ଲିଙ୍କ୍‌ରୁ ଡାଉନ୍‌ଲୋଡ୍‌ ନ କରିବାକୁ ପରାମର୍ଶ

ଭୁବନେଶ୍ୱର,୭ା୫ (ବ୍ୟୁରୋ): କରୋନା ସଂକ୍ରମିତଙ୍କ ଟେଷ୍ଟକୁ ସରଳ କରିବା ପାଇଁ କେନ୍ଦ୍ର ସରକାର ‘ଆରୋଗ୍ୟ ସେତୁ ଆପ୍‌’ ତିଆରି କରିଛନ୍ତି। ଏହି ଆପ ଜରିଆରେ ଜଣେ ନାଗରିକ କରୋନା ଲକ୍ଷଣ ଅଛି କି ନାହିଁ ପରୀକ୍ଷା କରି ନିଜେ ଜାଣିପାରିବ। ବର୍ତ୍ତମାନ ଏହି ଆପ ପ୍ରତ୍ୟେକ ନାଗରିକ ପାଇଁ ଜରୁରୀ ଥିବାରୁ କମିଶନରେଟ ପୋଲିସ ପକ୍ଷରୁ ଜନତାଙ୍କୁ ସତର୍କ କରାଯାଇଛି। ଏ ନେଇ ବୁଧବାର କୁହାଯାଇଛି, ପାକିସ୍ତାନ ସାଇବର ଅପରାଧୀମାନେ ଆରୋଗ୍ୟ ସେତୁ ଆପ୍‌କୁ ହ୍ୟାକ କରି ଆପଣଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନେଇଯିବାର ସମ୍ଭାବନା ରହିଛି। ତେଣୁ ଏହି ଆପ୍‌କୁ ହ୍ବାଟସଆପ୍‌ କି, ଏସ୍‌ଏମସ୍‌ରେ ଆସୁଥିବା ଲିଙ୍କ୍‌ରୁ ଡାଉନ୍‌ଲୋଡ୍‌ ନ କରିବାକୁ କୁହାଯାଇଛି। କାରଣ ଏହି ଆପ୍‌ ପ୍ରକୃତରେ ଆରୋଗ୍ୟ ଆପ୍‌ର ଲିଙ୍କ୍‌ ନୁହେଁ। ଯଦି କିଏ କରିଛନ୍ତି ତେବେ, ଏହାକୁ ଅନ୍‌-ଇନ୍‌ଷ୍ଟଲ୍‌ କରି ଦିଅନ୍ତୁ। କେବଳ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନ୍‌ଲୋଡ୍‌ କରିବାକୁ ପୋଲିସ ପରାମର୍ଶ ଦେଇଛି। ଆରୋଗ୍ୟ ସେତୁ ଆପର ସୁରକ୍ଷିତ ବ୍ୟବହାରର ୫ଟି ଦିଗକୁ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ସାଇବର୍‌ ସର୍ତକତା କରାଯାଇଛି। ଏହି ଆପ୍‌ ମାଧ୍ୟମରେ ପାକିସ୍ତାନ ସାଇବର ଅପରାଧୀମାନେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହ୍ୟାକ କରୁଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପାକିସ୍ତାନୀ ଅପରାଧୀ ଛାଡ଼ିଥିବା ଲିଙ୍କରେ ଚାଟ୍‌ ମି ଆପ ବୋଲି କୁହାଯାଇଛି। ତେଣୁ କୌଣସି ଲିଙ୍କରୁ ଆପ ଡାଉନଲୋଡ ନ କରିବାକୁ କୁହାଯାଇଛି। ଆରୋଗ୍ୟ ସେତୁ ଆପ୍‌ ଦ୍ୱାରା ସହଜରେ ଜଣେ ଲୋକ ପରୀକ୍ଷା କରିହେଉଥିବାରୁ ଏହାକୁ ସମସ୍ତେ ଡାଉନ୍‌ଲୋଡ୍‌ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପିଲ୍‌ କରିଥିଲେ। କିନ୍ତୁ ଏହି ଆପ୍‌ ମାଧ୍ୟମରେ ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ହେବାର ସମ୍ଭାବନା ଥିବାରୁ କମିଶନରେଟ୍‌ ପୋଲିସ ସର୍ତକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

odisha floods: ପାଣି ଘେରରେ କେନ୍ଦ୍ରାପଡ଼ାର ୭ ବ୍ଲକ

କେନ୍ଦ୍ରାପଡ଼ା,୩୧।୭: କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟର ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଜିଲାର ୭ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜିଲାପାଳ ଗଣମାଧ୍ୟମ…

ଆସନ୍ତାକାଲି ଖୋଲିବ ଭିତରକନିକା, ଭ୍ରମଣର ମଜା ନେଇପାରିବେ ପର୍ଯ୍ୟଟକ

କେନ୍ଦ୍ରାପଡ଼ା,୩୧ା୭: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ୍‌ ଶନିବାର ଖୋଲିବ କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ପ୍ରକୃତିପ୍ରେମୀ ତଥା ପର୍ଯ୍ୟଟକମାନେ ପୁଣି ଥରେ…

ଟ୍ରେନ୍‌ରେ ଅଧିକ ସାମଗ୍ରୀ ନେବା ହେଲା ସହଜ! କନ୍‌ଫର୍ମ ଟିକେଟ୍‌ରେ ଆରମ୍ଭ ହେଲା ଅନ୍‌ଲାଇନ୍ ଲଗେଜ୍ ବୁକିଂ

ନୂଆଦିଲ୍ଲୀ,୩୧।୭: ଭାରତୀୟ ରେଳ ୩୧ ଜୁଲାଇରୁ କନ୍‌ଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଜିନିଷପତ୍ର (ପର୍ସନାଲ ଲଗେଜ୍)ର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି।…

ବଡ଼ ଘୋଷଣା କଲେ ଅଭିଜିତ ଦୀପକେ! ରାଜନୀତିକୁ ଆସିବା ନେଇ… ପଡିଗଲା ଚହଳ

ନୂଆଦିଲ୍ଲୀ,୩୧।୭: ‘କକ୍ରୋଚ ଜନତା ପାର୍ଟି’ (CJP) ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏକ ସାକ୍ଷାତକାରରେ ନିଟ (NEET) ପ୍ରଶ୍ନପତ୍ରଲିକ ସଂଶୋଧନ ବିଲ, ଛାତ୍ର ଆନ୍ଦୋଳନ ଏବଂ ସରକାରଙ୍କ…

‘ଭଞ୍ଜ ସାହିତ୍ୟର ସୃଜନଶୀଳତାକୁ ନେଇ ଚିନ୍ତନର ଆବଶ୍ୟକତା ରହିଛି’

ଭଞ୍ଜନଗର,୩୧ା୭(ବାବୁଲା ପ୍ରଧାନ): ଓଡ଼ିଆ ସାହିତ୍ୟ ଜଗତର ଅମର ସ୍ରଷ୍ଟା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ଓ ସୃଜନଶୀଳତାକୁ ନେଇ ଗଭୀର ଆଲୋଚନା ଓ ଚିନ୍ତନର ଆବଶ୍ୟକତା ରହିଛି।…

Odisha Floods: ଆଉ ୧୨ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୩୧।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ସାଙ୍ଗକୁ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ଶୁକ୍ରବାର ଜଳଭଣ୍ଡାରରୁ ପୁଣିଥରେ ଦୁଇଟି ପର୍ଯ୍ୟାୟରେ…

‘ଆମ ପାଖରେ ଧୋନି ନାହାଁନ୍ତି,’ ଇଂଲଣ୍ଡ ପ୍ରଶିକ୍ଷକ ହେବା ପରେ ଷ୍ଟିଫେନ ଫ୍ଲେମିଂଙ୍କୁ ‘ଚେତାବନୀ’ ମିଳିଛି

ନୂଆଦିଲ୍ଲୀ,୩୧।୭: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ଷ୍ଟିଫେନ ଫ୍ଲେମିଂଙ୍କୁ ଏବେ ଇଂଲଣ୍ଡ ଟେଷ୍ଟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି।…

ବନ୍ୟା ବିପନ୍ନଙ୍କ ପାଇଁ ବଡ଼ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ, ମିଳିବ…

ଭୂବନେଶ୍ୱର,୩୧।୭: ବନ୍ୟାସ୍ଥିତିର ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀରେ ବନ୍ୟା ଜଳ ବଢୁଥିବା ଗଣମାଧ୍ୟମ ଆଗରେ ମନ୍ତ୍ରୀ ପ୍ରକାଶ କରିଛନ୍ତି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri