ଫନୀକୁ ନେଇ ‘ଆଇ ଆମ୍‌ ଓଡ଼ିଶା’

୧୯୯୯ରୁ ୨୦୧୯ର ଯାତ୍ରା। ଏହାମଧ୍ୟରେ ଓଡ଼ିଶା ଦେଖିଛି ୫ରୁ ଅଧିକ ବାତ୍ୟା। ‘ମହାବାତ୍ୟା’ରୁ ଆରମ୍ଭକରି ‘ଫନୀ’ ପର୍ଯ୍ୟନ୍ତ। ୨୦ ବର୍ଷ ମଧ୍ୟରେ ମହାବାତ୍ୟା ଓ ଏହାର ପ୍ରଳୟ ଓଡ଼ିଶାର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଆର୍ଥିକ ଅବସ୍ଥାକୁ ଶୋଚନୀୟ କରିଦେଇଛି। କ୍ଷୟକ୍ଷତି ଆକଳନ ବାହାରେ ପହଞ୍ଚତ୍ଛି। ହେଲେ ଲୋକଙ୍କ ଦୃଢ ମନୋବଳ ଆଗରେ ସବୁକିଛି ହାର୍‌ ମାନିଛି। ଓଡ଼ିଶା ପୁଣିଥରେ ନିଜକୁ ସଜାଡ଼ିଛି। ଗର୍ବର ସହ ମୁଣ୍ଡଟେକି ଚାଲିଛି। ଏଭଳି ଏକ ଦୃଢ ବାର୍ତ୍ତା ନେଇ ପ୍ରସ୍ତୁତ ର଼୍ୟାପ୍‌ ସଙ୍ଗ୍‌ ‘ଆଇ ଆମ୍‌ ଓଡ଼ିଶା’ ଏବେ ଇଣ୍ଟରନେଟ୍‌ରେ ଚହଳ ସୃଷ୍ଟି କରିଛି।
ର଼୍ୟାପ୍‌ ସଙ୍ଗ୍‌ ‘ଓ୍ବାନ୍‌ କିଡ୍‌ ଓ୍ବିଥ୍‌ ଏ ଡ୍ରିମ୍‌’ ଏବଂ ପ୍ରଥମ ଓଡ଼ିଆ ର଼୍ୟାପ୍‌ ‘ମୁଁ ହେଲି ଓଡ଼ିଆ’ କରି ଚର୍ଚ୍ଚାରେ ଥିବା ସମୀର ରିଶୁ ମହାନ୍ତି ଓରଫ୍‌ ବିଗ୍‌ଡିଲ୍‌ ଏବେ ପୁଣିଥରେ ଚର୍ଚ୍ଚାରେ। ୟୁଟ୍ୟୁବ୍‌ରୁ ଆରମ୍ଭକରି ଫେସ୍‌ବୁକ୍‌ ପର୍ଯ୍ୟନ୍ତ, ଚାରିଆଡେ ବୁଲୁଛି ସମୀରଙ୍କ ଲ୍ୟାଟେଷ୍ଟ୍‌ ର଼୍ୟାପ୍‌ ଗୀତ ‘ଆଇ ଆମ୍‌ ଓଡ଼ିଶା’। ମେ’ ୩ରେ ଓଡ଼ିଶା ଛୁଇଁଥିବା ବାତ୍ୟା ଫନୀକୁ ନେଇ ଏହି ଗୀତର ଥିମ୍‌ ପ୍ରସ୍ତୁତ ହୋଇଛି। ଶବ୍ଦ ସହ ଖେଳିବା ବେଶ୍‌ ଭଲଭାବେ ଜାଣିଥିବା ସମୀର ପୁଣିଥରେ ନିଜର ପ୍ରତିଭାକୁ ଏହି ଗୀତରେ ଦେଖିଛନ୍ତି। ୨୭ ବର୍ଷୀୟ ର଼୍ୟାପର୍‌ଙ୍କ ଏହି ଗୀତ ରିଲିଜ ହେବାର ମାତ୍ର କିଛିଦିନ ମଧ୍ୟରେ ଲକ୍ଷାଧିକ ଭ୍ୟୁ ସାଉଁଟିଛି। ମାତ୍ର ୨୦ବର୍ଷ ମଧ୍ୟରେ ମହାବାତ୍ୟା, ହୁଡ୍‌ହୁଡ୍‌, ଫାଇଲିନ୍‌, ତିତ୍‌ଲି ଓ ଫନୀ ଭଳି ୫ଟି ପ୍ରଳୟଙ୍କରୀ ବାତ୍ୟାର ସମ୍ମୁଖୀନ ହୋଇଥିବା ଓଡ଼ିଶା କିଭଳି ପ୍ରତିଥର ଦୃଢତାର ସହ ଅଣ୍ଟା ସଳଖିପାରିଛି ତାହା ଏଥିରେ ଦର୍ଶାଯାଇଛି। କେବଳ ଏତିକି ନୁହେଁ, ମହାବାତ୍ୟାରୁ ଅନେକ କିଛି ଶିକ୍ଷାପାଇଛି ରାଜ୍ୟ। ହାର୍‌ ମାନିନି, ବରଂ ଆହୁରି ସୁଦୃଢ ହୋଇଛି। ବାତ୍ୟାର ମୁକାବିଲା କରି ବିଶ୍ୱସ୍ତରରେ ପ୍ରଶଂସିତ ହୋଇଛି। ଏହାକୁ ସମଗ୍ର ଦେଶବାସୀଙ୍କ ନିକଟରେ ପହଞ୍ଚାଇବାକୁ ସମୀର ର଼୍ୟାପ୍‌ ମାଧ୍ୟମରେ ଏହି ପ୍ରୟାସ କରିଛନ୍ତି। ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚତ୍ବାକୁ ଗୀତର ଲିରିକ୍ସ ଇଂଲିଶ ଏବଂ ହିନ୍ଦୀରେ କରାଯାଇଛି। ସମୀର ନିଜେ ଏହାକୁ ଲେଖିଥିବା ବେଳେ ନିଜେ ଗାଇଛନ୍ତି ମଧ୍ୟ। ଜାତୀୟ ଗଣମାଧ୍ୟମ ଫନୀକୁ ସେଭଳି ଗୁରୁତ୍ୱ ଦେଇ ନଥିବାରୁ ଏହାକୁ ଚ୍ୟାଲେଞ୍ଜ ଦେବାକୁ ଯାଇ ସମୀର ଏହି ଭିିଡିଓ କରିଛନ୍ତି। ଏଥିରେ ତାଙ୍କୁ ଖ୍ୟାତନାମା ଫିଲ୍ମ ନିର୍ମାତା ପଦ୍ମଶ୍ରୀ ନୀଳମାଧବ ପଣ୍ଡା ଓ ତାଙ୍କ ଟିମ୍‌ ସହାୟତା କରିଛନ୍ତି।
ପ୍ରଥମେ ୟୁଟ୍ୟୁବ୍‌ ସେନ୍ସେସନ୍‌ ଓ ତା’ପରେ ଇଣ୍ଟରନ୍ୟାଶନାଲ ଆଇକନ୍‌ ଏବଂ ଏବେ ର଼୍ୟାପ୍‌ ଜଗତରେ ଜଣେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ପୁରୀ ଜନ୍ମିତ ସମୀର। ଖାଣ୍ଟି ଓଡ଼ିଆ ଶୈଳୀରେ ଗୋଟିଏ ପରେ ଗୋଟିଏ ର଼୍ୟାପ୍‌ ତିଆରି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏହି ଯୁବ ର଼୍ୟାପର୍‌। ତାଙ୍କ ପ୍ରତି ଗୀତରେ ଓଡ଼ିଆ ଭାଷା, ଚାଲିଚଳଣି, ଓଡ଼ିଆ କଳା, ସଂସ୍କୃତି ସହ ଓଡ଼ିଶାର ଝଲକ ଦେଖିବାକୁ ମିଳୁଛି।
– ରିପୋର୍ଟ: ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

ସଲମାନଙ୍କୁ ଭେଟିବାକୁ ଗାଲାକ୍ସି ଆପାର୍ଟମେଣ୍ଟରେ ପହଞ୍ଚିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ

ବମ୍ବେ: ନିକଟରେ ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କ ଘର ଉପରେ ୨ ଜଣ ଅଜ୍ଞାତ ବ୍ୟକ୍ତି ଗୁଳିମାଡ଼ କରିଥିଲେ। ଏହି ଘଟଣା ଅନେକଙ୍କୁ ଚକିତ କରିଥିଲା। ପୋଲିସ...

ସ୍ବାସ୍ଥ୍ୟଗତ କାରଣରୁ ନିର୍ବାଚନ ଲଢ଼ୁନାହାନ୍ତି କିରନ

ନୂଆଦିଲ୍ଲୀ: ଚଣ୍ଡିଗଡ଼ରୁ ଲଗାତର ୨ ଥର ଏମ୍‌ପି ଥିବା ବଲିଉଡ୍‌ ଅଭିନେତ୍ରୀ କିରନ ଖେର୍‌ ଚଳିତ ଲୋକ ସଭା ନିର୍ବାଚନ ଲଢ଼ୁନାହାନ୍ତି। ଚଣ୍ଡିଗଡ଼ରୁ ଭାଜପା ତାଙ୍କ...

ସଲମାନଙ୍କ ଘର ବାହାରେ ଫାୟାରିଂ କରିଥିବା ୨ ଅଭିଯୁକ୍ତ ଗିରଫ

ମୁମ୍ବାଇ,୧୬।୪:ମୁମ୍ବାଇର ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳି ଚଳାଇଥିବା ଉଭୟ ଅଭିଯୁକ୍ତଙ୍କୁ ଗୁଜରାଟର ଭୁଜରୁ ଗିରଫ କରାଯାଇଛି। ମାମଲାର ଅନୁସନ୍ଧାନ କରୁଥିବା ମୁମ୍ବାଇ କ୍ରାଇମ...

ହୃଦୟ ଜିତିଲେ କିଙ୍ଗ ଖାନ

ମୁମ୍ବାଇ,୧୫।୪: ବଲିଉଡର ସୁପରଷ୍ଟାର ଶାହରୁଖ ଖାନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କର ଉଦାରତା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। କିଙ୍ଗ ଖାନ...

ଆତ୍ମହତ୍ୟା କଲେ କନ୍ନଡ ଫିଲ୍ମ ପ୍ରଡ୍ୟୁସର ସୌନ୍ଦର୍ଯ୍ୟା ଜଗଦୀଶ!

ଚେନ୍ନାଇ,୧୫।୪: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ କନ୍ନଡ ଚଳଚ୍ଚିତ୍ର ନିର୍ମାତା ତଥା ବ୍ୟବସାୟୀ ସୌନ୍ଦର୍ଯ୍ୟା ଜଗଦୀଶ ଆତ୍ମହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri