ଲକ୍‌ଡାଉନ୍‌ ଯୋଗୁ ଚାଷୀ ହତାଶ: ବିଲରେ ପଚୁଛି ପନିପରିବା, ଫୁଲ

ଭଞ୍ଜନଗର,୩୧।୩(ଡି.ଏନ.ଏ)- ଏପ୍ରିଲ୍‌ ୧୪ ପର୍ଯ୍ୟନ୍ତ ସରକାର ଲକ୍‌ ଡ଼ାଉନ କଟକଣା ଜାରି କରିଛନ୍ତି। ଏହାଦ୍ୱାରା ଲୋକେ କାମଧନ୍ଦା ହରାଇଛନ୍ତି। ଅନ୍ୟ ରାଜ୍ୟରୁ ଆସି ଭଞ୍ଜନଗର ବ୍ଲକରେ ରହିଯାଇଥିବା ଏକାଧିକ ଅଣଓଡ଼ିଆ ପରିବାରଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି। ସରକାରଙ୍କ ମୁଠାଏ ଖାଦ୍ୟକୁ ସେମାନେ ଚାତକ ଭଳି ଚାହିଁ ବସିଛନ୍ତି। ଏଥିସହ ଗ୍ରାମାଞ୍ଚଳର ଅନେକ ଲୋକ ମଧ୍ୟ ସରକାରୀ ଖାଦ୍ୟକୁ ଚାହିଁ ବସିଛନ୍ତି। ଅନ୍ୟପଟେ ଚାଷୀଙ୍କ ଫସଲ ମଧ୍ୟ ଜମିରେ ପଚି ନଷ୍ଟ ହୋଇଯାଉଛି। ଫସଲ ତୋଳିବାକୁ ଶ୍ରମିକ ମିଳୁନାହାନ୍ତି। ଅମଳ କଲେ ମଧ୍ୟ ବଜାରରେ ନେଇ ବିକ୍ରି କରିବା ମଧ୍ୟ ସମ୍ଭବପର ହେଉନାହିଁ। କଟକଣାରୁ ଚାଷୀଙ୍କୁ ବାଦ୍‌ ଦିଆଯାଇଛି। ତଥାପି କେତେକସ୍ଥାନରେ ପୋଲିସ କର୍ମଚାରୀ କିଛି ବୁଝିବା ଆଗରୁ ମାଡ ମାରୁଛନ୍ତି। ଯାହାକୁ ନେଇ ଚାଷୀ ଆଶଙ୍କାରେ। ଆଉ କେତକ ଚାଷୀ ପରିବା ତୋଳିବା ପରେ ଉପଯୁକ୍ତ ବଜାର ଅଭାବ ଯୋଗୁ ତାକୁ ବିକ୍ରି କରି ନ ପାରି ଗାଈ ଗୋରୁଙ୍କୁ ଖାଇବାକୁ ଦେଇ ଦେଉଛନ୍ତି। ଭଞ୍ଜନଗର ବ୍ଲକ ଘୋଡ଼ାଦାଣ୍ଡିର ଚାଷୀ ଚୈତନ୍ୟ ଗୁଟା ଦୌନନ୍ଦିନ ନିଜ ଜମିରୁ ବାହାରୁଥିତ୍ବା ପରିବାକୁ ବର୍ତମାନ ଗାଈ ଗୋରୁକୁ ଖାଇବାକୁ ଦେଇ ଦେଉଛନ୍ତି। ଫୁଲ ଚାଷୀମାନେ ମଧ୍ୟ ଫୁଲ ଆଉ ତୋଳୁ ନାହାନ୍ତି। ଜମିରେ ଫୁଲ ଫୁଟି ନଷ୍ଟ ହୋଇଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…

ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri