ଲଘୁଚାପ ବରଷାରେ ଘର ଭାଂଗଲା; ଆବାସ ଯୋଜନାରେ ସାମିଲ କରବାକେ ଦାବି

ଲାଠୋର, ୧୫ା୮ (ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲୋଠୋର ପଁଚେତ୍‌ ସଦର ଗଁାର କର୍ତ୍ତିଆପଡ଼ାର ମଧୁ ବାଗକଁର ଘର ଲଘୁଚାପ ବରଷାରେ ଭାଂଗି ଯାଇଛେ। ଆଗ୍‌କେ ବରଷା ହେଲେ ଘରଟା ମାଟିରେ ମିଶିଯିବାର ଭଏ ରହିଛେ। ଏନ୍‌ତାଥି ପରିବାରଟା କେନ୍‌ଠାନେ ମୁଡ ଗୁଁଜ୍‌ବେ ସେ ଚିନ୍‌ତାରେ ଘାରି ହେଉଛନ୍‌।
ସୂଚନା ଅନ୍‌ସାରେ କର୍ତ୍ତିଆପଡ଼ାର ମଧୁ ବାଗକଁର ପରିବାର କହେଲେ ଦିବ୍ୟାଙ୍ଗ ମାଏକିନା କରମସନି ବାଗ ଆର ଝି’ ଗାୟତ୍ରୀକେ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଜମିବାଡ଼ି ବଲି କିଛି ନାଇଁ। ମଧୁ ଫିଦିନ୍‌ ଦୁଇ କେ.ଜି. ଚନା ସିଝେଇ ସେଟାକେ ବିକୁଛନ୍‌, ସେଥ୍‌ରେ ଯାହା କମାନି ହେଉଛେ ତାକର ପରିବାର ଚଲୁଛେ। ସରକାରୀ ହିସାବେ ମାସିକ ପାଉଥିବାର ୧୦ କେ.ଜି. ଚାଉଲକେ ଛାଡ଼ିଦେଲେ ବାକି କେହେନ୍‌ସି ସୁବିଧା ନାଇଁ ପାଏବାର। ଏନ୍‌ତାଥି ପରିବାରଟା ଦୁଖ୍‌ସୁଖ କରି ଗୁଟେ ମାଟି ଖପର ଘରେ ପଲିଥିନ୍‌ ଢାପି ରହୁଛନ୍‌। ହେଲେ ଲଘୁଚାପ ପରଭାବରେ ଗଲା ୩ ଦିନ୍‌ ଧରି ହେଇଥିବାର ବରଷାରେ ତାକର ଘରର କେତେ କଁାଥି ମାଡ଼ି ବସିଛେ। ଆଗ୍‌କେ ଯଦି ବରଷା ପାଏନ୍‌ ଲାଗି ରହିବା କେତେବେଲେ ବି ଘରଟା ମାଟିରେ ମିଶି ଯିବା ବଲି ପରିବାର ଲୋକ୍‌ କହିଛନ୍‌। ଏନ୍‌ତାଥି କୁଟୁମବସିଆ କେନ୍‌ଠାନେ ଆଶ୍‌ରେ ନେବେ ସେ ଚିନ୍‌ତାରେ ହରମେଶା ଘାରି ହେଉଛନ୍‌। ଇଆଡ଼େ ମଧୁକଁର ମାଏକିନା କରମସନି ଝନେ ଦିବ୍ୟାଙ୍ଗ ହେଇଥିଲେ ବି ଆଏଜ୍‌ତକ ଭିନ୍ନକ୍ଷମ ପରମାନପତର ନାଇଁ ପାଇପାରି। ସେନ୍‌ତା ସେ ଭିନ୍ନକ୍ଷମ ଭତାରୁ ବି ବଁଚିତ୍‌ ହେଇ ରହିଛନ୍‌। ବନେ ବଛର କେତେ ଆଗରୁ କରମସନିକୁଁ ଜର ହେଇଥିଲା। ସେଦିନ୍‌ଠାନୁ ତାକର ଡେବ୍‌ରି ଗୋଡ଼ ଅଚଲ ହେଇଯାଇଛେ। ଚିକିଛା କରବାକେ ବି ମଧୁ ସକ୍ଷମ ନୁହଁନ୍‌। ଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଥିବାର ଇ ଗରିବ୍‌ ପରିବାରକେ ଆବାସ ଯୋଜନାରେ ଘରଖଁଡ଼େ ସଂଗେ ଉନିଆ ସରକାରୀ ସାହାଯ୍‌ ଯୁଗେଇ ଦେବାକେ ପରିବାର ଲୋକ୍‌ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

ଗଞ୍ଜାମ ପୋଲିସ ଜିଲାରେ ସ୍ବତନ୍ତ୍ର ଡ୍ରାଇଭ୍‌: ୪୪୪ ଓ୍ବାରେଣ୍ଟି କାର୍ଯ୍ୟକାରୀ

ଛତ୍ରପୁର,୧୭ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ଅଧୀନରେ ଗତ ୧୧ ଦିନ ଧରି ସ୍ବତନ୍ତ୍ର ଡ୍ରାଇଭ ଯୋଗେ ପୁରୁଣା ଓ୍ବାରେଣ୍ଟି ଧରପଗଡ଼ରେ ୪୪୪ଟି ଓ୍ବାରେଣ୍ଟି ଧରି କାର୍ଯ୍ୟକାରୀ…

ଧାରଣାରେ ବସିଲେ କଳାକାର, ପ୍ରତ୍ୟାହୃତ ପାଇଁ ଆସୁଛି ଧମକ, ଧାରଣାସ୍ଥଳରେ…

ହାଟଡିହୀ,୧୭ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଅଫିସ ସମ୍ମୁଖରେ କଳାକାରମାନେ ଧୂ ଧୂ ଖରା, ଗୁଳୁଗୁଳିରେ ଚଳିତ ମାସ ଗତ ୧୫ରୁ ଧାରଣା…

ଧରିତ୍ରୀରେ ଖବର ପ୍ରକାଶ ପରେ ଚେତିଲା ବିଭାଗ: ୩ ମାସ ପରେ କାର୍ଯ୍ୟକ୍ଷମ ହେଲା ଖଣ୍ଡହତା ପାନୀୟ ଜଳ ପ୍ରକଳ୍ପ

ଅମରପାଲି,୧୭ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପ୍ରାୟ ତିନି ମାସ ଧରି ଅଚଳ ହୋଇ ପଡ଼ିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

ମହଜୁଦ୍‌ ଅଛି ପର୍ଯ୍ୟାପ୍ତ ତେଲ, ଆତଙ୍କିତ ନ ହେବାକୁ ଅନୁରୋଧ

ବଞ୍ଚୋ,୧୭ା୫(ପ୍ରଦୋଷ କୁମାର ବିଶ୍ୱାଳ):କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିଥିବା ସୂଚନା ମିଳିଛି। ଇନ୍ଧନ ସଙ୍କଟ…

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କଲେ ବିଧାୟକ

ଗଞ୍ଜାମ,୧୭ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଉନ୍ନୟନ ପ୍ରସଙ୍ଗରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ।…

ଅସ୍ଥାୟୀ ମଣ୍ଡପରେ ଦେବୀଙ୍କୁ ପୂଜାର୍ଚ୍ଚନା କଲେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆସିବେ ଆଉ ୩ ମନ୍ତ୍ରୀ, ୪ ବିଧାୟକ

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆଉ ୩ ଦିନ ପରେ ୨୦ ତାରିଖରେ ଉଦ୍‌ଯାପିତ ହେବ। ରବିବାର ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ…

‘ପ୍ରକୃତିର ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ’

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଚଳିତ ବର୍ଷଠାରୁ ପ୍ରଥମଥର ପାଇଁ ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ) ସ୍ଥଳୀଗୁଡ଼ିକରେ ପ୍ରକୃତି ପରିଚୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri