ଲେଖିକା ମଣିଦୀପାଙ୍କ ସନ୍ଦେହଜନକ ମୃତ୍ୟୁ : ୫ ଦିନ ପରେ ଘରୁ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର,୧୭।୫(ବ୍ୟୁରୋ) – ବିଶିଷ୍ଟ ଲେଖିକା ଡା. ମଣିଦୀପା ପଟ୍ଟନାୟକ(୪୮)ଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସେ ରହୁଥିବା ପୁରୁଣା ଭୁବନେଶ୍ୱରର ଲିଙ୍କରାଜ ନଗରସ୍ଥିତ ବସେରା ଆପାର୍ଟମେଣ୍ଟରୁ ତାଙ୍କ ଗଳିତ ମୃତଦେହକୁ ଲିଙ୍ଗରାଜ ଥାନା ପୋଲିସ କବାଟ ଭାଙ୍ଗି ଗୁରୁବାର ଉଦ୍ଧାର କରିଛି। ୪ ଦିନରୁ ଊର୍ଦ୍ଧ୍ୱ ହେବ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି। ଏନେଇ ଥାନାରେ ୬/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମଣିଦୀପାଙ୍କର କିଭଳି ମୃତ୍ୟୁ ଘଟିଲା ତାହାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାଥମିକ ତଦନ୍ତରୁ ତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହାର କିଛି ବି ସୁରାକ ପାଇପାରିନି ପୋଲିସ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ରହସ୍ୟ ପଦାକୁ ଆସିବ ବୋଲି ପୋଲିସ କହୁଛି।
ଉଚ୍ଚଶିକ୍ଷିତା ମଣିଦୀପା ଜଣେ ପରିଚିତ ଲେଖିକା। ତାଙ୍କର ଅନେକ କାବ୍ୟ ଓ କବିତା ବେଶ୍‌ ପାଠକୀୟ ଆଦୃତିଲାଭ କରିଛି। ମିଳିଥିବା ସୂଚନାନୁସାରେ, ପାରିବାରିକ ବିବାଦକୁ ନେଇ ମଣିଦୀପା ୫ବର୍ଷ ହେବ ସ୍ବାମୀଠାରୁ ଅଲଗା ରହୁଥିଲେ। ତାଙ୍କର ଗୋଟିଏ ପୁଅ ଦିଲ୍ଲୀରେ ରହୁଥିବାବେଳେ ମଣିଦୀପା ଭୁବନେଶ୍ୱରରେ ଏକୁଟିଆ ରହୁଥିଲେ। ସେ ପ୍ରାୟତଃ ଏକାକୀ ରହିବାକୁ ଭଲ ପାଉଥିଲେ। ଲେଖିକା ହୋଇଥିବାରୁ ଘର ଭିତରେ ଏକାଏକା ଲେଖାଲେଖି କରୁଥିବା ଭାବି ପଡୋଶୀ ତାଙ୍କ ନିକଟକୁ ଯାଆନ୍ତି ନାହିଁ। ବାତ୍ୟା ଫନୀ ପରେ ରାଜଧାନୀରେ ମୋବାଇଲ୍‌ ନେଟ୍‌ଓ୍ବର୍କ ଫେଲ୍‌ ହୋଇଯିବାଠାରୁ ତାଙ୍କ ସହ ପୁଅଙ୍କର ଯୋଗାଯୋଗ ହୋଇପାରି ନ ଥିଲା। ତେବେ ନେଟ୍‌ଓ୍ବର୍କ ଆସିବା ପରେ ପୁଅ ତାଙ୍କ ମୋବାଇଲ୍‌ ଫୋନ୍‌କୁ ବାରମ୍ବାର କଲ୍‌ କରୁଥିଲେ ମଧ୍ୟ ସେ ଉଠାଉ ନ ଥିଲେ। ସନ୍ଦେହ ହେବାରୁ ପୁଅ ତାଙ୍କ ଅଜାଙ୍କୁ ଫୋନ୍‌ କରି ଜଣାଇ ଦେଖି ଆସିବାକୁ କହିଥିଲେ। ଗୁରୁବାର ମଣିଦୀପାଙ୍କ ବାପା ଉକ୍ତ ଆପାର୍ଟମେଣ୍ଟକୁ ଯାଇ କବାଟ ଭିତରପଟୁ ବନ୍ଦଥିବା ଓ କେହି ନ ଖୋଲିବାରୁ ତୁରନ୍ତ ପୋଲିସକୁ ଜଣାଇଥିଲେ। ପୋଲିସ ପହଞ୍ଚତ୍ ତାଲା ଭାଙ୍ଗି ଭିତରକୁ ପଶିଥିଲେ। ମଣିଦୀପାଙ୍କ ମୃତଦେହ ଏକ କୋଠରିର ବେଡ୍‌ ଉପରେ ତଳମୁହଁା ହୋଇ ପଡିରହିଥିଲା। ମୃତଦେହଟି ଫୁଲି ଯାଇଥିବାବେଳେ ପୋକ ସାଲୁବାଲୁ ହେଉଥିଲେ। ମୃତଦେହ ନିକଟରେ ଏକ ଡବାରେ ଚୂନ ଭଳି ଦିଶୁଥିବା କିଛି ପଦାର୍ଥ ପଡ଼ିଥିଲା। କିନ୍ତୁ ମୃତଦେହରେ କୌଣସି କ୍ଷତଚିହ୍ନ ନ ଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ମଣିଦୀପା ଆତ୍ମହତ୍ୟା କରିଥାଇପାରନ୍ତି କିମ୍ବା ତାଙ୍କର ହୃଦ୍‌ଘାତରୁ ମୃତ୍ୟୁ ଘଟିଥାଇପାରେ ବୋଲି ପୋଲିସ ଅନୁମାନ କରୁଛି। ମାତ୍ର ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଉଠୁଥିବାରୁ ଏହାକୁ ଗୁରୁତ୍ୱର ସହ ନେଇ ପୋଲିସ ତଦନ୍ତକୁ ଆଗକୁ ବଢ଼ାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ୟାଟ୍‌ଜାତୀୟ ଖାଦ୍ୟ ଅଧିକ ଖାଉଥିଲେ…

ଆମେ ସୁସ୍ଥ ରହିବା ପଛରେ ସୁଷମ ତଥା ଭିଟାମିନଯୁକ୍ତ ଖାଦ୍ୟ ଖାଇବା ଦରକାର। ହେଲେ ଏସବୁ ଖାଦ୍ୟ ସନ୍ତୁଳିତ ରହିବା ନିହାତି ଆବଶ୍ୟକ। ତେବେ ଅସନ୍ତୁଳିତ...

ନିଜ ଫର୍ମକୁ ନେଇ ଏମିତି କହିଦେଲେ ସୂର୍ଯ୍ୟକୁମାର: ରନ୍‌ କରିପାରୁନାହିଁ କିନ୍ତୁ…

ନୂଆଦିଲ୍ଲୀ,୧୫।୧୨: ବହୁତ ଦିନ ଧରି ବଡ଼ ସ୍କୋର କରିବାକୁ ସଂଘର୍ଷ କରୁଥିବା ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଟି-୨୦...

ବଂଶଗତ ରୋଗ ଥାଲାସିମିଆ

ଥାଲାସିମିଆ ଏକ ବଂଶଗତ ରକ୍ତ ରୋଗ। ଏହି ରୋଗରେ ଶରୀରରେ ଅକ୍ସିଜେନ୍‌ ପରିବହନକାରୀ ହେମୋଗ୍ଲୋବିନ୍‌ର ଗଠନ ତ୍ରୁଟିପୂର୍ଣ୍ଣ ହୋଇଯାଇଥାଏ। ଏହାଫଳରେ ଦେଖାଦିଏ ‘ଆନିମିଆ’ ବା ରକ୍ତାଳ୍ପତା।...

ମୋକିମଙ୍କ ବିଦା ପରେ ମୁହଁ ଖୋଲିଲେ ନରସିଂହ ମିଶ୍ର, କହିଲେ ନିଷ୍ପତ୍ତି ଉପରେ…

ଭୁବନେଶ୍ୱର,୧୫ା୧୨:  ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଆଜି ଦଳରୁ ବିଦା କରିଛି କଂଗ୍ରେସ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କୃତ...

୫୧ ବର୍ଷ ପରେ କ୍ରିକେଟ୍‌ରେ ଘଟିଲା…ଗୋଟିଏ ଦଳରେ ୩ ଭାଇ

ନୂଆଦିଲ୍ଲୀ,୧୫।୧୨: ICC ପୁରୁଷ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ନାମ୍ବିଆ ଏବଂ ଜିମ୍ବାୱେରେ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ଦେଶ ଗୋଟିଏ ପରେ ଗୋଟିଏ...

ଆଳାପ ପଠନାଭ୍ୟାସକୁ ପୁନର୍ଜୀବିତ କରିପାରେ: ତଥାଗତ

ଭୁବନେଶ୍ୱର,୧୫ା୧୨(ଜିତେନ୍ଦ୍ର କୁମାର ନାୟକ): ଆଳାପ ପଠନାଭ୍ୟାସକୁ ପୁନର୍ଜୀବିତ କରିପାରେ ବୋଲି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ରବିବାର ଦିବସବ୍ୟାପୀ ଅନୁଷ୍ଠିତ...

ମେସିଙ୍କୁ ସ୍ବାଗତ ପାଇଁ ଦିଲ୍ଲୀରେ ହାଇ ଆଲର୍ଟ! ହ୍ୟାଣ୍ଡସେକ୍‌ କରିବାକୁ ଚାହୁଁଥିଲେ ଦେବାକୁ ପଡ଼ିବ ଏତିକି କୋଟି

ନୂଆଦିଲ୍ଲୀ,୧୫।୧୨: ଫୁଟବଲ ଜଗତର ସବୁଠାରୁ ବଡ ତାରକା ଏବଂ ଆର୍ଜେଣ୍ଟିନାକୁ ବିଶ୍ୱକପ ଗୌରବ ପ୍ରଦାନ କରିଥିବା ଅଧିନାୟକ ଲିଓନେଲ ମେସି ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ...

IND v SA, 3rd T20I: ଦକ୍ଷିଣ ଆଫ୍ରିକାକୁ ମହଙ୍ଗା ପଡିଲାକି ଗମ୍ଭୀରଙ୍କ ଚତୁର ରଣନୀତି, ହଠାତ୍…

ନୂଆଦିଲ୍ଲୀ,୧୫।୧୨: ତୃତୀୟ ଟି-୨୦ ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ ହୋଇଛି । ଅର୍ଶଦୀପ ସିଂହଙ୍କ ବୋଲିଂ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri