ଲୋକ ସଭା ବାଚସ୍ପତି ନିର୍ବାଚନ: ଚର୍ଚ୍ଚାରେ ଜୁଏଲ

ଭୁବନେଶ୍ୱର, ୪।୬(ବ୍ୟୁରୋ): ଭାଜପା ପରିଚାଳିତ ଏନ୍‌ଡିଏ ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିଛି। ଆସନ୍ତା ୧୭ ତାରିଖରେ ନୂଆ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ। ତା’ ପୂର୍ବରୁ ଆସନ୍ତା ୫ ବର୍ଷ ସକାଶେ ଲୋକ ସଭାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ବାଚସ୍ପତି ପଦବୀ ପାଇଁ ବହୁ ନେତାଙ୍କ ନାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଓଡ଼ିଶାରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ଲୋକ ସଭା ସଦସ୍ୟ ଜୁଏଲ ଓରାମ ଏହି ଦୌଡ଼ରେ ଆଗରେ ଅଛନ୍ତି। ଓଡ଼ିଶାରୁ ୨ ଜଣଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ଏଥର ଜୁଏଲ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଛନ୍ତି। ଜୁଏଲ ଜଣେ ଆଗଧାଡିର ଆଦିବାସୀ ନେତା ଏବଂ ସେ ପାଞ୍ଚଥର ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି। ଜୁଏଲ ୧୯୯୮, ୧୯୯୯, ୨୦୦୪, ୨୦୧୪ ଓ ୨୦୧୯ ଲୋକ ସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ଦୀର୍ଘ ଅଭିଜ୍ଞତାକୁ ଆଧାର କରି ତାଙ୍କୁ ଏହି ପଦବୀ ମିଳିବା ନେଇ ଦଳୀୟ ମହଲରେ ଆଲୋଚନା ଚାଲିଛି। ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କୁ ସନ୍ତୁଷ୍ଟ କରିବା ଲାଗି ତାଙ୍କୁ ବାଚସ୍ପତି ପଦବୀରେ ବସାଇବା ପାଇଁ ଭାଜପା ଚିନ୍ତା କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ତେବେ ଏହି ଦୌଡରେ ଜୁଏଲଙ୍କ ବ୍ୟତୀତ ରାଧାମୋହନ ସିଂ, ବୀରେନ୍ଦ୍ର କୁମାର, ଏସ୍‌.ଏସ୍‌. ଆଲୁଓ୍ବାଲିଆ ଏବଂ ରମେଶ ଜିଗାଜିନାଗିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଅସଦାଚରଣ କରିବା ପଡ଼ିଲା ମହଙ୍ଗା

ବୁଗୁଡା,୫ା୩(କାଳିଚରଣ ଦାଶ): ବୁଗୁଡ଼ା ଥାନା ବାଲିପଦର ଗ୍ରାମରେ ରହୁଥିବା ଜଣେ ବିବାହିତା ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।…

ଲଗାତର ଦୁଇ ଥର ଫାଇନାଲ ଖେଳିବ ଭାରତ

ମୁମ୍ବାଇ,୫।୩: ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୋଲରଙ୍କ ଉପଯୋଗୀ ଅବଦାନ ବଳରେ ଭାରତ ଗୁରୁବାର ଅନୁଷ୍ଠିତ ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ…

ଅକ୍ଷର ପଟେଲ ସାଜିଲେ ‘ସୁପରମ୍ୟାନ୍‌’: ୨୪ ମିଟର ପଛକୁ ଦୌଡ଼ି ଧରିଲେ ଏମିତି ଅସମ୍ଭବ କ୍ୟାଚ୍‌, ସ୍ତବ୍ଧ ହୋଇଗଲା…

ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ୍‌ ୨୦୨୬ର ପ୍ରତିଟି ମ୍ୟାଚରେ ଚମତ୍କାର କ୍ୟାଚ୍‌ ଦେଖିବାକୁ ମିଳୁଛି। କିନ୍ତୁ ସେମିଫାଇନାଲ ଭଳି ହାଇ-ଭୋଲଟେଜ ମ୍ୟାଚ୍‌ରେ ଅକ୍ଷର ପଟେଲ ଯେଉଁ କ୍ୟାଚ ଧରିଛନ୍ତି,…

IND vs ENG: ଇଂଲଣ୍ଡ ଉପରେ ଲାଗିଲା ୭୪ ରନ୍‌ର ‘ପେନାଲ୍ଟି’! ସେମିଫାଇନାଲରେ ଗୋଟିଏ ଭୁଲ ପାଇଁ ହାତରୁ ମ୍ୟାଚ୍‌ ଗଲା 

ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ୍‌ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ପ୍ରଦର୍ଶନ ଦେଖିବାକୁ ମିଳିଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ ପ୍ରଥମେ…

ଆସାମରେ ସୁଖୋଇ-୩୦ ଯୁଦ୍ଧବିମାନ ନିଖୋଜ; ରାଡାରରୁ ସମ୍ପର୍କ ବିଚ୍ଛିନ୍ନ, କ୍ରାଶ୍‌ ହୋଇଥିବା ସନ୍ଦେହରେ…

ଗୁଆହାଟୀ,୫।୩: ଆସାମରେ ଭାରତୀୟ ବାୟୁସେନାର ଏକ ସୁଖୋଇ-୩୦ MKI (Su-୩୦ MKI) ଯୁଦ୍ଧ ବିମାନ ରାଡାରରୁ ନିଖୋଜ ହୋଇଯାଇଛି। ବିମାନଟି ସହ ବାୟୁସେନାର ସମ୍ପର୍କ ବିଚ୍ଛିନ୍ନ ହୋଇଥିବା…

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବଡ଼ ହଲଚଲ: ରାଜ୍ୟପାଳ ସି ଭି ଆସନ୍ଦ ବୋଷଙ୍କ ଇସ୍ତଫା, ମମତା କହିଲେ…

କୋଲକାତା,୫।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଏକ ବଡ଼ ହଲଚଲ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ରାଜ୍ୟପାଳ ସି ଭି ଆନନ୍ଦ ବୋଷ ଗୁରୁବାର ନିଜ…

ବଡ଼ ଉପଲବ୍ଧି: କୋହଲିଙ୍କ ସମକକ୍ଷ ହେଲେ ସଞ୍ଜୁ ସାମସନ

ମୁମ୍ବାଇ,୫।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ରେ ସଞ୍ଜୁ ସାମସନ ୪୨ ବଲରେ ୮୯ ରନ୍‌ କରିଥିଲେ। ଟି୨୦ ବିଶ୍ୱକପ୍‌ ନକ୍‌ଆଉଟ୍‌ ମ୍ୟାଚ୍‌ରେ ସଞ୍ଜୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର…

ଭାରି ପଡ଼ିଲା ଜିଦ୍‌: ସଞ୍ଜୁ ସାମସନଙ୍କ ବୁଝାଇବା ସତ୍ତ୍ୱେ ମାନିଲେ ନାହିଁ ଅଭିଷେକ, ଘଟିଲା ଏମିତି 

ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲରେ ଯୁବ ବ୍ୟାଟର ଅଭିଷେକ ଶର୍ମା ପୁଣିଥରେ ପ୍ରଶଂସକଙ୍କୁ ନିରାଶ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ସେ ମାତ୍ର ୭ଟି ବଲ୍‌ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri