ଶଟଡାଉନରେ କଟକଣା କଡାକଡି: ବାଲେଶ୍ୱରରୁ ୫ଶହରୁ ଊର୍ଦ୍ଧ୍ୱ ସ୍ବାବ ସଂଗ୍ରହ

ବାଲେଶ୍ୱର ଅଫିସ, ୨୬।୪-ବାଲେଶ୍ୱର ଜିଲାରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ୨୬ତାରିଖ ରାତି ୧୦ଟାରୁ ରବିବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଶଟଡାଉନ୍‌ ଘୋଷଣା କରାଯାଇଛି। ଶନିବାର କିଛି ଜରୁରୀ ସେବା ବ୍ୟତୀତ ଜିଲାର ସମସ୍ତ ଅଫିସ, ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରେ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରାଯାଇଛି। କରୋନା ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଛି। ଶନିବାର ଜିଲାର ବିଭିନ୍ନ ବ୍ଲକରେ ୧୩ଟି ଟିମ୍‌ ଦ୍ୱାରା ୫ଶହରୁ ଉର୍ଦ୍ଧ୍ୱ ସ୍ବାବ ସଂଗ୍ରହ କରାଯାଇଛି। ବିଶେଷ କରି ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ସୋର ବ୍ଲକରେ ସ୍ବାବ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆଶା ଓ ଅଙ୍ଗନୱାଡ଼ି କର୍ମୀମାନେ କଣ୍ଟେନମେଣ୍ଟ ଜୋନ୍‌ ଓ ବ୍ଲକରେ ସର୍ଭେ କରିବା ସହ ନମୁନା ସଂଗ୍ରହ କାମ ତ୍ୱରିତ ବେଗରେ ସମ୍ପନ୍ନ କରିଛନ୍ତି। ଜରୁରୀ ପରିସ୍ଥିତିରେ ଲୋକମାନଙ୍କୁ ହେଲ୍ପଲାଇନ୍‌ରେ ଯୋଗାଯୋଗ କରିବାକୁ କୁହାଯାଇଛି। କୃଷି ବିଭାଗର ସ୍ବତନ୍ତ୍ର ସଚିବ ଏସ୍‌.କେ. ବଶିଷ୍ଠଙ୍କୁ ଜିଲାର ତଦାରଖ ନିମନ୍ତେ ଦାୟିତ୍ୱ ଦିଆଯାଇଥିବାବେଳେ ସ୍ଥିତି ସମ୍ପର୍କରେ ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର, ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକଙ୍କ ସମେତ ଜିଲାର ବରିଷ୍ଠ ପ୍ରଶାସନିକ, ପୋଲିସ ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଜିଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଶଟ୍‌ଡାଉନ୍‌ ଆଦେଶ ଏବଂ କଟକଣାର ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ବେଳେ ହଠାତ ବଢ଼ିଗଲା ପାଣିର ସ୍ରୋତ, ବୁଡ଼ିଯାଉଥିବା ବେଳେ ୨ ଜଣଙ୍କୁ…

କେନ୍ଦୁଝର, ୩୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାସ୍ଥିତ କାନପୁର ବୃହତ ଜଳସେଚନ ପ୍ରକଳ୍ପ କେନାଲରେ ଗାଧୋଇବା ସମୟରେ ପ୍ରବଳ ସ୍ରୋତରେ ଭାସି ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ…

ସାଙ୍ଗମାନଙ୍କ ସହ ଶୋଇଥିଲେ, ସାପ କାମୁଡ଼ାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ଅଞ୍ଚଳରେ…

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତର ବାର୍ଷିକୋଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାପ…

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri