ଶପଥଗ୍ରହଣ, ବିଭାଗ ବଣ୍ଟନକୁ୍‌ ସପ୍ତାହେ ପୂରିଲା:ନୂଆ ମନ୍ତ୍ରୀମାନଙ୍କୁ ମିଳିନାହିଁ ଅଫିସ

ଭୁବନେଶ୍ୱର,୬ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମେ ୨୯ରେ ରାଜ୍ୟର ନୂତନ ମନ୍ତ୍ରିମଣ୍ଡଳ ଶପଥ ନେଇଛି। ଏହି କାର୍ଯ୍ୟକ୍ରମକୁ ସପ୍ତାହେ ପୂରିଗଲାଣି। ଶପଥ ଗ୍ରହଣ ଦିନ ଅପରାହ୍ନରେ ହିଁ ସମସ୍ତ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଥିଲା। ଏମିତିକି ମନ୍ତ୍ରୀମାନେ ପ୍ରତି ମାସ ୭ ତାରିଖ ପୂର୍ବରୁ ବିଭାଗର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ରିପୋର୍ଟ ଦେବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଗିଦ କରାଯାଇଛି। ହେଲେ ଶପଥ ନେଇଥିବା ସବୁ ମନ୍ତ୍ରୀ ଏ ପର୍ଯ୍ୟନ୍ତ ବିଧିବଦ୍ଧଭାବେ ଫାଇଲ କାର୍ଯ୍ୟ କରିପାରିନାହାନ୍ତି। କେବଳ ପୁନର୍ବାର ଦାୟିତ୍ୱ ଗ୍ରହଣ କରିଥିବା କେତେକ ମନ୍ତ୍ରୀ ବିଧିବଦ୍ଧ ଫାଇଲ କାର୍ଯ୍ୟ କରିପାରୁଛନ୍ତି।
କ୍ୟାବିନେଟ୍‌, ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ ଦାୟିତ୍ୱ) ଏବଂ ରାଷ୍ଟ୍ରମନ୍ତ୍ରୀମାନଙ୍କୁ କାର୍ଯ୍ୟାଳୟ ମିଳିବାର ନିୟମ ରହିଛି। ହେଲେ ସଚିବାଳୟରେ ନୂତନ ମନ୍ତ୍ରୀମାନଙ୍କୁ ଏଯାଏ ଚାମ୍ବର ମିଳିନାହିଁ। ସେହିପରି ମନ୍ତ୍ରୀଙ୍କୁ ଜଣେ ବ୍ୟକ୍ତିଗତ ସହାୟକ, ଅତିରିକ୍ତ ସହାୟକ, ଅଫିସ ପିଅନ, ଆବାସିକ କାର୍ଯ୍ୟାଳୟରେ ଫୋନ୍‌ ସୁବିଧା ମଧ୍ୟ ପ୍ରଦାନ କରାଯାଇନାହିଁ। ଯାହା ଦ୍ୱାରା ଅନେକ ମନ୍ତ୍ରୀ ଭଲ ବିଭାଗ ପାଇଥିଲେ ବି ନିଜ ଅଞ୍ଚଳ ବୁଲିବାରେ ନିଜକୁ ବ୍ୟସ୍ତ ରଖୁଛନ୍ତି। ପୂର୍ବ ସରକାରରେ ଥିବା କେତେଜଣ ମନ୍ତ୍ରୀ ସଚିବାଳୟକୁ ଆସି ନିଜ ପୁରୁଣା ଚାମ୍ବରରେ ବସି ଯାଉଥିବା ଲକ୍ଷ୍ୟ କରାଯାଉଛି। ଏହି ମନ୍ତ୍ରୀମାନେ ହେଉଛନ୍ତି- ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ ମଲିକ, ସୁଶାନ୍ତ ସିଂ, ପ୍ରତାପ ଜେନା , ବିକ୍ରମ କେଶରୀ ଆରୁଖ ଏବଂ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ। ସେହିପରି ମନ୍ତ୍ରୀ ପଦ ପାଇଁ ଏଯାଏ ସମସ୍ତ ସୁବିଧା ପାଇ ନ ଥିବା ମନ୍ତ୍ରୀମାନେ ହେଉଛନ୍ତି- ପଦ୍ମନାଭ ବେହେରା, ଅରୁଣ କୁମାର ସାହୁ, ସୁଦାମ ମାରାଣ୍ଡି, ନବ କିଶୋର ଦାସ, ଟୁକୁନି ସାହୁ, ଜଗନ୍ନାଥ ସାରକା, ଦିବ୍ୟ ଶଙ୍କର ମିଶ୍ର, ସମୀର ରଞ୍ଜନ ଦାସ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ ଏବଂ ତୁଷାରକାନ୍ତି ବେହେରା। ଅବଶ୍ୟ କେତେକ ବିଭାଗ ଅଧୀନସ୍ଥ ନିର୍ଦ୍ଦେଶାଳୟ ଥିବା ମନ୍ତ୍ରୀଙ୍କ ଚାମ୍ବର ବ୍ୟବହାର କରି ହେଉଥିବା ଜଣାପଡିଛି। କାହାକୁ କ’ଣ ମିଳିଛି, ସେ ସମ୍ପର୍କରେ ଏକାଧିକ ମନ୍ତ୍ରୀଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା।
ଯୋଗାଯୋଗ କରାଯାଇଥିବା ସମସ୍ତ ମନ୍ତ୍ରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ମନ୍ତ୍ରୀଙ୍କ ସ୍ବତନ୍ତ୍ର କାର୍ଯ୍ୟାଳୟ ନିହାତି ଆବଶ୍ୟକ। କାରଣ ଚାମ୍ବରରେ ହିଁ ଓସୱାସ ଥିବା କମ୍ପ୍ୟୁଟର ରହିଥାଏ। ଏହାର ପାସ୍‌ୱାର୍ଡ ଗୋପନୀୟ। ଅନ୍ୟ କେଉଁ ସ୍ଥାନରେ ବା କାର୍ଯ୍ୟାଳୟ ବାହାରେ ଓସୱାସ ଖୋଲିବା ଉଚିତ ନୁହେଁ। ସେହିପରି ଜଣେ ମନ୍ତ୍ରୀ ଏକାଧିକ ଦାୟିତ୍ୱରେ ରହିଥାନ୍ତି। ତେଣୁ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରଖାଯାଇଥାଏ। ଏଯାବତ୍‌ ସମସ୍ତ ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ସଚିବ ମିଳି ନାହାନ୍ତି। ଓସୱାସକୁ ଆସେସ୍‌ କରିବା ପାଇଁ ସୁଯୋଗ ନାହିଁ। ତେଣୁ ଫାଇଲ କାର୍ଯ୍ୟ ବିଧିବଦ୍ଧଭାବେ ଆରମ୍ଭ ହୋଇ ପାରି ନ ଥିବା ଅନେକେ ମତାମତ ଦେଇଛନ୍ତି। ଅପରପକ୍ଷରେ ନିର୍ବାଚିତ ବିଧାୟକମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଯୋଗାଇ ଦିଆଯାଇଛି। ଅନେକ ନବନିର୍ବାଚିତ ବିଧାୟକଙ୍କୁ ସରକାରୀ କ୍ୱାର୍ଟର୍ସ ମିଳି ନାହଁି। ପୂର୍ବରୁ ବିଧାୟକ, ମନ୍ତ୍ରୀ ଓ ଅନେକ ସାମ୍ବିଧାନିକ ଦାୟିତ୍ୱରେ ଥିବା ବ୍ୟକ୍ତିବିଶେଷ ଘର ଖାଲି କରିନାହାନ୍ତି। ଏକାଧିକ ନୂଆ ମନ୍ତ୍ରୀ ରାଜ୍ୟ ଅତିଥି ଭବନରେ ରହୁଥିବା ଜଣାପଡିଛି। ପ୍ରଶାସନିକ ସମୀକ୍ଷକଙ୍କ କହିବାନୁଯାୟୀ, ନିର୍ବାଚିତ ପ୍ରତିନିଧି ଏବଂ ମନ୍ତ୍ରିପରିଷଦ ସମସ୍ତ ବିଭାଗର ସାମ୍ବିଧାନିକ ମୁଖ୍ୟ। ପ୍ରଶାସକ ସେମାନଙ୍କୁ ସହଯୋଗ କରିଥାଏ। ତେଣୁ ମନ୍ତ୍ରୀମାନଙ୍କୁ ସମସ୍ତ ସରକାରୀ ସୁବିଧା ସହ ଓସୱାସ ବ୍ୟବହାର ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri