଂ ଡ୍ରାଇଭର ଜୟନ୍ତ ଜେନା, ଭାଗୀରଥି ସୋରେନ ଓ ଟୁନା ଜେନା। ଏନେଇ ଏସ୍‌ଟିଏଫ୍‌ କେସ୍‌ ନଂ.୪୧/୨୦ ଦଫା ୪୪୭, ୩୭୯, ୫୧୧, ୧୨୦(ବି)୩୪ ଲଗାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି। ତେବେ ଚଢ଼ାଉ ଦେଖି ଖଣି ମାଫିଆମାନେ ପାହାଡ଼ରେ ଲୁଚି ଯାଇଛନ୍ତି। ସେମାନଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଶାରୀଶୁଆ ପାହାଡ଼ରେ ଖଣି ମାଫିଆମାନେ ବିସ୍ଫୋରଣ କରିବା ପରେ ଜେସିବି ଓ ଟ୍ରାକ୍ଟର ସହାୟତାରେ ପଥର ଖନନ କରି ଚାଲାଣ କରିଥାନ୍ତି। ବିସ୍ଫୋରଣ ଯୋଗୁ ଆଖପାଖରେ ଥିବା ଘର ଫାଟିଯିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ସେହିଭଳି ବନ୍ୟପ୍ରାଣୀ ମଧ୍ୟ ବାସହରା ହୋଇ ଗାଁକୁ ପଶି ଆସୁଛନ୍ତି। ଏନେଇ ତହସିଲ୍‌ଠାରୁ ଜିଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ସତ୍ତ୍ୱେ କିଛି ସୁଫଳ ମିଳି ନ ଥିଲା। ଖଣି ନିଲାମ ନେଇଥିବା କହି ନାଲିଆଖି ଦେଖାଇ ଖଣି ମାଫିଆମାନେ ଖୋଳି ଚାଲିଥିଲେ। ଶେଷରେ ୯୭ ଖଣି ବେଆଇନ ଭାବେ ନିଲାମ ଦିଆଯାଇଥିବା ନେଇ ୨ ସ୍ବେଚ୍ଛାସେବୀ ସଂଗଠନ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ। ହାତୀ ଚଲାପଥ ବାଧାପ୍ରାପ୍ତ ହେବା ସହ ପରିବେଶ ନଷ୍ଟ ହେଉଥିବାରୁ ବେଆଇନ ଖଣିକୁ ବନ୍ଦ କରିବାକୁ ଦାବି କରିଥିଲେ। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ଉକ୍ତ ଅନିୟମିତତାକୁ ହୃଦୟଙ୍ଗମ କରି ଖଣି ଖନନ ଉପରେ ରହିତାଦେଶ ଲଗାଇଥିଲେ। ଟ୍ରିବ୍ୟୁନାଲଙ୍କ ରାୟକୁ ସମ୍ମାନ ଦେବାକୁ ଯାଇ ପ୍ରଶାସନ ସମସ୍ତ ଖଣିରେ ୧୪୪ ଧାରା ଲଗାଇଥିଲେ ସତ, କିନ୍ତୁ ଏହା କେବଳ କାଗଜପତ୍ରରେ ସୀମିତ ଥିଲା। ପୂର୍ବଭଳି ଖଣି ମାଫିଆମାନେ ସରକାରୀ ଅଧିକାରୀ, ପୋଲିସ ଓ ନେତାଙ୍କୁ ହାତଗୁଞ୍ଜା ଦେଇ ଖୁଲମ୍‌ଖୁଲା ଦୈନିକ ଟନ୍‌ ଟନ୍‌ ପଥର ଖନନ କରି ଚାଲାଣ କରୁଥିଲେ। କିଛିମାସ ତଳେ ପୋଲିସ ବିଭାଗରେ ଅଦଳବଦଳ ଏହି ମାଫିଆଙ୍କୁ ବେଶ୍‌ ସୁହାଇଥିଲା। ବିଶେଷ ସୂତ୍ରରୁ ଖବରପାଇ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି ତେଜରାଜ ପଟେଲଙ୍କ ନେତୃତ୍ୱରେ ଏସ୍‌ଟିଏଫ୍‌ ଟିମ୍‌ ଶନିବାର ରାତିରେ ଉକ୍ତ ପାହାଡ଼ରେ ଲୁଚିରହି ଡେରା ପକାଇଥିଲେ। ସକାଳୁ ୭୭ ନମ୍ବର ଖଣିରେ ଟ୍ରାକ୍ଟର ଦ୍ୱାରା ପଥର ଚାଲାଣ ହେଉଥିବା ଦେଖି ଏସ୍‌ଟିଏଫ୍‌ ଟିମ୍‌ ସେଠାରେ ଚଢ଼ାଉ ଆରମ୍ଭ କରି ୫ଜଣଙ୍କୁ ଗିରଫ କରିଥିଲା। ତେବେ ଚଢ଼ାଉ ସମୟରେ ଖଣି ମାଫିଆମାନେ ଲୁଚି ଯାଇଥିବାବେଳେ ଅନ୍ୟ ଖଣିରେ ନିୟୋଜିତ ଥିବା ଗାଡ଼ି ସହ ଅନ୍ୟମାନେ ଖସି ପଳାଇଥିଲେ।
ଖଇରା ତହସିଲଦାର ପ୍ରଦୀପ କୁମାର ସାହୁ ଓ ଆଇଆଇସି ସୁବ୍ରତ କୁମାର ବେହେରା ମଧ୍ୟ ଚଢ଼ାଉରେ ସାମିଲ ହୋଇଥିଲେ। ପରେ ଏସ୍‌ଟିଏଫ୍‌ ଟିମ୍‌ ଖଇରା ଥାନାରେ ଦିନତମାମ ରହି ତଦନ୍ତ ଚଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri