ଲଗାଣ ବର୍ଷା ଯୋଗୁ ବାହ୍ୟଜଗତରୁ ୨ ପଞ୍ଚାୟତ ବିଚ୍ଛିନ୍ନ

ମାଲକାନଗିରି,୨୩ା୬ (ସ୍ବ.ପ୍ର.)- ମାଲକାନଗିରି ଜିଲାରେ ୨ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲାର ମାଥିଲି ବ୍ଲକର ୨ଟି ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ଜଣାପଡିଛି। ବର୍ଷା ଯୋଗୁ ମହୁପଦର ନିକଟରେ ଥିବା ଡାଇଭର୍ସନ ରୋଡ ଧୋଇ ହୋଇଯିବାରୁ ମହୁପଦର ଓ କମାରପାଲି ପଞ୍ଚାୟତ ବାହ୍ୟଜଗତରୁ ବିଛିନ୍ନ ହୋଇଛି। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛତିଶଗଡ଼ ଲୋକେ ମଧ୍ୟ ଓଡ଼ିଶାର ଏହି ଅଞ୍ଚଳକୁ ଯାତାୟାତ କରିପାରୁନାହାନ୍ତି। ପୋଟେରୁ, କାଙ୍ଗୁରୁକୋଣ୍ଡା, ପାଙ୍ଗାମ, ଏମଭି-୧୧, କୋରକୋଣ୍ଡା, ଏମଭି-୩୭, ସପ୍ତଧାରା, ସିଲେରୁ, ସତୀଗୁଡା ଓ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧିପାଇଛି। ଜିଲାରେ ଶନିବାର ବର୍ଷା ପରିମାଣ ହାରାହାରି ୧୬.୫୭ମି.ମି. ଥିବା ରେକର୍ଡ କରାଯାଇଛି। ମାଥିଲି ବ୍ଲକରେ ୨୧.୦୦ମିମି, ମାଲକାନଗିରି ୦୯ ମିମି, ଖଇରପୁଟ ୨୫ ମିମି, କୁଡୁମୁଲୁଗୁମ୍ମା ୨୨ମିମି, କୋରାକୋଣ୍ଡା ୦୪ ମିମି, କାଲିମେଳା ୦୨ ମିମି ଓ ପଡିଆ ବ୍ଲକରେ ସର୍ବାଧିକ ୩୩ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ରବିବାର ବର୍ଷା କମିବା ପରେ ସ୍ଥତିରେ ଟିକେ ସୁଧାର ଆସିଛି। ଅନ୍ୟପକ୍ଷରେ ମୌସୁମୀ ଆରମ୍ଭରୁ ସାମାନ୍ୟ ବର୍ଷାରେ ଯଦି ଜିଲାରେ ଏପରି ପରିସ୍ଥିତି ସୃଷ୍ଟି ହୁଏ ଆଗାମୀ ଦିନରେ କ୍ରମାଗତ ବର୍ଷା ହେଲେ କି ପ୍ରକାର ପରିସ୍ଥିତି ସୃଷ୍ଟି ହେବ ତାହା ଚିନ୍ତାଜନକ ହେଲାଣି। ଜିଲା ପ୍ରଶାସନ ମୁକାବିଲା ପାଇଁ ସଜାଗ ରହିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷ କାମ ପାଇଁ ଯାଇଥିଲେ, ହଠାତ୍‌ ଜଙ୍ଗଲରୁ ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

କଲ୍ୟାଣସିଂହପୁର,୩।୧୨(ଦୀପକ କୁମାର ପରିଡ଼ା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ପାରସାଲୀ ପଞ୍ଚାୟତ ଅଧୀନ ବୁଡୁଣି ଗାଁରେ ବୁଧବାର ସକାଳୁ ହାତୀ ଆକ୍ରମଣରେ ୩୨ ବର୍ଷୀୟ ବାଲା...

୬୮୬ ସ୍କୁଲ ବନ୍ଦ କାରଣରୁ ଛାତ୍ରୀଛାତ୍ରଙ୍କ ପାଠପଢାରେ ବାଧାସୃଷ୍ଟି: ଲୋକ ସଭାରେ ଉଦବେଗ ପ୍ରକାଶ କଲେ ଏମ୍‌ପି ସପ୍ତଗିରି

ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ଅବିଭକ୍ତ କୋରାପୁଟ ଜିଲାର ରାୟଗଡା କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଭଳି ଆଦିବାସୀ ଅଧୁଷିତ ଜିଲାମାନଙ୍କରେ ବିଭିନ୍ନ ସରକାରୀ ଓ...

ମେରୁଦଣ୍ଡ, ପିଠିରେ ମାଂସ ବଢିବା ଯୋଗୁ ଚାଲିପାରୁନାହାନ୍ତି ୧୩ ବର୍ଷର ବାଳକ: ସହାୟତା ଯୋଗାଇଲେ ଜିଲାପାଳ

ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ପିଠି ଏବଂ ମେରୁଦଣ୍ଡରେ ମାଂସ ବଢୁଥିବା କାରଣରୁ ୧୩ବର୍ଷର ଚନ୍ଦନ କିଲାକା ଦିବ୍ୟାଙ୍ଗ ପାଲଟିଯାଇଛନ୍ତି। ସଠିକ୍‌ରେ ଚାଲିପାରୁନାହାନ୍ତି। ଫଳରେ ବାପା...

୩ ବର୍ଷ ପୁଅର ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଙ୍କ ସହାୟକ ମାଗିଲେ ୨ ହଜାର ଟଙ୍କା

ରାୟଗଡ଼ା,୨୯ା୧୧(ଆଶିଷ ରଞ୍ଜନ ପଣ୍ଡା): ମାଆ ପଛେପଛେ ଯାଇ ନଦୀରେ ବୁଡ଼ି ଶୁକ୍ରବାର ଚାଲିଗଲା ୩ ବର୍ଷ ଶିଶୁପୁତ୍ରର ଜୀବନ। ଏହିଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା...

ଭାଇ ବାହା ଘରୁ ଫେରିଲା ବେଳେ ବାଟରେ ଗାଡ଼ି ଦୁର୍ଘଟଣାରେ ଚାଲିଗଲା ଭଉଣୀଙ୍କ ଜୀବନ

ରାୟଗଡା,୨୬।୧୧(ଆଶିଷ ରଞ୍ଜନ ପଣ୍ଡା): ଭାଇର ବାହାଘର ସାରି ରାୟଗଡା ଫେରିଲା ବେଳେ ଏକ ସଡ଼କ ଦୁର୍ଘଟଣାରେ ଭଉଣୀ ମୃତ୍ୟୁବରଣ କରିଥିବା ଭଳି ଦୁଃଖଦ ଘଟଣା ଘଟିଛି...

ପୁଣି ଜଣେ ୫୧ ବର୍ଷୀୟ ଦାଦନ ଶ୍ରମିକ ନିଖୋଜ, ଚିନ୍ତାରେ ପରିବାର

କଲ୍ୟାଣସିଂହପୁର, ୨୧।୧୧( ଦୀପକ କୁମାର ପରିଡ଼ା ): ଦାଦନ କାମ ପାଇଁ ଯାତ୍ରା କଲାବେଳେ ଟ୍ରେନରୁ ସମୟରେ ଓହ୍ଲାଇ ପାରି ନ ଥିବାରୁ ଏକ ୫୧...

ବସ୍‌ ମିଳିବନି କହି ଘରକୁ ଡାକିଲେ, ପରେ ବିବାହିତା ମହିଳାଙ୍କୁ ବୁଦାକୁ ନେଇ ବଳାତ୍କାର; କାନ୍ଦି କାନ୍ଦି…

ରାୟଗଡ଼ା,୧୯।୧୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ାରେ ଲଜ୍ଜା। ସହରରେ ଅନ୍ଧାର ରାତିରେ ଜଣେ ବିବାହିତ ମହିଳାଙ୍କୁ ବଳାତ୍କାର କରାଯାଇଛି। ଏନେଇ ବିବାହିତ ମହିଳାଜଣଙ୍କ ସ୍ବାମୀଙ୍କ ସହ ମଙ୍ଗଳବାର...

୧୧ ବର୍ଷ ପରେ ନ୍ୟାୟ…ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡ

ରାୟଗଡ଼ା,୧୮।୧୧(ଆଶିଷ ରଞ୍ଜନ ପଣ୍ଡା) -ଦୀର୍ଘ ୧୧ ବର୍ଷ ପରେ ରାୟଗଡ଼ା ସହର ବୁଦୁରାବାଲସା ସାହିରେ ହୋଇଥିବା ବହୁଚର୍ଚ୍ଚିତ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ରାୟଗଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri