ଲଗାଣ ବର୍ଷାରେ ଭାସିଲା ସହର

ଭଦ୍ରକ ଅଫିସ, ୨।୭ – ମୌସୁମୀର ୨ୟ ବର୍ଷାରେ ଭଦ୍ରକ ସହରର ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ସହରର ଖାଲୁଆ ଅଞ୍ଚଳରେ ବର୍ଷାପାଣି ଜମି ରହିଛି। ରବିବାର ଦିନତମାମ ଝିପିଝିପି ବର୍ଷା ଲାଗିରହିଥିଲା। ସୋମବାର ସକାଳଠାରୁ ଲଗାଣ ବର୍ଷାରେ ପୌରାଞ୍ଚଳର ବିଭିନ୍ନ ୱାର୍ଡ ଜଳମଗ୍ନ ହୋଇଯାଇଛି। ସହରର ବିଭିନ୍ନ ସ୍ଥାନରେ ବର୍ଷାପାଣି ନିଷ୍କାସିତ ହୋଇ ନ ପାରି ଜମି ରହିଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଜିଲା ସାରା ଏଭଳି ବର୍ଷା ଲାଗିରହିଛି।
ଭଦ୍ରକ ଜିଲାରେ ମୋଟ ୭୩.୮ ମିଲିମିଟର ବର୍ଷା ହୋଇଥିବା ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଭଦ୍ରକରେ ୫ ମିଲିମିଟର, ଭଣ୍ଡାରିପୋଖରୀରେ ୧୭, ବାସୁଦେବପୁରରେ ୧୨, ବନ୍ତରେ ୫, ଚାନ୍ଦବାଲିରେ ୧୮.୮, ଧାମନଗରରେ ୯ ଓ ତିହିଡ଼ିରେ ୭ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ଲଗାଣ ବର୍ଷା ଦ୍ୱାରା ମୁଖ୍ୟତଃ ପୌରାଞ୍ଚଳର ୫ ଓ ୮ ନମ୍ବର ୱାର୍ଡ, କୁଅଁାସ, ବନ୍ତ ଛକ, ଅପର୍ତ୍ତିବିନ୍ଧା ଛକ ରାସ୍ତା, ବୁଦ୍ଧବିହାର ଅଞ୍ଚଳବାସୀ ପ୍ରଭାବିତ ହୋଇଛନ୍ତି। ପୌରାଞ୍ଚଳ ଅଧୀନ ଚରମ୍ପା ଅଞ୍ଚଳର ୫ ନମ୍ବର ୱାର୍ଡର ଅଧିକାଂଶ ଅଞ୍ଚଳରେ ଡ୍ରେନ ନ ଥିବାରୁ ବର୍ଷାଜଳ ନିଷ୍କାସିତ ହୋଇ ନ ପାରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଏହି ୱାର୍ଡର ବହୁସଂଖ୍ୟକ ଲୋକଙ୍କ ଘରେ ବର୍ଷାଜଳ ପଶିଯାଇଛି। ୱାର୍ଡର ବିଭିନ୍ନ ସ୍ଥାନରେ ୨ ଫୁଟ ଉଚ୍ଚତାର ବର୍ଷାଜଳ ଜମି ରହିଥିବା ଦେଖିବାକୁ ମିଳିଛି। ସେହିପରି ତ୍ରୁଟିପୂର୍ଣ୍ଣ ଡ୍ରେନ ନିର୍ମାଣ ଯୋଗୁ ଜିଲାପାଳଙ୍କ କାର୍ଯ୍ୟାଳୟ, ଭଦ୍ରକ କୋର୍ଟ ପରିସର, ଭଦ୍ରକ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପାଣି ଜମି ଅବସ୍ଥା ବେହାଲ ହୋଇଛି। ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ମିଳିତ ଅଭିଯୋଗ ଶୁଣାଣି ରହିଥିବାରୁ ଜିଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକେ ଜିଲାପାଳଙ୍କ ଅଫିସକୁ ଯିବା ପାଇଁ ଅସୁବିଧା ଭୋଗିଥିଲେ। ସେହିଭଳି ସହରର ମୁଖ୍ୟସ୍ଥଳ କୁହାଯାଉଥିବା ବନ୍ତ-ଅପର୍ତ୍ତିବିନ୍ଧା ଛକ ରାସ୍ତାରେ ବର୍ଷାଜଳ ଲହଡ଼ି ଭାଙ୍ଗିଛି। ଏପଟେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବଜାରରେ ପାଣି ନିଷ୍କାସିତ ହୋଇ ନ ପାରି ଦୋକାନ ଭିତରେ ପଶୁଥିବା ଦେଖାଯାଇଛି। ଏ ସମ୍ପର୍କରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ସାହୁ ମୁଖ୍ୟ ଡ୍ରେନ ଉପରେ ଜବରଦଖଲ ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି, ଜବରଦଖଲମୁକ୍ତ ହେବା ପରେ ଡ୍ରେନ ସଫା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?