ଲୋକସେବା ଭବନର କନ୍‌ଭେନଶନ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର,୧୫-୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଲୋକସେବା ଭବନ ପରିସରରେ ନବନିର୍ମିତ ଅତ୍ୟାଧୁନିକ କନ୍‌ଭେନ୍‌ଶନ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। ୫୧୮୦ ବର୍ଗମିଟର ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ଏହି କନ୍‌ଭେନ୍‌ଶନ ସେଣ୍ଟର ନିର୍ମାଣ ବାବଦରେ ୪୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି କନ୍‌ଭେନ୍‌ଶନ ସେଣ୍ଟରକୁ ସ୍ବତନ୍ତ୍ର ଭାବେ ଆଧୁନିକ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି।
ଏହି ଦ୍ୱିତଳ ପ୍ରାସାଦର ତଳ ମହଲାରେ ୪୦୦ ଆସନବିଶିଷ୍ଟ ବୃହତ୍‌ ସମ୍ମିଳନୀ ପ୍ରକୋଷ୍ଠ ରହିଛି। ଏଥିରେ ୩୭ ଫୁଟ୍‌ ଲମ୍ବ ଓ ୨୪ ଫୁଟ୍‌ ପ୍ରସ୍ଥ ବିଶିଷ୍ଟ ଏକ ବୃହତ୍‌ ଭିଡିଓ ୱାଲ୍‌ ମଧ୍ୟ ନିର୍ମାଣ କରାଯାଇଛି। ଏଥିରେ ପ୍ରତ୍ୟେକ ଧାଡ଼ିରେ ମାଇକ୍ରୋଫୋନ୍‌ ସଂଯୋଗ କରାଯାଇଛି। ଅନୁରୂପ ଭାବରେ, ତଳ ମହଲାରେ ୮୦ରୁ ୯୦ ଆସନବିଶିଷ୍ଟ ବାଂକ୍ବେଟ୍‌ ହଲ୍‌, ୬୦ ଆସନବିଶିଷ୍ଟ ବ୍ରେକ୍‌ଆଉଟ୍‌ ସ୍ପେଶ୍‌ ଓ ସୁସଜ୍ଜିତ ଭିଆଇପି ଲାଉଞ୍ଜର ବ୍ୟବସ୍ଥା କରାଯାଇଛି। କନ୍‌ଭେନ୍‌ଶନ୍‌ ସେଣ୍ଟରର ପ୍ରଥମ ମହଲାରେ ୧୦୦ ଆସନବିଶିଷ୍ଟ ଏକ ସମ୍ମିଳନୀ କକ୍ଷ ସମେତ ୩୦ ଏବଂ ୧୫ ଜଣ ବସିବା ଭଳି ୨ଟି ପୃଥକ୍‌ ପୃଥକ୍‌ କ୍ଷୁଦ୍ର ସମ୍ମିଳନୀ କକ୍ଷ ରହିଛି। ଏହି ସେଣ୍ଟରରେ ୨ ଗ୍ରୀନ୍‌ ରୁମ୍‌, କଣ୍ଟ୍ରୋଲ ରୁମ୍‌, ମେଡିକାଲ ରୁମ୍‌, ରେକର୍ଡ ରୁମ୍‌, ପ୍ରେସ୍‌ ଲାଉଞ୍ଜ ସହିତ ଅଫିସ୍‌ ଏବଂ ଖବରଦାତାଙ୍କୁ ସୂଚନା ପାଇଁ ସ୍ବତନ୍ତ୍ର ସ୍ଥାନର ବ୍ୟବସ୍ଥା କରାଯାଇଛି। ଦୁଇଟି ଲିଫ୍ଟ ରହିଥିବା ବେଳେ ସୁଦୃଢ଼ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ସେଣ୍ଟରରେ ଭୂତଳ ଜଳ ସଂରକ୍ଷଣ ବ୍ୟବସ୍ଥା ସହିତ ଭିତର ଏବଂ ବାହାର ପାର୍ଶ୍ୱରେ ସବୁଜବଳୟ ଏବଂ ଲ୍ୟାଣ୍ଡସ୍କେପିଂ ବ୍ୟବସ୍ଥା କରାଯାଇଛି। ର଼୍ୟାମ୍ପ୍‌ ଓ ସ୍ବତନ୍ତ୍ର ଶୌଚାଳୟ ବ୍ୟବସ୍ଥା କ୍ରମେ କନ୍‌୍‌ଭେନ୍‌ଶନ୍‌ ସେଣ୍ଟରକୁ ଭିନ୍ନକ୍ଷମ ଅନୁକୂଳ କରାଯାଇଛି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଥିଲେ ଯେ, ରାଜ୍ୟରେ ଗୋଟିଏ ଉନ୍ନତମାନର କନଭେନ୍‌ଶନ୍‌ ସେଣ୍ଟର ଅଭାବ ରହିଥିଲା, ଯାହା ଏହାର ଉଦ୍‌ଘାଟନ ପରେ ପୂରଣ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିବା ଏହି ସେଣ୍ଟରକୁ ରାଜ୍ୟ କନଭେନ୍‌ଶନ୍‌ ସେଣ୍ଟର କୁହାଯାଉଛି। ସଚିବାଳୟ, କେନ୍ଦ୍ର ଓ ରାଜ୍ୟ ସରକାରୀ ଉଦ୍ୟୋଗର ବିଭିନ୍ନ କାର୍ଯ୍ୟକ୍ରମ ଏଥିରେ ଆୟୋଜନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର, ଓଡ଼ିଶା ପର୍ଯ୍ୟଟନ ଏବଂ ସ୍ମାର୍ଟ ସିଟି, ଭୁବନେଶ୍ୱର ଉପରେ ପ୍ରଦର୍ଶିତ ତିନୋଟି ଭିଡିଓ ଦେଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri