ଲୁଣର କୃତ୍ରିିମ ଅଭାବ ଗୁଜବ ସୃଷ୍ଟି କରି ଖାଉଟୀଙ୍କୁ ଲୁଟ୍‌ : ହୋଲସେଲରଙ୍କ ଦୋକାନରେ ଚଢ଼ାଉ

ବଲାଙ୍ଗୀର ଅଫିସ/ସଇଁତଲା,୧୪ା୫(ଡି.ଏନ୍‌.ଏ.)-କରୋନା ମହାମାରୀ ସମୟରେ ପ୍ରତ୍ୟେକ ମଣିଷ ଅନ୍ୟକୁ ସହୃଦୟତା ଦେଖାଇବାକୁ ଅନୁରୋଧ କରୁଥିଲେ ମଧ୍ୟ କେତେକ ବ୍ୟବସାୟୀ ଖାଉଟୀଙ୍କୁ ଲୁଟ୍‌ କରିବାକୁ ପଛାଉ ନାହାନ୍ତି ା ବଲାଙ୍ଗୀର ଜିଲା ସଇଁତଲା ଓ ଟିଟିଲାଗଡରେ କେତେକ ବ୍ୟବସାୟୀ ଲୁଣର କୃତ୍ରିିମ ଅଭାବ ଗୁଜବ ସୃଷ୍ଟି କରି ଖାଉଟୀଙ୍କୁ ଚଢ଼ା ଦରରେ ବିକ୍ରି କରି ଲୁଟ୍‌ କରୁଥିବା ଅଭିଯୋଗ ହୋଇଛି ା ସଇଁତଲାରେ କେତେକ ଖାଉଟୀ ସରପଞ୍ଚ ଭୀମସେନ ସ୍ବାଇଁଙ୍କ ନିକଟରେ ନିର୍ଦ୍ଦିଷ୍ଟ ଅଭିଯୋଗ କରିଥିଲେ ା ଅଭିଯୋଗକୁ ଭିତ୍ତିକରି ଗୁରୁବାର ସକାଳୁ ସରପଞ୍ଚ ସ୍ବାଇଁ, ସଇଁତଲା ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗ, ଥାନା ଅଧିକାରୀ ବାରିଣୀ ଦାସ ସଇଁତଲା ହାଟପଦା ଦୁର୍ଗାମଣ୍ଡପ ନିକଟ ଆଳୁ, ପିଆଜ, ନଡ଼ିଆ ଓ ଲୁଣ ହୋଲ୍‌ସେଲର ହୃଷୀକେଶ ସାହୁଙ୍କ ଗୋଦାମରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ସେଠାରେ ଚଢ଼ା ଦରରେ ଲୁଣ ବିକ୍ରି ହେଉଥିବା ଧରାପଡିଥିଲା । ଏହାପରେ ଅଧିକାରୀମାନେ ହୋଲସେଲରଙ୍କ ଷ୍ଟକ୍‌ ଯାଞ୍ଚ କରିଥିଲେ ା ହୋଲସେଲର ୧୨୨୦ ବସ୍ତା ଲୁଣର ହିସାବ ଦେଇପାରି ନ ଥିଲେ ା ଲୁଣ ବସ୍ତା ୧୭୦ ଟଙ୍କାରେ ବିକ୍ରି କରିବା ପରିବର୍ତ୍ତେ ୩୫୦ ଟଙ୍କାରେ ସେ ବିକ୍ରି କରିଥିବା ଧରାପଡିଥିଲା ା ଏହାପରେ ସମ୍ପୃକ୍ତ ହୋଲସେଲରଙ୍କୁ ୨୭ହଜାର ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ା ଏହି ଟଙ୍କାରୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୧୧ ହଜାର, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୧ହଜାର ଓ ଜରିମାନା ବାବଦକୁ ୫ ହଜାର ଟଙ୍କା ଅନ୍ତର୍ଭୁକ୍ତ। ଏଭଳି ବେଆଇନ୍‌ କାମ ଆଗକୁ ନ କରିବାକୁ ହୋଲସେଲରଙ୍କୁ ତାଗିଦ୍‌ କରାଯାଇଥିଲା ା ଟିଟିଲାଗଡରେ ମଧ୍ୟ ଅନୁରୂପ ଭାବେ ବ୍ୟବସାୟୀମାନେ ଖାଉଟୀଙ୍କୁ ଚଢ଼ା ଦରରେ ଲୁଣ ବିକ୍ରି କରୁଥିବା ଅଭିଯୋଗ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri