ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ : ୪ ଦଫାରେ କେନ୍ଦ୍ରିତ ହେଲା ଦାବି

ବଲାଙ୍ଗୀର ଅଫିସ,୨୫ା୨
ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ସକାଶେ ସୋମବାର ଜିଲା ପ୍ରଶାସନ ସହ ପ୍ରକଳ୍ପ ପ୍ରଭାବିତ ବୁଡିଅଞ୍ଚଳବାସୀଙ୍କ ଏକ ଆଲୋଚନା ସ୍ଥାନୀୟ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ା ଜିଲାପାଳ ଅରିନ୍ଦମ ଡାକୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆଲୋଚନା ବେଶ୍‌ ସକରାତ୍ମକ ହୋଇଥିଲା ା ଦୀର୍ଘ ୧୯ ମାସ ଧରି ପ୍ରକଳ୍ପ ଡ୍ୟାମ କାମ ବନ୍ଦ ପଡିଥିବାରୁ ଏହି ବୈଠକ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଥିଲା ା ତେବେ ପ୍ରକଳ୍ପ ପ୍ରଭାବିତ ଲୋକଙ୍କ ବହୁବିଧ ସମସ୍ୟା ଓ ଦାବିଗୁଡିକ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ୪ଟି ଦାବିକୁ କେନ୍ଦ୍ରୀଭୂତ କରି ଏହା ପୂରଣ କରିବା ଦିଗରେ ପ୍ରଶାସନ ଉଦ୍ୟମ କରୁ ବୋଲି ପ୍ରକଳ୍ପ ପ୍ରଭାବିତ ଲୋକେ ରାଜି ହୋଇଥିଲେ ା ଲୋୟର ସୁକ୍‌ତେଲ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ଲଳିତ କୁମାର ନାୟକ ବୁଡଅଞ୍ଚଳବାସୀଙ୍କ ତରଫରୁ ଉକ୍ତ ୪ ଦଫା ଦାବି ପୂରଣ ସକାଶେ ଜିଲାପାଳଙ୍କୁ ଅବଗତ କରିଥିଲେ ା ଏହି ଦାବି ପୂରଣ କରି ଶୀଘ୍ର କିପରି ଡ୍ୟାମ କାମ ଆରମ୍ଭ କରାଯିବ ସେ ଉପରେ ଜିଲା ପ୍ରଶାସନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଶୀଘ୍ର ପଦକ୍ଷେପ ନେବ ବୋଲି ଜିଲାପାଳ ଡାକୁଆ ପ୍ରତିଶ୍ରୁତି ଦେଇଥିଲେ ା
ବୁଡଅଞ୍ଚଳବାସୀଙ୍କ ତରଫରୁ ପ୍ରଦାନ କରାଯାଇଥିବା ୪ଦଫା ଦାବି ହେଲା ୨୦୧୩ ଭୂମି ଅଧିଗ୍ରହଣ ଆଇନ ବା ସରକାରଙ୍କ ଘୋଷିତ ସମତୁଲ ଏକ୍ସଗ୍ରାସିଆର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ, ବୁଡିଅଞ୍ଚଳର ସମସ୍ତ ଭୂମିହୀନଙ୍କ ଉଚିତ୍‌ ଥଇଥାନ୍‌, ୧ ଜାନୁୟାରୀ ୨୦୨୦ ସୁଦ୍ଧା ପ୍ରକଳ୍ପ ପ୍ରଭାବିତ ଅଞ୍ଚଳର ସମସ୍ତ ୧୮ ବର୍ଷରୁ ଉର୍ଦ୍ଧ୍ୱ ଯୁବତୀ, ଯୁବକଙ୍କୁ ପରିବାର ମାନ୍ୟତା ଦିଆଯିବା ଓ ସମସ୍ତ ବୁଡିଅଞ୍ଚଳବାସୀଙ୍କୁ ଘରଡିହ ପ୍ରଦାନ ା ଏହି ଦାବିଗୁଡିକ ଉପରେ ଜିଲାପାଳ ଡାକୁଆ ମତ ରଖିଥିଲେ ା ଆଗାମୀ ୪/୫ ଦିନ ମଧ୍ୟରେ ୨୦୧୩ ଆକ୍ଟ ସମତୁଲ ଏକ୍ସଗ୍ରାସିଆର ସମ୍ପୂର୍ଣ୍ଣ ବିବରଣୀ ପାୱାର ପଏଣ୍ଟ ଜରିଆରେ ପ୍ରଦାନ କରିବାକୁ ସୁକ୍‌ତେଲ ପ୍ରକଳ୍ପ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ା ଦ୍ୱିତୀୟ ଦାବି ଭୂମିହୀନମାନଙ୍କ ଉଚିତ୍‌ ଥଇଥାନ୍‌ କରାଯିବ ବୋଲି କହିଥିଲେ ା ତୃତୀୟ ଦାବି ୧ ଜାନୁୟାରୀ ୨୦୨୦ ସୁଦ୍ଧା ୧୮ ବର୍ଷ ପୂରଣ କରିଥିବା ସମସ୍ତ ଯୁବତୀ ଯୁବକଙ୍କୁ ପରିବାର ମାନ୍ୟତା ଦିଆଯିବା ନେଇ ସରକାରଙ୍କୁ ଶୀଘ୍ର ସୁପାରିଶ କରିବେ ବୋଲି କହିଥିଲେ ା ଚତୁର୍ଥରେ ସମସ୍ତ ବିିସ୍ଥାପିତଙ୍କୁ ଘରଡିହ ଯୋଗାଇବାକୁ ଦାବିକୁ ତର୍ଜମା କରି ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କହିଥିଲେ ା କୁସ୍‌ମେଲ ମୌଜାରେ ବିସ୍ଥାପିତଙ୍କ ଥଇଥାନ ପାଇଁ ଚତୁର୍ଥ ବିସ୍ଥାପନ କଲୋନୀ ସକାଶେ ୩୬୨ ଏକର ଜମି ଚିହ୍ନଟ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ ା ବିସ୍ଥାପିତଙ୍କ ବିଭିନ୍ନ ଦାବି ଓ ସମସ୍ୟାକୁ କେନ୍ଦ୍ରିତ କରି ୪ଟି ଦାବିରେ ସୀମିତ କରାଯାଇ ଆଲୋଚନା ହୋଇଥିବାରୁ ଏହା ଏକ ସକରାତ୍ମକ ଦିଗ ବୋଲି ଆଲୋଚନା ହୋଇଛି ା ଏହି ୪ ଦଫା ଦାବିପୂରଣ ହେଲେ ଖୁବ୍‌ ଶୀଘ୍ର ଡ୍ୟାମ ନିର୍ମାଣ କାମ ଆରମ୍ଭ ହେବ ବୋଲି ସମସ୍ତ ଆଶାବାଦୀ ହୋଇଥିଲେ ା କମିଟି ସଭାପତି ନାୟକ ଏହି ୪ ଦଫା ଦାବିପୂରଣ କରିବା ଉପରେ ଜିଲା ପ୍ରଶାସନ ଉଚିତ୍‌ ପଦକ୍ଷେପ ଗ୍ରହଣ କଲେ ବିସ୍ଥାପିତଙ୍କ ଆସ୍ଥାଭାଜନ ହୋଇପାରିବ ଓ ଏହା ପ୍ରକାରାନ୍ତରେ ଡ୍ୟାମ ନିର୍ମାଣ ପାଇଁ ଉଚିତ୍‌ ପଦକ୍ଷେପ ହେବ ବୋଲି ସେ କହିଛନ୍ତି ା ଜିଲାପାଳ ଡାକୁଆ ମଧ୍ୟ ଏଦିଗରେ ସକରାତ୍ମକ ଆଲୋଚନା ହୋଇଥିବା ସୂଚନା ଦେଇ ଆଗକୁ ସଫଳତା ମିଳିବ ବୋଲି ଆଶାବ୍ୟକ୍ତ କରିଥିଲେ ା ସଭାରେ ଏସ୍‌ପି ସନ୍ଦୀପ ମାଡକର, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାତ ରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri