ଲୋହରା ସମାଜର ସାଧାରଣ ସଭା:ଆଦିବାସୀ ମାନ୍ୟତା ନ ଦେଲେ ଆଗାମି ଦିନରେ ଆନ୍ଦୋଳନ

ଲାଞ୍ଜିଗଡ,୯।୬(ଡି.ଏନ.ଏ.):କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଆମ୍ବତୋଟାରେ ଲୋହରା ସମାଜର ସାଧାରଣ ସଭା ରବିବାର ଅନୁଷ୍ଠିତ ହୋଇଯାଇଛି। ସଭାରେ ଜିଲାର ୧୩ଟି ବ୍ଲକରୁ ଲୋହରା ସମାଜର ସମସ୍ତ ନେତୃବୃନ୍ଦ ଯୋଗଦେଇଥିବା ବେଳେ ଏହି ସଭାରେ ଅର୍ଥନୈତିକ, ଜାତିଗତ, ଶିକ୍ଷାଗତ, ସ୍ବାସ୍ଥ୍ୟଗତ ଓ କୁସଂସ୍କାର ବିଷୟରେ ଆଲୋଚନା ହୋଇଥିଲା । ଆଜି ପର୍ଯ୍ୟନ୍ତ ସରକାର ଲୋହରା ସମ୍ପ୍ରଦାୟଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ କରାଯାଇ ନ ଥିବାରୁ ସଭାରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ମନ୍ତ୍ରୀଠାରୁ ଜିଲାପାଳ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା ଆମମାନଙ୍କୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ ହୋଇଥିଲା। ସରକାର ଆମ ଆଦିବାସୀ ମାନ୍ୟତା ଦାବି ପୂରଣ ନ କଲେ ଆଗାମୀ ଦିନରେ ଲୋହରା ସମାଜର ସମସ୍ତ ଅଧିବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇଛି। ଏହି ସଭାରେ ୧୨୦୦ରୁ ଊର୍ଦ୍ଧ୍ୱ ଲୋହରା ସମାଜର ନେତୃବୃନ୍ଦ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲୋହରା ସମାଜ ଜିଲା ସଭାପତି ଚନ୍ଦ୍ରଶେଖର ପରାଭୋଇ ଯୋଗଦେଇ ଲୋହରା ସମାଜର ସମସ୍ତ ଅଧିବାସୀଙ୍କୁ ଏକତା ହୋଇ ସରକାରଙ୍କ ଏହି ଅଣଦେଖାକୁ ବିରୋଧ କରିବା ପାଇଁ ଆହ୍ବାନ ଦେଇଥିଲେ । ସଦର ବ୍ଲକ ସଭାନେତ୍ରୀ ସଂଯୁକ୍ତା ବେହେରା, ନର୍ଲା ସଭାପତି ରବି ପରାଭୋଇ, ନର୍ଲା ବ୍ଲକ ପୂର୍ବତନ ସଭାପତି ଗଣପତି ମୁଣ୍ଡା ଲୋହରା, ଲାଞ୍ଜିଗଡ ବ୍ଲକ ସଭାପତି ବିଘ୍ନ ଭୋଇ, ଜୟପାଟଣା ଗଗନ ବିହାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜିଲା ସମ୍ପାଦକ ବିରାଞ୍ଚତ୍ ଭୋଇ, ଜିଲା ଉପସଭାପତି ଲଚ୍ଛମନ ଭୋଇ, ଲାଞ୍ଜିଗଡ ବ୍ଲକ ସମ୍ପାଦକ ଘନଶ୍ୟାମ ଭୋଇ, ଉପସଭାପତି ବିଶିକେଶନ ଭୋଇ, କୋଷାଧ୍ୟକ୍ଷ ହେମନ୍ତ ଭୋଇ, ସାମାଜିକ କର୍ମୀ ଗୈାରାଙ୍ଗ ଭୋଇ, ସାମାଜିକ କର୍ମୀ ଅଭିମନ୍ୟୁ ଲୋହରା ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ସଦର ବ୍ଲକ ସମ୍ପାଦକ ନେତ୍ର ପରାଭୋଇ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଲମ୍ବନର ପ୍ରତିଶୋଧ: ବିଭାଗ ମୁଖ୍ୟଙ୍କୁ ଛୁରାମାଡ଼ , ବାରମ୍ବାର ନିବେଦନ ସତ୍ତ୍ୱେ ପ୍ରତ୍ୟାହାର ହୋଇ ନ ଥିଲା ନିଲମ୍ବନ

ସମ୍ବଲପୁର, ୩୧।୧୦ (ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ (ଏଚ୍‌ଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କୁ ଛୁରାମାଡ଼, ଅଭିଯୁକ୍ତ ଅଟକ

ସମ୍ବଲପୁର,୩୦ା୧୦(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାସାୟନିକ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ତଥା(ଏଚ୍‌ଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଜଣେ ଅବସରପ୍ରାପ୍ତ ସୁଇପର ଆକ୍ରମଣ କରିଛନ୍ତି। ଫଳରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?