ଫନୀକୁ ନେଇ ‘ଆଇ ଆମ୍‌ ଓଡ଼ିଶା’

୧୯୯୯ରୁ ୨୦୧୯ର ଯାତ୍ରା। ଏହାମଧ୍ୟରେ ଓଡ଼ିଶା ଦେଖିଛି ୫ରୁ ଅଧିକ ବାତ୍ୟା। ‘ମହାବାତ୍ୟା’ରୁ ଆରମ୍ଭକରି ‘ଫନୀ’ ପର୍ଯ୍ୟନ୍ତ। ୨୦ ବର୍ଷ ମଧ୍ୟରେ ମହାବାତ୍ୟା ଓ ଏହାର ପ୍ରଳୟ ଓଡ଼ିଶାର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଆର୍ଥିକ ଅବସ୍ଥାକୁ ଶୋଚନୀୟ କରିଦେଇଛି। କ୍ଷୟକ୍ଷତି ଆକଳନ ବାହାରେ ପହଞ୍ଚତ୍ଛି। ହେଲେ ଲୋକଙ୍କ ଦୃଢ ମନୋବଳ ଆଗରେ ସବୁକିଛି ହାର୍‌ ମାନିଛି। ଓଡ଼ିଶା ପୁଣିଥରେ ନିଜକୁ ସଜାଡ଼ିଛି। ଗର୍ବର ସହ ମୁଣ୍ଡଟେକି ଚାଲିଛି। ଏଭଳି ଏକ ଦୃଢ ବାର୍ତ୍ତା ନେଇ ପ୍ରସ୍ତୁତ ର଼୍ୟାପ୍‌ ସଙ୍ଗ୍‌ ‘ଆଇ ଆମ୍‌ ଓଡ଼ିଶା’ ଏବେ ଇଣ୍ଟରନେଟ୍‌ରେ ଚହଳ ସୃଷ୍ଟି କରିଛି।
ର଼୍ୟାପ୍‌ ସଙ୍ଗ୍‌ ‘ଓ୍ବାନ୍‌ କିଡ୍‌ ଓ୍ବିଥ୍‌ ଏ ଡ୍ରିମ୍‌’ ଏବଂ ପ୍ରଥମ ଓଡ଼ିଆ ର଼୍ୟାପ୍‌ ‘ମୁଁ ହେଲି ଓଡ଼ିଆ’ କରି ଚର୍ଚ୍ଚାରେ ଥିବା ସମୀର ରିଶୁ ମହାନ୍ତି ଓରଫ୍‌ ବିଗ୍‌ଡିଲ୍‌ ଏବେ ପୁଣିଥରେ ଚର୍ଚ୍ଚାରେ। ୟୁଟ୍ୟୁବ୍‌ରୁ ଆରମ୍ଭକରି ଫେସ୍‌ବୁକ୍‌ ପର୍ଯ୍ୟନ୍ତ, ଚାରିଆଡେ ବୁଲୁଛି ସମୀରଙ୍କ ଲ୍ୟାଟେଷ୍ଟ୍‌ ର଼୍ୟାପ୍‌ ଗୀତ ‘ଆଇ ଆମ୍‌ ଓଡ଼ିଶା’। ମେ’ ୩ରେ ଓଡ଼ିଶା ଛୁଇଁଥିବା ବାତ୍ୟା ଫନୀକୁ ନେଇ ଏହି ଗୀତର ଥିମ୍‌ ପ୍ରସ୍ତୁତ ହୋଇଛି। ଶବ୍ଦ ସହ ଖେଳିବା ବେଶ୍‌ ଭଲଭାବେ ଜାଣିଥିବା ସମୀର ପୁଣିଥରେ ନିଜର ପ୍ରତିଭାକୁ ଏହି ଗୀତରେ ଦେଖିଛନ୍ତି। ୨୭ ବର୍ଷୀୟ ର଼୍ୟାପର୍‌ଙ୍କ ଏହି ଗୀତ ରିଲିଜ ହେବାର ମାତ୍ର କିଛିଦିନ ମଧ୍ୟରେ ଲକ୍ଷାଧିକ ଭ୍ୟୁ ସାଉଁଟିଛି। ମାତ୍ର ୨୦ବର୍ଷ ମଧ୍ୟରେ ମହାବାତ୍ୟା, ହୁଡ୍‌ହୁଡ୍‌, ଫାଇଲିନ୍‌, ତିତ୍‌ଲି ଓ ଫନୀ ଭଳି ୫ଟି ପ୍ରଳୟଙ୍କରୀ ବାତ୍ୟାର ସମ୍ମୁଖୀନ ହୋଇଥିବା ଓଡ଼ିଶା କିଭଳି ପ୍ରତିଥର ଦୃଢତାର ସହ ଅଣ୍ଟା ସଳଖିପାରିଛି ତାହା ଏଥିରେ ଦର୍ଶାଯାଇଛି। କେବଳ ଏତିକି ନୁହେଁ, ମହାବାତ୍ୟାରୁ ଅନେକ କିଛି ଶିକ୍ଷାପାଇଛି ରାଜ୍ୟ। ହାର୍‌ ମାନିନି, ବରଂ ଆହୁରି ସୁଦୃଢ ହୋଇଛି। ବାତ୍ୟାର ମୁକାବିଲା କରି ବିଶ୍ୱସ୍ତରରେ ପ୍ରଶଂସିତ ହୋଇଛି। ଏହାକୁ ସମଗ୍ର ଦେଶବାସୀଙ୍କ ନିକଟରେ ପହଞ୍ଚାଇବାକୁ ସମୀର ର଼୍ୟାପ୍‌ ମାଧ୍ୟମରେ ଏହି ପ୍ରୟାସ କରିଛନ୍ତି। ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚତ୍ବାକୁ ଗୀତର ଲିରିକ୍ସ ଇଂଲିଶ ଏବଂ ହିନ୍ଦୀରେ କରାଯାଇଛି। ସମୀର ନିଜେ ଏହାକୁ ଲେଖିଥିବା ବେଳେ ନିଜେ ଗାଇଛନ୍ତି ମଧ୍ୟ। ଜାତୀୟ ଗଣମାଧ୍ୟମ ଫନୀକୁ ସେଭଳି ଗୁରୁତ୍ୱ ଦେଇ ନଥିବାରୁ ଏହାକୁ ଚ୍ୟାଲେଞ୍ଜ ଦେବାକୁ ଯାଇ ସମୀର ଏହି ଭିିଡିଓ କରିଛନ୍ତି। ଏଥିରେ ତାଙ୍କୁ ଖ୍ୟାତନାମା ଫିଲ୍ମ ନିର୍ମାତା ପଦ୍ମଶ୍ରୀ ନୀଳମାଧବ ପଣ୍ଡା ଓ ତାଙ୍କ ଟିମ୍‌ ସହାୟତା କରିଛନ୍ତି।
ପ୍ରଥମେ ୟୁଟ୍ୟୁବ୍‌ ସେନ୍ସେସନ୍‌ ଓ ତା’ପରେ ଇଣ୍ଟରନ୍ୟାଶନାଲ ଆଇକନ୍‌ ଏବଂ ଏବେ ର଼୍ୟାପ୍‌ ଜଗତରେ ଜଣେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ପୁରୀ ଜନ୍ମିତ ସମୀର। ଖାଣ୍ଟି ଓଡ଼ିଆ ଶୈଳୀରେ ଗୋଟିଏ ପରେ ଗୋଟିଏ ର଼୍ୟାପ୍‌ ତିଆରି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏହି ଯୁବ ର଼୍ୟାପର୍‌। ତାଙ୍କ ପ୍ରତି ଗୀତରେ ଓଡ଼ିଆ ଭାଷା, ଚାଲିଚଳଣି, ଓଡ଼ିଆ କଳା, ସଂସ୍କୃତି ସହ ଓଡ଼ିଶାର ଝଲକ ଦେଖିବାକୁ ମିଳୁଛି।
– ରିପୋର୍ଟ: ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri