ଶଯ୍ୟା ଅଭାବ, ଚଟାଣରେ ରୋଗୀ

କଟକ ଅଫିସ, ୩୧।୮ – କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲ (ଏସ୍‌ସିବି)ରେ ଦିନକୁ ଦିନ ସମସ୍ୟା ବଢିବାରେ ଲାଗିଛି। ଏହି ହସ୍ପିଟାଲ ଉପରେ କଟକ ସହର ସମେତ ରାଜ୍ୟର ବହୁ ରୋଗୀ ନିର୍ଭର କରିଥାନ୍ତି। ହେଲେ ଦିନକୁ ଦିନ ରୋଗୀ ସଂଖ୍ୟା ବଢୁଥିଲେ ମଧ୍ୟ ହସ୍ପିଟାଲରେ ରୋଗୀଙ୍କ ସୁବିଧା ପାଇଁ କୌଣସି ବ୍ୟବସ୍ଥା ସେହି ଅନୁପାତରେ ବଢୁନାହିଁ। ଫଳରେ ବାହାରୁ ଆସୁଥିବା ଦୁରାରୋଗ୍ୟ ରୋଗରେ ପୀଡ଼ିତ ଥିବା ରୋଗୀ ମଧ୍ୟ ଏଠାରେ ବିଭିନ୍ନ ସମସ୍ୟାରେ କାଳ କାଟୁଛନ୍ତି। ହସ୍ପିଟାଲରେ ପ୍ରତିଦିନ ଜରୁରୀ ବିଭାଗରେ ୮ହଜାର ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ପ୍ରାୟ ୪ହଜାର ରୋଗୀ ଚିକିତ୍ସିତ ପାଇଁ ମେଡିକାଲରେ ଆଡମିଟ ହୁଅନ୍ତି। କିନ୍ତୁ ଏହି ବୃଦ୍ଧି ପାଉଥିବା ରୋଗୀଙ୍କ ନିମନ୍ତେ ହସ୍ପିଟାଲରେ ବେଡ୍‌ ଉପଲବ୍ଧ ନାହିଁ। ଫଳରେ ରୋଗୀ ବାହାରେ ଏବଂ ଯାତାୟାତ କରୁଥିବା ରାସ୍ତାରେ ଚିକିତ୍ସିତ ହୋଇ ଶୋଇଥିବା ଦେଖିବାକୁ ମିଳୁଛି। ଶଯ୍ୟା ନ ମିଳିବାରୁ ପ୍ରତିଦିନ ହଜାର ହଜାର ରୋଗୀ ଚିକିତ୍ସା ନିମନ୍ତେ ଅଧିକ ଅର୍ଥ ଖର୍ଚ୍ଚ କରି ଘରୋଇ ମେଡିକାଲରେ ଚିକିତ୍ସିତ ହେବା ନିମନ୍ତେ ଆଡମିଟ ହେଉଛନ୍ତି। ମେଡିକାଲ ପରିସରରେ ଗୃହ ନିର୍ମାଣ ହୋଇଛି। କିନ୍ତୁ ଏହି ବିଲ୍‌ଡିଂରେ ବେଡ୍‌ ସଂଖ୍ୟା କମ୍‌ ଥିବାରୁ ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। ଏସ୍‌ସିବିରେ ଥିବା ଚର୍ମ ରୋଗ, ସ୍ତ୍ରୀ ପ୍ରସୂତି ବିଭାଗ, ସର୍ଜରୀ ଆଦି ବିଭାଗରେ ଏଭଳି ସମସ୍ୟା ଲାଗି ରହିଛି । ଏଥିସହ ଜରୁରିକାଳୀନ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି। ତଳେ ପଡିରହିଥିବାରୁ ରୋଗୀ ଜଣକ ସଂକ୍ରମଣ ରୋଗରେ ପୀଡିତ ହେବାର ସମ୍ଭାବନା ରହିଛି। ରୋଗୀ ଭଲ ହେବା ବଦଳରେ ସଂକ୍ରମିତ ରୋଗରେ ପୀଡିତ ହୋଇ ଘରକୁ ଯାଇଥାଏ। ଏ ନେଇ ମାନବିକ ଅଧିକାର କର୍ମୀ ଅଖଣ୍ଡ କହିଛନ୍ତି, ଜଣେ ରୋଗୀ ମେଡିକାଲ ଆସିଲେ ତାଙ୍କୁ ଠିକ୍‌ ବ୍ୟବହାର ସହ ଟ୍ରିଟମେଣ୍ଟ ହେବା ନିୟମ ରହିଛି । କିନ୍ତୁ ଏସସିବିରେ ଏହି ସୁବିଧା ମିଳୁନାହିଁ। ରୋଗୀ ତଳେ ଟ୍ରିଟମେଣ୍ଟ ହେଉଥିବା ବେଳେ ବହୁ ରୋଗୀ, ସାଧାରଣ ଲୋକେ ଯିବାଆସିବା ସମୟରେ ବିଭିନ୍ନ ସଂକ୍ରମଣ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଯେଉଁ ଅନୁପାତରେ ରୋଗୀ ସଂଖ୍ୟା ବଢୁଛନ୍ତି ସେହି ହାରରେ ଶଯ୍ୟା ବ୍ୟବସ୍ଥା କରିବା କଥା। କିନ୍ତୁ ତାହା ନ କରି ବିଭିନ୍ନ ଆଳ ଦେଖାଇ ମେଡିକାଲ କର୍ତ୍ତୃପକ୍ଷ ଖସିଯିବାକୁ ବସିଛନ୍ତି। ଏଥିସହିତ ନୂତନ ଶଯ୍ୟା ବଢାଇବାର ମନବୃତ୍ତି ନ ଥିବାରୁ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି। ଏ ନେଇ ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ଡା. ସି.ବି.କେ ମହାନ୍ତି କୁହନ୍ତିି, ଦିନକୁଦିନ ରୋଗୀ ସଂଖ୍ୟା ବଢିବାରେ ଲାଗିଛି। ସମସ୍ତ ରୋଗୀଙ୍କୁ ଟ୍ରିଟମେଣ୍ଟ କରାଯାଉଛି। ଯେତେବେଳେ ଯେଉଁ ପରିସ୍ଥିତିରେ ରୋଗୀ ଆସିଲେ ଆମେ ବେଡ ନାହିଁ ବୋଲି ଛାଡିପାରିବୁ ନାହିଁ। ସେଥିନିମନ୍ତେ ସମସ୍ତ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ଅନ୍ୟପଟେ ସୁପ୍ରିମକୋର୍ଟ ଗାଇଡଲାଇନ ରିହିଛି କେଉଁ ପରିସ୍ଥିତିରେ ବି ରୋଗୀ ଚିକିତ୍ସାରେ ଅବହେଳା କରାଯିବ ନାହିଁ। ସେଥିଯୋଗୁ ଆମ ପାଇଁ ରୋଗୀର ଚିକିତ୍ସା ଜରୁରୀ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓସିଏସ୍‌ ପରୀକ୍ଷାରେ ଭବେଶଙ୍କୁ ୯୩ ର଼୍ୟାଙ୍କ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ…

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ଜିର୍ଣ୍ଣୋଦ୍ଧାର ମହୋତ୍ସବ ଉଦ୍‌ଯାପିତ

ଦିଗପହଣ୍ଡି,୨୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଉପକଣ୍ଠ କୁଶପଡ଼ାଗ୍ରାମ ନିକଟ କମାପଡ଼ିଆ ସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଛି। ୫ ଦିନ ବ୍ୟାପୀ…

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଚାକିରି ନାଁରେ ଓଡ଼ିଆ ନାବାଳିକାଙ୍କୁ ୟୁପିରେ ବିକ୍ରି: ଦୁଇବର୍ଷ ଧରି ଯୌନ ନିର୍ଯାତନା

କାମାକ୍ଷାନଗର,୨୮।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ରୋଜଗାର କରିବାକୁ ଆସି ଯୌନ…

ମାମୁଁ ଘରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ; ୧୬ ବର୍ଷୀୟା ନାବାଳିକା ୮ ମାସର ଗର୍ଭବତୀ, ଯୁବକ ଗିରଫ

ବଞ୍ଚୋ/ଘସିପୁରା, ୨୮।୫(ପ୍ରଦୋଷ କୁମାର ବିଶ୍ୱାଳ /ନିରଞ୍ଜନ ସାହୁ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ କୁମୁଣିଆ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri