ଲାଇଫ୍‌ ଷ୍ଟାଇଲ ସେଲର୍‌ ପ୍ୟାଣ୍ଟ

ଶୀତଦିନେ ଆଙ୍କେଲ ଫିଟ୍‌ ଟ୍ରାଉଜର୍ସ କିମ୍ବା ସ୍କିନ୍‌ ଟାଇଟ୍‌ ଜିନ୍ସ ବଦଳରେ ଯୁବତୀମାନେ ସେଲର୍‌ ପ୍ୟାଣ୍ଟ ପିନ୍ଧିବାକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। କାରଣ ଏହାକୁ ଉଭୟ ଫର୍ମାଲ୍‌ ତଥା କାଜୁଆଲ୍‌ ଆଉଟ୍‌ଫିଟ୍‌ ଭାବେ
ଆରାମରେ କ୍ୟାରି କରିହୁଏ…

ଶୀତଦିନ ଆସିଲେ ମାର୍କେଟ୍‌କୁ ଅନେକ ଲାଟେଷ୍ଟ ଫ୍ୟାଶନ ଟ୍ରେଣ୍ଡର ଆଗମନ ହୋଇଥାଏ। ଏଇ ଯେମିତି ସେଲର୍‌ ପ୍ୟାଣ୍ଟ। ଏହା ପିନ୍ଧିବାକୁ ଯେମିତି କମ୍ଫର୍ଟେବଲ୍‌ ଲାଗେ ସେମିତି ସ୍ମାର୍ଟ ଲୁକ୍‌ ବି ଦେଇଥାଏ। ଖାସ୍‌ ସେଥିପାଇଁ ଆଙ୍କେଲ ଫିଟ୍‌ ଟ୍ରାଉଜର୍ସ ତଥା ସ୍କିନ୍‌ ଟାଇଟ୍‌ ଜିନ୍ସ ବଦଳରେ ଯୁବତୀମାନେ ଆଜିକାଲି ସେଲର୍‌ ପ୍ୟାଣ୍ଟ ପିନ୍ଧିବାକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ତା’ଛଡ଼ା ଏହି ପ୍ୟାଣ୍ଟକୁ ଉଭୟ ଫର୍ମାଲ୍‌ ଓ କାଜୁଆଲ୍‌ ଆଉଟ୍‌ଫିଟ୍‌ ଭାବେ କ୍ୟାରି କରିବାରେ ବି ବହୁତ ସୁବିଧା ହୋଇଥାଏ। ତେବେ ସେଲର୍‌ ପ୍ୟାଣ୍ଟର କ’ଣ ସବୁ ଲାଟେଷ୍ଟ ଡିଜାଇନ୍‌ ରହିଛି ଆସନ୍ତୁ ଜାଣିବା ସେ ସମ୍ପର୍କରେ…
ଆନିମଲ୍‌ ପ୍ରିଣ୍ଟ: ଆନିମଲ୍‌ ପ୍ରିଣ୍ଟ ଥିବା ଯେ କୌଣସି ଆଉଟ୍‌ଫିଟ୍‌ ଯୁବତୀମାନଙ୍କୁ ସ୍ମାର୍ଟ ଲୁକ୍‌ ଦେଇଥାଏ। ଖାସ୍‌କରି ଏହି ପ୍ରିଣ୍ଟର ସେଲର୍‌ ପ୍ୟାଣ୍ଟ ପିନ୍ଧିବାକୁ ଯେମିତି କମ୍ଫର୍ଟେବଲ୍‌ ଲାଗେ ଠିକ୍‌ ସେମିତି ଷ୍ଟାଇଲିଶ୍‌ ଲୁକ୍‌ ବି ଦେଇଥାଏ। ତେବେ ଆନିମଲ୍‌ ପ୍ରିଣ୍ଟ୍‌ ଥିବା କେତେକ ସେଲର୍‌ ପ୍ୟାଣ୍ଟର ଅଣ୍ଟା ପାଖରେ ଚଉଡା ଷ୍ଟାଇଲ୍‌ର ଟାଇଟ୍‌ ବେଲ୍ଟ ଲାଗିଥିବାବେଳେ ଆଉ କେତେକ ପ୍ୟାଣ୍ଟରେ ପ୍ଲିଟ୍‌ ଷ୍ଟାଇଲ୍‌ ହୋଇଥାଏ, ଯାହାକୁ ମ୍ୟାଚିଂ ଶାର୍ଟ କିମ୍ବା ଟପ୍ସ ସହ ପିନ୍ଧିକି ଅଫିସ୍‌କୁ ବି ଯାଇହୁଏ।
ପ୍ଲେନ୍‌ ସେଲର୍‌ ପ୍ୟାଣ୍ଟ: ଖାସ୍‌କରି ଶାଟିନ୍‌ କିମ୍ବା କ୍ରେପ୍‌ ଫ୍ୟାବ୍ରିକ୍‌ରେ ଆସୁଥିବା ପ୍ଲେନ୍‌ ସେଲର୍‌ ପ୍ୟାଣ୍ଟକୁ ଯୁବତୀମାନେ ଅଧିକ ପସନ୍ଦ କରିଥାନ୍ତି। ସେହିପରି ଓ୍ବାଇଡ୍‌ ଲେଗ୍‌ ଷ୍ଟାଇଲ୍‌ର ପ୍ଲେନ୍‌ ସେଲର୍‌ ପ୍ୟାଣ୍ଟ ବି ଯୁବତୀଙ୍କୁ ସୋବର୍‌ ଲୁକ୍‌ ଦେଇଥାଏ। ତେବେ ଏହି ଷ୍ଟାଇଲ୍‌ର ସେଲର୍‌ ପ୍ୟାଣ୍ଟ ସାଙ୍ଗରେ ଫ୍ରିଲ୍‌ ସ୍ଲିଭ୍ସ ଓ୍ବିଣ୍ଟର୍‌ ଟପ୍ସ ବେଶ୍‌ ଭଲ ମାନିଥାଏ।
କ୍ରପ୍ଡ ଷ୍ଟାଇଲ୍‌: ଡେନିମ୍‌ ଲଭର୍‌ ଯୁବତୀମାନେ ଯଦି କିଛି ନୂଆ ଷ୍ଟାଇଲ୍‌ ଟ୍ରାଏ କରିବାକୁ ଚାହୁଁଥାନ୍ତି, ତା’ହେଲେ କ୍ରପ୍ଡ ଓ୍ବାଇଡ୍‌ ଲେଗ୍‌ ସେଲର୍‌ ପ୍ୟାଣ୍ଟ ସେମାନଙ୍କ ପାଇଁ ବେଷ୍ଟ ଅପ୍ସନ। ଏହି ଷ୍ଟାଇଲ୍‌ର ସେଲର୍‌ ପ୍ୟାଣ୍ଟ ସାଙ୍ଗରେ ଖାସ୍‌ କରି ଶ୍ରଗ୍‌ କିମ୍ବା ଜ୍ୟାକେଟ୍‌ ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳିଥାଏ।
ଚେକ୍ସ ପ୍ରିଣ୍ଟ ଷ୍ଟାଇଲ୍‌: କାଜୁଆଲ୍‌ ଲୁକ୍‌ ପାଇଁ ଚେକ୍ସ ପ୍ରିଣ୍ଟବାଲା ସେଲର୍‌ ପ୍ୟାଣ୍ଟ ପିନ୍ଧିବା ପରଫେକ୍ଟ ଅପ୍ସନ। ଆଉ ଶୀତଦିନେ ଏହି ଷ୍ଟାଇଲ୍‌ର ପ୍ୟାଣ୍ଟକୁ ଲେଦର୍‌ ଜ୍ୟାକେଟ୍‌ ସହ କ୍ୟାରି କଲେ ଟ୍ରେଣ୍ଡି ଲୁକ୍‌ ମିଳିଥାଏ। ସେହିପରି ବାଇକର୍‌ କିମ୍ବା ବମ୍ବର ଲେଦର୍‌ ଜ୍ୟାକେଟ୍‌ ସହିତ ବି ଚେକ୍ସ ପ୍ରିଣ୍ଟ ବାଲା ସେଲର୍‌ ପ୍ୟାଣ୍ଟ ବେଶ୍‌ ଭଲ ମ୍ୟାଚ୍‌ କରିଥାଏ।
ହାଇଓ୍ବେଷ୍ଟ ପ୍ୟାଣ୍ଟ: କମ୍ଫର୍ଟ ଅନୁଭବ କରାଉଥିବା ଏହି ଧରଣର ପ୍ୟାଣ୍ଟକୁ ଆପଣ ଚାହିଁଲେ କାଜୁଆଲ୍‌ ଓ୍ବେର୍‌ ଭାବେ ଆଉଟିଂରେ ଗଲାବେଳେ କ୍ୟାରି କରିପାରିବେ। ତା’ଛଡ଼ା ଏହି ପ୍ୟାଣ୍ଟ ସହ ମ୍ୟାଚିଂ କଲର୍‌ର ହେଉ କିମ୍ବା କଣ୍ଟ୍ରାଷ୍ଟ କଲର୍‌ର ଟପ୍ସ ବି ଭଲ ମାନିଥାଏ। ସେହିପରି କୁଲ୍‌ ତଥା ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ଯୁବତୀମାନେ ଚାହିଁଲେ ଏହି ଆଉଟ୍‌ଫିଟ୍‌ ସହ ଡିଜାଇନର ସ୍କାର୍ଫ ମଧ୍ୟ ବ୍ୟବହାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମୃତଦେହ, ଘଟଣାକୁ ନେଇ ଖେଳିଗଲା ଚାଞ୍ଚଲ୍ୟ

ନୂଆଦିଲ୍ଲୀ, ୯।୯: ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ୧୯୭୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ରାକେଶ ମେହଟ୍ଟା (୭୪) ନୋଏଡ଼ା ସ୍ଥିତ ନିଜ ଫ୍ଲାଟ୍‌ରେ ଆତ୍ମହତ୍ୟା…

କୋହଲିଙ୍କୁ ପଛରେ ପକାଇଲେ ରୋହିତ! ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ରୁତତମ ଶତକ ଭାବେ ନମ୍ବର-୧, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୯।୯: ଗତ ଦୁଇ ଦଶନ୍ଧି ଧରି କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ହେଉଛି ଟି-୨୦। ପ୍ରାୟ ପ୍ରତି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ଟି-୨୦…

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

ବ୍ରିଟିଶ ଗଣ୍ଡ ପୋତିବା ପାଇଁ ଗଦା ହୋଇଛି ଆସ୍‌ପଣ୍ଡ: ଜମିରେ ମାଡ଼ୁଛି ବିଷାକ୍ତ ପାଣି

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ବ୍ରିଟିଶ ଗଣ୍ଡ ପୋତିବା ପାଇଁ ପାହାଡ଼ ଭଳି…

ଭଲ ଡ୍ରାଇଭିଂ ରେକର୍ଡ ଥିଲେ ଚାଳକଙ୍କୁ ମିଳିବ ଏହି ଉପହାର, ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ: ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୯।୯: ରାସ୍ତାରେ ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ପାଇଁ ଆସୁଛି ବଡ଼ ଝଟ୍‌କା। ଏଣିକି କେବଳ ଚାଲାଣ କାଟି ଛାଡ଼ି ଦିଆଯିବ ନାହିଁ।…

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

ଦୁନିଆର ସବୁଠୁ ଧନୀ ପ୍ରଧାନମନ୍ତ୍ରୀ ଜାଣନ୍ତୁ କିଏ? ଟ୍ରମ୍ପଙ୍କଠାରୁ ୭ ଗୁଣ ଅଧିକ ଦରମା

ନୂଆଦିଲ୍ଲୀ, ୯।୯: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଦରମା ଏବେ ପୁଣି ବଢ଼ିବାକୁ ଯାଉଛି। ଏହି ବୃଦ୍ଧି ପରେ ସେ ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri