ଲଗାଣ ବର୍ଷା ପରେ ଏବେ ଜଳ ନିଷ୍କାସନ ଚିନ୍ତା

ଜଗତ୍‌ସିଂହପୁର ଅଫିସ, ୨ା୭: ଅସରାଏ ବର୍ଷା ହେଲେ ଜଗତ୍‌ସିଂହପୁର ସହରରେ ଜଳ ନିଷ୍କାସନ ଚିନ୍ତା ବଢିଯାଏ। ଡ୍ରେନ୍‌ଗୁଡିକ ଜବରଦଖଲ ସାଙ୍ଗକୁ ଆବଶ୍ୟକ ପୁନରୁଦ୍ଧାର ଅଭାବରୁ ଜଳ ନିଷ୍କାସନ ହୋଇପାରେନି। ଓଲଟି ଡ୍ରେନ୍‌ର ଅପରିଷ୍କାର ପାଣି ରାସ୍ତାରେ ମାଡେ। ଏଥିଯୋଗୁ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଥାଏ। ଏହି ସମସ୍ୟା ମାସେ କି ୨ ମାସର ନୁହେଁ, ବର୍ଷାଧିକ କାଳ ହେବ ଲାଗିରହିଛି। ଜିଲାସ୍ତରୀୟ ସମୀକ୍ଷା ବୈଠକରେ ସହରର ପରିମଳ ଓ ଡ୍ରେନ୍‌ ସମସ୍ୟାକୁ ନେଇ ବହୁବାର ଉଦ୍‌ବେଗ ପ୍ରକାଶ ପାଇଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଗତ ୬ ତାରିଖରେ ହୋଇଥିବା ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଏନେଇ ଆଲୋଚନା ହୋଇଥିଲା। ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଜିଲା ମୁଖ୍ୟାଳୟ ଡ୍ରେନ୍‌ ସମସ୍ୟାର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱାରୋପ କରି କେତେକ ପ୍ରସ୍ତାବ ଦେଇଥିଲେ। ହେଲେ ଇତି ମଧ୍ୟରେ ୨୪ ଦିନ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ସମସ୍ୟାର ସମାଧାନ ଦିଗରେ ଜିଲା ପ୍ରଶାସନ ପାଦେ ଆଗେଇଲା ନାହିଁ। ପରିଣାମ ସ୍ବରୂପ ସହରରେ ଏବେ ଅସ୍ବଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ରବିବାରଠାରୁ ଲଗାଣ ବର୍ଷା ଜାରି ରହିଥିବାରୁ ଚାରିଆାଡେ ବର୍ଷା ଓ ନର୍ଦ୍ଦମା ପାଣି ଜମି ରହିଛି। ପ୍ରାକୃତିକ ନାଳ କିମ୍ବା ଡ୍ରେନ୍‌ ଆଦି ଜବରଦଖଲ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ନିୟମରହିଛି। ତେଣୁ ଗତବର୍ଷ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ପୌର ପରିଷଦ, ମ୍ୟୁନିସିପାଲଟିକୁ ଏନେଇ ଚିଠି କରାଯାଇଥିଲା। ଏଥିରେ ବର୍ଷାଦିନ ପୂର୍ବରୁ ଡ୍ରେନ୍‌ ସଫା ଓ ଜବରଦଖଲ ମୁକ୍ତ କରି ଜଳ ନିଷ୍କାସନ ସ୍ବଭାବିକ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେତେବେଳେ ଜଗତ୍‌ସିଂହପୁର ପୌର ପରିଷଦ ଦେଇ ଯାଇଥିବା ୩ଟି ଡ୍ରେନେଜ୍‌ କଟକୁ ଜବରଦଖଲ ମୁକ୍ତ ଓ ସଫା କରିବାକୁ ସୂଚନା ଦିଆଯାଇଥିଲା। କିନ୍ତୁ ୧ ବର୍ଷ ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଗଲାନାହିଁ। ଜଗତ୍‌ସିଂହପୁର ସହରରେ ନାଗପୁର, ପାଣିଶାଳିଆ ଓ ମାଧପୁର ଡ୍ରେନ୍‌ ଯାଇଛି। ନାଗପୁର ଡେନ୍‌ ଜଗତ୍‌ସିଂହପୁରରୁ ନାଗପୁର ପର୍ଯ୍ୟନ୍ତ ଲମ୍ବିଥିବାବେଳେ ସେଥିରୁ ୩ କିଲୋମିଟର ଜଗତ୍‌ସିଂହପୁର ପୌର ପରିଷଦ ଅଧୀନରେ ରହିଛି। ଏହା ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ରାସ୍ତାର ଅପରପାର୍ଶ୍ୱରୁ ବାହାରି ଟାଉନ ହଲ୍‌ ଛକ-ସିପି-ଖେରସ ମୌଜା ଦେଇ ପୁରୋହିତପୁର ପାଖରେ ନାଳରେ ମିଶିଛି। ଏହି ଡ୍ରେନ୍‌ର ଓସାର ପାଖାପାଖି ୩୦ ଫୁଟ ହେବ। କିନ୍ତୁ ସେଥିରୁ ଅଧିକାଂଶ ଜବରଦଖଲରେ ଥିବାରୁ ଏବେ ଓସାର ମାତ୍ର ୫/୬ ଫୁଟ ଭିତରେ ରହିଛି। ସେହିପରି ପାଣିଶାଳିଆ ଡ୍ରେନ୍‌ର ଦୈର୍ଘ୍ୟ ପ୍ରାୟ ୧.୫ କିଲୋମିଟର ହେବ। ଏହା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ନିକଟରୁ ବାହାରି ବସଷ୍ଟାଣ୍ଡ, ଟାଉନ ହଲ୍‌ ଛକ ଦେଇ ପାଣିଶାଳିଆ ଅମୁହାଁଦଣ୍ଡା ପର୍ଯ୍ୟନ୍ତ ଯାଇଛି। ଏହି ଡ୍ରେନ୍‌ ମଧ୍ୟ ଜବରଦଖଲ ହୋଇଛି। ବିଶେଷକରି ବସଷ୍ଟାଣ୍ଡ, ଟାଉନ ହଲ୍‌ ଛକ ଆଦି କେତେକ ସ୍ଥାନରେ ଅଧିକ ଜବରଦଖଲ ହୋଇଛି। ମାଧପୁର ଡ୍ରେନ୍‌ର ଲମ୍ବ ପାଖାପାଖି ୨ କିଲୋମିଟର ହେବ। ଏହି ଡ୍ରେନ୍‌ ଅଳ୍ବ ଜବରଦଖଲ ହୋଇଥିଲେ ମଧ୍ୟ ଆପାତତଃ ଭଲ ସ୍ଥିତିରେ ଅଛି। ନାଗପୁର ଡ୍ରେନ୍‌ଟି ଅଧିକ ଅବ୍ୟବସ୍ଥିତ ଅବସ୍ଥାରେ ରହିଛି। ଜବରଦଖଲ ସାଙ୍ଗକୁ ବ୍ୟବସାୟୀମାନେ ଏଥିରେ ଅଳିଆ ଆବର୍ଜନା ପକାଉଥିବାରୁ ଦୁର୍ଗନ୍ଧରେ ନାଗ ଫାଟିପଡୁଛି। ପୌର ପରିଷଦ ପକ୍ଷରୁ ସଫେଇ ଠିକ ଭାବେ ହେଉନାହିଁ। ସହରର କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରିଥିବାରୁ ପରିଷଦ କ’ଣ, ପ୍ରଶାସନ ବି ପଦକ୍ଷେପ ନେବାକୁ ଆଗପଛ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରଲର ମାଡ଼ରେ ମରୁଛନ୍ତି ଅଲିଭ ରିଡ୍‌ଲେ

କୁଜଙ୍ଗ,୧୩।୨(ମନୋଜ ପ୍ରଧାନ): ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ପାରାଦୀପରେ କଇଁଛ କରିଡର କରିବାକୁ ବଜେଟରେ ଘୋଷଣା କରିଥିବା ବେଳେ କୁଜଙ୍ଗ ବନାଞ୍ଚଳ ନୂଆଗାଁ ବନକ୍ଷେତ୍ର…

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

ପତାକା ଅବତରଣ ବେଳେ ଅଘଟଣ: ବିଦ୍ୟୁତ ଆଘାତରେ ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

କୁଜଙ୍ଗ,୨୬।୧(ମନୋଜ ପ୍ରଧାନ): ସାରା ଦେଶ ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଜାତୀୟ…

ପାଳ ଗଦା ନିଆଁରେ ମହିଳା ଜୀବନ୍ତ ଦଗ୍ଧ

ପାରାଦୀପ,୨୦।୧(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ପିପ୍ପଳ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ପଛ ପଟେ ରୋଷେଇ କଲା…

ବସ୍‌ ମାଲିକ ସଂଘର ବଡ଼ ନିଷ୍ପତ୍ତି: ପାରାଦୀପରୁ ଗଡ଼ିବନାହିଁ ଘରୋଇ ବସ୍‌

ପାରାଦୀପ,୧୮।୧: ମୁଖ୍ୟମନ୍ତ୍ରୀ ବସ୍‌ ଚଳାଚଳକୁ ବିରୋଧ କରି ଘରୋଇ ବସ୍‌ ମାଲିକ ସଂଘ ରବିବାର ଏକ ବଡ଼ ନିଷ୍ପତ୍ତି ନେଇଛି। ସୋମବାର ସକାଳ ୬ଟାରୁ ପାରାଦୀପ ବସ୍‌ଷ୍ଟାଣ୍ଡରୁ…

ଶିବଲିଙ୍ଗ ଉପରେ ପୂଜକଙ୍କ ମୃତଦେହ, ତା’ପରେ ଯାହା ଘଟିଲା…

ଜଗତ୍‌ସିଂହପୁର,୧୮ା୧(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ପୁନଙ୍ଗସ୍ଥିତ ପୁନେଶ୍ୱର ମହାଦେବ ମନ୍ଦିରରେ ଶନିବାର ଅଭାବନୀୟ ଘଟଣା ଘଟିଛି। ମନ୍ଦିରର ପାତାଳଫୁଟା ଶିବଲିଙ୍ଗ ଉପରୁ ମନ୍ଦିର ପୂଜକ ଓମ୍‌ପ୍ରକାଶ ପଣ୍ଡା…

ସ୍ତ୍ରୀଙ୍କୁ କରଣୀରେ ହାଣିଲେ ସ୍ବାମୀ: କାରଣ ଜାଣିଲେ…

ପାରାଦୀପ,୧୭।୧(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ବଡପଡିଆ ସିନେମାହଲ ସମ୍ମୁଖ ବସ୍ତିରେ ଶନିବାର ସକାଳୁ ଅଭାବନୀୟ ଘଟଣା ଘଟିଛି।ନିଜ ସ୍ତ୍ରୀ ର ଚରିତ୍ରକୁ ସନ୍ଦେହ କରି ସ୍ବାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri