ଲୋକେ ନ୍ୟାୟ ପାଇଲେ ସୁସ୍ଥ ସମାଜ ସମ୍ଭବ

ବାଲେଶ୍ୱର ଅଫିସ,୩୧।୧୦- ତଳସ୍ତରରେ ଲୋକେ ନ୍ୟାୟ ପାଇଲେ ମାନବାଧିକାର ସୁରକ୍ଷା ସମ୍ଭବ ହେବ ବୋଲି ବାଲେଶ୍ୱରରେ ଆୟୋଜିତ ଜାତୀୟ ମାନବାଧିକାର ସୁରକ୍ଷା ସଂଗଠନ (ଡବ୍ଲୁଏଚ୍‌ଆର୍‌ପିଓ)ର ରାଜ୍ୟସ୍ତରୀୟ ସମ୍ମିଳନୀରେ ମତବ୍ୟକ୍ତ କରାଯାଇଛି। ସ୍ଥାନୀୟ ଏକ ଘରୋଇ ହୋଟେଲ ସମ୍ମିଳନୀ କକ୍ଷରେ ମଙ୍ଗଳବାର ସଂଗଠନର ଜିଲା ସଭାପତି ସଂଘମିତ୍ରା ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ଜାତୀୟ ସଭାପତି ଅଭିନ୍ନ ହୋତା ଅତିଥି ଭାବେ ଯୋଗ ଦେଇଥିଲେ। ବର୍ତ୍ତମାନ ପରିପ୍ରେକ୍ଷୀରେ ମାନବାଧିକାରର ସୁରକ୍ଷା ନିହାତି ଅପରିହାର୍ଯ୍ୟ ହୋଇପଡ଼ିଛି। ସମାଜର ତଳସ୍ତରର ଲୋକେ ଅଧିକ ନିର୍ଯାତନାର ଶିକାର ହେଉଛନ୍ତି । ବିଭିନ୍ନ ସ୍ତରରେ ପୋଲିସଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଆକ୍ରୋଶର ଶିକାର ହେବା ସହିତ ଅନେକ ସ୍ଥାନରେ ମାନବାଧିକାର କ୍ଷୁଣ୍ଣ ହେଉଥିଲେ ବି ସେମାନଙ୍କୁ ସହାୟତା କରିବା ପାଇଁ କୌଣସି ସଂଗଠନ ଆଗେଇ ଆସୁ ନାହାନ୍ତି। ଏଥିପ୍ରତି ସମସ୍ତେ ସତର୍କ ରହି ମାନବାଧିକାର ସୁରକ୍ଷା ଲାଗି ତତ୍ପରତା ପ୍ରକାଶ କରିବା ଦରକାର ବୋଲି ସେ କହିଥିଲେ।
ସଙ୍ଗଠନର କଟକ ଜିଲା ସଭାପତି ସନ୍ତୋଷ କୁମାର ଭୋଳ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସବୁ ବ୍ଲକ ଓ ପଞ୍ଚାୟତ ସ୍ତରରେ ସଦସ୍ୟ ଗ୍ରହଣ କରି ଲୋକଙ୍କୁ ସହାୟତା କରିବାକୁ ପରାମର୍ଶ ଦେଇଥିଲେ। ସଂଗଠନର ସଦସ୍ୟ ସତର୍କ ରହିଲେ ସାଧାରଣ ଲୋକେ ନ୍ୟାୟ ପାଇବା ସହଜ ହେବ ଏବଂ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ସଭାପତି ଅନୁପମା ପାଢ଼ୀ, ରାଜ୍ୟ ସଂଯୋଜିକା ଇପସିତା ଅଭନ୍ତିକା, ଲୀନା ପାଣିଗ୍ରାହୀ, ସୁବ୍ରତ କର,ଦେବୀଦତ୍ତ ସାମନ୍ତରାୟ, ରାଜ୍ୟ ସଂଯୋଜକ ରାଜେଶ ମଲ୍ଲିକ, ଯାଜପୁର ସଂଯୋଜକ ମନୋରଞ୍ଜନ ବେହେରା, ଯାଜପୁର କାଳିଆପାଣି ସଂଯୋଜକ ତୁଷାରକାନ୍ତି ଷଣ୍ଢ ପ୍ରମୁ୍‌ଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଓ ଅନୁଗୋଳ ସଭାପତି ରାମଚନ୍ଦ୍ର ରାଉତରାୟ, ଅର୍ଜୁନ ବେହେରା, ଯାଜପୁରର ହରେକୃଷ୍ଣ ଭଞ୍ଜ, କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ପରିଡ଼ା, କଟକର ଉପଦେଷ୍ଟା ପ୍ରଦୀପ ବଳ, ଭୁବନେଶ୍ୱର ସଂଯୋଜକ ଆଶୁତୋଷ ଲେଙ୍କା, ବାଲେଶ୍ୱର ଖନ୍ତାପଡ଼ା ଅଞ୍ଚଳର ବିଜୟ କୁମାର ସାହୁ, ପ୍ରିୟରଞ୍ଜନ ମହାନ୍ତି, ସୁଧାକର ପରିଡ଼ା, ଲଳିତ କୁମାର ପାଣିଗ୍ରାହୀ, ଧରିତ୍ରୀ ପାଣିଗ୍ରାହୀ, ଗିରିଜା ମିଶ୍ର, ଜ୍ୟୋତିର୍ମୟୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri