ଶପଥ ଗ୍ରହଣ ଉତ୍ସବ ପାଇଁ ସୁରକ୍ଷା, ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର, ୨୯ା୫(ବ୍ୟୁରୋ): ସାଧାରଣ ନିର୍ବାଚନରେ ବିପୁଳ ଜନ ସମର୍ଥନ ପାଇଥିବା ବିଜେଡି ପୁଣି ସରକାର ଗଠନ କରିବାକୁ ଯାଉଛି। ବୁଧବାର ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ପଞ୍ଚମଥର ପାଇଁ ଓଡ଼ିଶାର ଶାସନ ଭାର ସମ୍ଭାଳିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ସକାଳ ସାଢେ ୧୦ଟାରେ ହେବାକୁ ଥିବା ଏହି ଶପଥ ଗ୍ରହଣ ଉତ୍ସବ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡା କରାଯାଇଛି। ଉତ୍ସବସ୍ଥଳଠାରୁ ଆରମ୍ଭ କରି ପୂରା ରାଜଧାନୀରେ ଟ୍ରାଫିକ କଟକଣା ମଧ୍ୟ ଲାଗୁ କରାଯାଇଛି। ବିଶେଷକରି ମୁଖ୍ୟମନ୍ତ୍ରୀ ଓ ଯୋଗଦେବାକୁ ଆସୁଥିବା ବିଶିଷ୍ଟ ଅତିଥିଙ୍କ ରୁଟ୍‌ର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ମଙ୍ଗଳବାର ଅପରାହ୍ନରେ ପୋଲିସ ପକ୍ଷରୁ କାର୍‌କେଡ୍‌ ରିହରସାଲ କରାଯାଇଛି।
କମିଶନରେଟ ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁସାରେ, ସୁରକ୍ଷା ଦାୟିତ୍ୱରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଏଥିସହ ସାଦା ପୋଷାକଧାରୀ ପୋଲିସ, କୁଇକ୍‌ ଆକ୍ସନ ଟିମ୍‌ ଓ ଡଗ୍‌ ସ୍କ୍ବାଡ୍‌ ରହିବେ। ସହରର ବିଭିନ୍ନ ସ୍ଥାନରେ ୩୦ରୁ ଅଧିକ ସିସିଟିଭି ଲଗାଯାଇଥିବାବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଦର୍ଶନୀ ପଡିଆ ପାର୍ଶ୍ୱରେ ଥିବା ବଡ଼ କୋଠାଗୁଡିକୁ ପୋଲିସ ନିଜ ଅଧୀନକୁ ନେବ। ବରିଷ୍ଠ ପୋଲିସ ଅଧିକାରୀମାନେ କଣ୍ଟ୍ରୋଲରୁମ୍‌ରେ ରହି ପୂରା ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ। ସମସ୍ତ ସୁରକ୍ଷା ଦାୟିତ୍ୱ ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ଉପରେ ନ୍ୟସ୍ତ କରାଯାଇଛି।
ଉତ୍ସବ ପାଇଁ ଯାତାୟାତ କଟକଣା ଲାଗୁ କରାଯାଇଛି। ରାମମନ୍ଦିର ଛକରୁ ହାଉସିଂ ବୋର୍ଡ ଛକ (ମଧୁସୂଦନ ମାର୍ଗ) ରାସ୍ତାରେ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଯାତାୟାତ ବନ୍ଦ ରହିବ। ଯେଉଁ ଯାତ୍ରୀମାନେ ବାଣୀବିହାର ଛକ ଆଡୁ ଆସି ରାମମନ୍ଦିର ଛକ ଦେଇ ହାଉସିଂବୋର୍ଡ ଛକ ଆଡକୁ ଯିବାକୁ ଚାହୁଁଥିବେ ସେମାନେ ମାଷ୍ଟକ୍ୟାଣ୍ଟିନ ଦେଇ ଲୋୟର ପିଏମ୍‌ଜି ବାଟେ ହାଉସିଂ ବୋର୍ଡ ଛକ ଆଡକୁ ଯାଇପାରିବେ। ସେହିପରିି ଆଚାର୍ଯ୍ୟବିହାର ଛକ ଆଡୁ ଆସୁଥିବା ଲୋକେ ହାଉସିଂ ବୋର୍ଡ ଛକ ଦେଇ ରାମମନ୍ଦିର ଆଡକୁ ଯାଇପାରିବେ।
କେଉଁ ପ୍ରବେଶ ପଥରେ କେଉଁମାନେ ଯିବେ
ଶପଥଗ୍ରହଣ ସମାରୋହ ସ୍ଥଳରେ ରହିବ ୩ଟି ପ୍ରବେଶ ପଥ। ଗେଟ୍‌ ନଂ.୩ରେ ରାଜ୍ୟପାଳ, ହାଇକୋର୍ଟର ମୁଖ୍ୟ ବିଚାରପତି ଓ ମୁଖ୍ୟମନ୍ତ୍ରୀ ପ୍ରବେଶ କରିବେ। ଗେଟ୍‌ ନଂ.୨ ଦେଇ ଆସିବେ ନିର୍ବାଚିତ ଏମ୍‌ପି ଓ ବିଧାୟକ। ୧ ନମ୍ବର ଗେଟ୍‌ରେ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ପ୍ରବେଶ କରିବେ। ଅନ୍ୟପକ୍ଷରେ ପାସ୍‌ ପାଇଥିବା ଯାନବାହନଗୁଡିକୁ ନିର୍ଦ୍ଧାରିତ ପାର୍କିଂସ୍ଥଳ ପର୍ଯ୍ୟନ୍ତ ଛଡ଼ାଯିବ। ଉତ୍ସବ ସ୍ଥଳକୁ ଯିବା ପାଇଁ ପିଙ୍କ୍‌, ଗ୍ରୀନ୍‌ ଓ ୟେଲୋ ଆଦି ୩ଟି ରଙ୍ଗର ପାସ୍‌ ବ୍ୟବସ୍ଥା କରାଯାଇଛି। ପିଙ୍କ୍‌ ପାସ ଥିବା ବ୍ୟକ୍ତିମାନେ ସଚିବାଳୟ ମାର୍ଗ ଦେଇ ଗେଟ୍‌ ନଂ.୨ ବାଟେ ପଡିଆକୁ ଯିବେ। ଗ୍ରୀନ୍‌ ପାସ୍‌ଧାରୀ ହାଉସିଂବୋର୍ଡ ଛକ ଦେଇ ଗେଟ୍‌ ନଂ.୩ (ଦୃଷ୍ଟିହୀନ ବିଦ୍ୟାଳୟ ସମ୍ମୁଖ)ବାଟେ ଓ ୟେଲୋ ପାସ୍‌ ପାଇଥିବା ବ୍ୟକ୍ତିମାନେ ରାମମନ୍ଦିର ପଟେ ପ୍ରବେଶ କରି କ୍ୟାପିଟାଲ ହାଇସ୍କୁଲ ସମ୍ମୁଖ ଗେଟ୍‌ ନଂ.୪ ଓ ୫ ଦେଇ ପଡିଆକୁ ଯିବେ। ପିଙ୍କ୍‌ ପାସ୍‌ଧାରୀ ୨ ନମ୍ବର ଗେଟ୍‌ ନିକଟ, ଗ୍ରୀନ୍‌ ପାସ୍‌ଧାରୀ ମଧୁସୂଦନ ମାର୍ଗ ଓ ୟୋଲୋ ପାସ୍‌ଧାରୀ କ୍ୟାପିଟାଲ ହାଇସ୍କୁଲ ପଡିଆ ଅସ୍ଥାୟୀ ପାର୍କିଂସ୍ଥଳରେ ଗାଡି ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri