ଲିଙ୍ଗରାଜ ମନ୍ଦିର ପାର୍ଶ୍ୱ ସର୍ଭେ ୩ଦିନ ବଢ଼ିଲା

ପୁରୁଣା ଭୁବନେଶ୍ୱର/ ଭୁବନେଶ୍ୱର ୧୭।୧୦(ବ୍ୟୁରୋ): ରାଜ୍ୟର ଅନ୍ୟତମ ଐତିହ୍ୟ ତଥା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ହେବ। ଏଥିପାଇଁ ମଙ୍ଗଳବାରଠାରୁ ଦୁଇଦିନିଆ ସର୍ଭେ ଆରମ୍ଭ ହୋଇଥିଲା। ହେଲେ ଜବରଦଖଲ ସ୍ଥାନ ଚିହ୍ନଟ କରିବାରେ ବହୁ ସମୟ ଲାଗୁଛି। ଦୁଇ ଦିନ ସର୍ଭେରେ ମାତ୍ର ୪୦ ପ୍ରତିଶତ ସ୍ଥାନକୁ ମାପଚୁପ କରାଯାଇଛି। ମନ୍ଦିର ଚତୁଃପାର୍ଶ୍ୱରେ ଆହୁରି ୬୦ ପ୍ରତିଶତ ସର୍ଭେ କାର୍ଯ୍ୟ ବାକି ରହିଛି। ବୁଧବାର ସର୍ଭେ କାର୍ଯ୍ୟ ନ ସରିବାରୁ ଆଉ ୩ଦିନ ବଢ଼ାଇ ଦିଆଯାଇଛି । ମାପଚୁପ ସରିଲେ ଜବରଦଖଲ ସଂକ୍ରାନ୍ତ ସବିଶେଷ ବିବରଣୀ ଜିଲା ପ୍ରଶାସନ ଓ ଭୁବନେଶ୍ୱର ଉନ୍ନୟକ କର୍ତ୍ତପକ୍ଷ (ବିଡିଏ)କୁ ଦିଆଯିବ। ଏହାପରେ ବୈଠକ ବସି ଚୁଡ଼ାନ୍ତ ନିଷ୍ପତ୍ତି ପ୍ରକାଶ ପାଇବ ବୋଲି ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି।
ମଙ୍ଗଳବାର ସିଂହଦ୍ୱାର ନିକଟରେ ସର୍ଭେ କାର୍ଯ୍ୟ ହୋଇଥିବାବେଳେ ବୁଧବାର ବିନ୍ଦୁସାଗର ଓ କୋଟିତୀର୍ଥ ଲେନ୍‌ରେ ସର୍ଭେ କାର୍ଯ୍ୟ କରାଯାଇଥିଲା। ଲଗାତାର ବର୍ଷା ହେବାରୁ ଏଥିରେ ବାଧା ସୃଷ୍ଟି ହୋଇଥିଲା। ଫଳରେ ପ୍ରଥମଦିନ ପରି ଦ୍ୱିତୀୟ ଦିନରେ ସର୍ଭେ କାର୍ଯ୍ୟ ଠିକ୍‌ ଭାବେ ହୋଇପାରି ନ ଥିଲା। ଏହି କାର୍ଯ୍ୟରେ ଖୋର୍ଦ୍ଧା ଅତିରିକ୍ତ ଜିଲାପାଳ ଅରୁଣ କୁମାର ବେହେରା, ମନ୍ଦିର ପ୍ରଶାସକ ପ୍ରଦୀପ କୁମାର ସାହୁଙ୍କ ସମେତ ବିଡିଏ, ବିଏମ୍‌ସି, ସାଧାରଣ ପ୍ରଶାସନ ବିଭାଗ, ମନ୍ଦିର ପ୍ରଶାସନ, ରାସ୍ତା ଏବଂ କୋଠାବାଡି ବିଭାଗ ପକ୍ଷରୁ ଗଠିତ ମିଳିତ ଟିମ୍‌ର ଅଧିକାରୀ, ଜଣେ ଅମିନ, ଜଣେ ଆର୍‌ଆଇ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ମନ୍ଦିର ପାର୍ଶ୍ୱରେ ଥିବା ବହୁ ସରକାରୀ ତଥା ମନ୍ଦିର ଜମି ଜବରଦଖଲରେ ରହିଛି। ଉଠାଦୋକାନୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଲୋକ ଓ ବ୍ୟବସାୟୀ ଏଠାରେ ଜବରଦଖଲ କରିଛନ୍ତି। ଫଳରେ ଟ୍ରାଫିକ ଜାମ୍‌ ସୃଷ୍ଟି ହେବା ସହ ଶ୍ରଦ୍ଧାଳୁମାନେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଏହି ସର୍ଭେରେ ସରକାରୀ, ଘରୋଇ ଓ ମନ୍ଦିର ଜମି ସହ ଆଖପାଖରେ ରହିଥିବା ଜବରଦଖଲକୁ ଚିହ୍ନଟ କରାଯାଉଛି। ଚିହ୍ନଟ କରାଯାଇ ସେଠାରେ ହଳଦିଆ ରଙ୍ଗର ଚିହ୍ନ ଲଗାଯାଉଛି। ତେବେ ଖାଲି ମନ୍ଦିର ନୁହେଁ, ବିନ୍ଦୁ ସାଗର ନିକଟରେ ମଧ୍ୟ ସର୍ଭେ କରାଯିବ। ସର୍ଭେ ପରେ ଚୂଡ଼ାନ୍ତ ରିପୋର୍ଟ ଅନୁସାରେ ଜବରଦଖଲ ହଟାଯିବ ବୋଲି ମିଳିତ ଟିମ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri