Posted inଖେଳ

ଶାନ୍ତନୁଙ୍କ ଶତକ: ବିଜୟ ଦ୍ୱାରରେ ଓଡ଼ିଶା

କଟକ ଅଫିସ,୨୮ା୧୨-
ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଉତ୍ତରାଖଣ୍ଡ ବିପକ୍ଷ ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ରେ ଘରୋଇ ଓଡ଼ିଶା ଦଳ ବିଜୟ ଦ୍ୱାରରେ ପହଞ୍ଚିଛି। ପ୍ରଥମ ଇନିଂସରେ ଓଡ଼ିଶା ୧୩୬ରନ ଅଗ୍ରଣୀ ହାସଲ କରିବା ପରେ ଉତ୍ତରାଖଣ୍ଡ ଦ୍ୱିତୀୟ ଇନିଂସ ଆରମ୍ଭ କରି ୪ ଉଇକେଟ ହରାଇ ୫୪ରନ କରିଛି। ଉତ୍ତରାଖଣ୍ଡ ୮୨ରନ ପଛରେ ଥିବା ବେଳେ ଓଡ଼ିଶାକୁ ବିଜୟ ପାଇଁ ୬ ଉଇକେଟ ଆବଶ୍ୟକ ରହିଛି। ଓଡ଼ିଶା ପକ୍ଷରୁ ଶାନ୍ତନୁ ମିଶ୍ର ୧୧୦ରନ୍‌ର ଇନିଂସ ଖେଳି ଦଳକୁ ଅଗ୍ରଣୀ କରିବାରେ ସହାୟକ ହୋଇଛନ୍ତି। ୧୩ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳିବା ପରେ ଶାନ୍ତନୁ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି।
ଉତ୍ତରାଖଣ୍ଡର ପ୍ରଥମ ଇନିଂସ ୧୧୭ରନରେ ସୀମିତ ରହିବା ପରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ପ୍ରଥମ ଇନିଂସ ବ୍ୟାଟିଂ ଜାରି ରଖିଥିବା ଓଡ଼ିଶା ୬ ଉଇକେଟ ହରାଇ ୧୪୫ କରିଥିଲା। ଶାନ୍ତନୁ ୫୪ରନରେ ଓ ଦେବବ୍ରତ ପ୍ରଧାନ ୨ରନରେ ଅପରାଜିତ ଥିଲେ। ଦେବବ୍ରତ ୧୪ରନ କରିବା ପରେ ପ୍ୟାଭିଲିୟନ ଫେରିଥିଲେ। ସନ୍ନି ରାଣାଙ୍କ ବଲରେ ଉଇକେଟ କିପର ସୌରଭ ରାୱତଙ୍କ ହାତରେ ଧରାପଡ଼ିଥିଲେ ଦେବବ୍ରତ। ପରେ ସୂର୍ଯ୍ୟକାନ୍ତ ପ୍ରଧାନ ଓ ରାଜେଶ ମହାନ୍ତି ଦ୍ରୁତ ବ୍ୟାଟିଂ କରିଥିଲେ। ବଡ଼ ଶଟ୍‌ ଖେଳିବାକୁ ଯାଇ ସୂର୍ଯ୍ୟକାନ୍ତ ୧୧ ଓ ରାଜେଶ ୧୭ରନରେ ଆଉଟ ହୋଇଥିଲେ। ଇତି ମଧ୍ୟରେ ୨୨୯ବଲରୁ ଶାନ୍ତନୁ କ୍ୟାରିୟରର ପ୍ରଥମ ତଥା ସ୍ମରଣୀୟ ଶତକ ହାସଲ କରିଥିଲେ। ୧୧୦ରନ କରି ଶାନ୍ତନୁ ଅନ୍ତିମ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ। ବସନ୍ତ ମହାନ୍ତି ୬ରନରେ ଅପରାଜିତ ଥିଲେ। ଉତ୍ତରାଖଣ୍ଡ ପକ୍ଷରୁ ପ୍ରଦୀପ ଚାମୋଲି, ସନ୍ନି ରାଣା ୩ଟି ଲେଖାଏ ଓ ଧନରାଜ ଶର୍ମା ୨ଟି ଉଇକେଟ ଅକ୍ତିଆର କରିଛନ୍ତି। ଦ୍ୱିତୀୟ ଇନିଂସ୍‌ ବ୍ୟାଟିଂ କରିଥିବା ଉତ୍ତରାଖଣ୍ଡ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓଡ଼ିଶା ପେସ୍‌ ବୋଲରମାନେ ପୁର୍ନବାର ଚମତ୍କାର ପ୍ରଦର୍ଶନ କରିଛନ୍ତି। ୩ରନରେ ଉତ୍ତରାଖଣ୍ଡ ୨ଟି ଉଇକେଟ ହରାଇଥିଲା। ଓପନର ତନ୍ମୟ ଶ୍ରୀବାସ୍ତବ ୨ରନରେ ଓ ଅଭନିଶ ସୁଧା ଖାତା ଖୋଲିବା ପୂର୍ବରୁ ବସନ୍ତଙ୍କ ଶିକାର ହୋଇଥିଲେ। ଅଧିନାୟକ ଉନ୍ମୁକ୍ତ ଚାନ୍ଦ ୧୩ରନରେ ରାଜେଶଙ୍କ ବଲରେ ଉଇକେଟ ହାତରେ ଧରାପଡ଼ିଥିଲେ। ପରେ ସୌରଭ ରାୱତ ୧୫ରନରେ ସୂର୍ଯ୍ୟକାନ୍ତଙ୍କ ଦ୍ୱାରା ଆଉଟ ହୋଇଥିଲେ। ୫୪ରନରେ ଉତ୍ତରାଖଣ୍ଡ ୪ଟି ଉଇକେଟ ହରାଇଥିଲା। ଦୀକ୍ଷାଂଶୁ ନେଗି ୨୩ରନରେ ଓ କର୍ନ କୌଶଲ କୌଣସି ରନ ନ କରି ଅପରାଜିତ ଅଛନ୍ତି। ଓଡ଼ିଶା ପକ୍ଷରୁ ବସନ୍ତଙ୍କୁ ୨ଟି, ରାଜେଶ ଓ ସୂର୍ଯ୍ୟକାନ୍ତଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଛି।
ସଂକ୍ଷିପ୍ତ ସ୍କୋର
ଉତ୍ତରାଖଣ୍ଡ ପ୍ରଥମ ଇନିଂସ: ୧୧୭। ଓଡ଼ିଶା ପ୍ରଥମ ଇନିଂସ: ୨୫୩/ଅଲଆଉଟ(ଶାନ୍ତନୁ ମିଶ୍ର-୧୧୦, ବିପ୍ଳବ ସାମନ୍ତରାୟ-୩୭, ପ୍ରଦୀପ ଚାମୋଲି-୩/୪୮, ସନ୍ନି ରାଣା-୩/୪୫)। ଉତ୍ତରାଖଣ୍ଡ ଦ୍ୱିତୀୟ ଇନିଂସ: ୫୪/୪(ଦୀକ୍ଷାଂଶୁ ନେଗି-୨୩*, ବସନ୍ତ ମହାନ୍ତି-୨/୧୮, ରାଜେଶ ମହାନ୍ତି-୧/୧୯, ସୂର୍ଯ୍ୟକାନ୍ତ ପ୍ରଧାନ-୧/୧୫)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri