ଲିଙ୍ଗରାଜ ମନ୍ଦିରକୁ ଯାଉଛି ପ୍ଲାଷ୍ଟିକ ସାମଗ୍ରୀ : ମନ୍ଦିର ପ୍ରଶାସନର ସଚେତନତା ଅଭାବ

ପୁରୁଣା ଭୁବନେଶ୍ୱର,୨୨ା୭(ଡି.ଏନ.ଏ.) : ଶ୍ରୀଲିଙ୍ଗରାଜ ମନ୍ଦିରକୁ ପ୍ଲାଷିକ, ପଲିଥିନରେ ଭୋଗ ନେବା କିମ୍ବା ଆନନ୍ଦବଜାରରେ ପ୍ରସାଦ ପାଇଁ ପଲିଥିନ ବ୍ୟବହାର ନ କରିବାକୁ କଡାକଡି କରାଯାଇଛି। ତେବେ ଠାକୁରଙ୍କ ବିଭିନ୍ନ ଯାନିଯାତ୍ରାରେ ସଚେତନତା ଅଭାବରୁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ମନ୍ଦିର ପ୍ରଶାସନ, ଏଏସ୍‌ଆଇ ଅନ୍ୟ ବିଭାଗର ଉଦାସୀନତା ପାଇଁ ଏକାମ୍ରକ୍ଷେତ୍ରର ଅନେକ କୀର୍ତ୍ତିରାଜି ମୌଳିକତା ହରାଉଛି। ଶ୍ରାବଣ ମାସ ପ୍ରଥମ ସୋମବାର ଜଳ ଲାଗି ପାଇଁ ରାଜ୍ୟ ଓ ବାହାରୁ ଆସିଥିବା କାଉଡିଆମାନେ ରବିବାରଠାରୁ ବ୍ୟାରିକେଡରେ ଭିଡ଼ ଲଗାଇଛନ୍ତି। ମନ୍ଦିର ପ୍ରବେଶ ସମୟରେ ଏମାନଙ୍କୁ ଯାଞ୍ଚ କରାଯାଉ ନ ଥିବାରୁ ଅନାୟାସରେ ମନ୍ଦିର ଭିତରକୁ ପ୍ଲାଷ୍ଟିକ ପଦାର୍ଥ ଯାଉଛି। କେହି ଯଦି ଯାଞ୍ଚ କରେ ସେତେବେଳେ ଭକ୍ତ ଜଣକ ଠାକୁରଙ୍କୁ ଆଉ ଦର୍ଶନ କରି ନ ପାରି ମନ୍ଦିର ବାହାରେ କିମ୍ବା ଅନ୍ୟ ମନ୍ଦିରରେ ପାଣି ଢ଼ାଳିଥିବା ନଜିର ରହିଛି। ଅନ୍ୟପକ୍ଷେ ମନ୍ଦିର ସମ୍ମୁଖ, ବିନ୍ଦୁସାଗର ରାସ୍ତା ସବୁଠି ଦୋକାନୀମାନେ ପ୍ଲାଷ୍ଟିକ ଢାଳ ଖୋଲା ବଜାରରେ ବିକ୍ରି କରୁଛନ୍ତି। ଏମାନଙ୍କୁ ଲଗାମ ନାହିଁ। ବାହାର ଭକ୍ତ କିଣିବା ସହଜ ହୋଇଥାଏ। ତେଣୁ କଟକଣା ଅଭାବରୁ ଏହି ସମସ୍ୟା ଉପୁଜୁଛି ବୋଲି ବଲାଙ୍ଗୀରରୁ ଆସିଥିବା ଦରଖାସ୍ତ ସିହ୍ନା କହିଛନ୍ତି। ସେହିଭଳି ସୁନୀଲ ବାଗ ମଧ୍ୟ ଅନୁରୂପ କଥା କହିଛନ୍ତି। ଏଠାରେ ଆମକୁ କେହି ମନା କରୁନାହାନ୍ତି, ଦୋକାନରେ ବିକ୍ରି ଦେଖି ଆମେ ଢାଳ କିଣୁଛୁ। ମନ୍ଦିର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri