ଲକ୍‌ଡାଉନ୍‌: କେନ୍ଦ୍ରାପଡାରେ ପ୍ରସ୍ତୁତ ହେଉଛି ୬ ହଜାର ଶଯ୍ୟା

କେନ୍ଦ୍ରାପଡା ଅଫିସ, ୨୮।୩- କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ସକାଶେ ଲକ୍‌ଡାଉନ୍‌ କରାଯାଇଥିବା ବେଳେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏ ଦିଗରେ ବିଶେଷ ଗୁରୁତ୍ୱ ଦିଆଯାଉଥିବା ଦେଖାଯାଇଛି। ତାଲାବନ୍ଦ ସମୟରେ କୌଣସି ଲୋକ ଘରୁ ନ ବାହାରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଜାରିରହିଛି। ଅପରପକ୍ଷରେ ସଂକ୍ରମିତଙ୍କ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଜିଲାରେ ୬ ହଜାର ଶଯ୍ୟା ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜିଲାର ପ୍ରତି ପଞ୍ଚାୟତରେ ଅନୂ୍ୟନ ୨୦ଟି ଶଯ୍ୟା ବ୍ୟବସ୍ଥା ହୋଇଥିବା ବେଳେ କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟ, ସାନ୍ଧ୍ୟ ମହାବିଦ୍ୟାଳୟ ଓ ଡେରାବିଶ ବ୍ଲକ ଛତାସ୍ଥିତ ପଲିଟେକନିକ୍‌ କଲେଜ, ତରାଣ୍ଡୋସ୍ଥିତ ଆଦର୍ଶ ବିଦ୍ୟାଳୟ ଓ ପଟ୍ଟାମୁଣ୍ଡାଇର ସଂଖ୍ୟାଲଘୁ ଛାତ୍ରାବାସରେ ୯୫୦ ଶଯ୍ୟା ପ୍ରସ୍ତୁତ ହେଉଛି। ଏହି ଅସ୍ଥାୟୀ ଚିକିତ୍ସାଳୟରେ ରୋଗୀଙ୍କ ଚିକିତ୍ସା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି। ଏଥିସହ ଜିଲାର ୧୦ଟି ଆବାସିକ ଗୃହରେ ରହୁଥିବା ୧୨୭୭ ଜଣ ଶିକ୍ଷାର୍ଥୀଙ୍କୁ ଇତିମଧ୍ୟରେ ଘରକୁ ପଠାଯାଇଛି ବୋଲି ଜିଲା ପ୍ରଶାସନ ପକ୍ଷରୁ ଶନିବାର ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ଜିଲାର ୧,୮୫,୯୩୧ ଜଣ ଭତ୍ତା ହିତାଧିକାରୀଙ୍କୁ ୪ ମାସର ଭତ୍ତା ଅର୍ଥ ପ୍ରଦାନ କରାଯିବା ବ୍ୟବସ୍ଥା ଜାରିରହିଛି। ସେହିପରି ଜିଲାର ମୋଟ ୧୧,୫୯,୯୩୩ ଜଣ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ୩ ମାସର ରାଶନ ସାମଗ୍ରୀ ଆଗୁଆ ପ୍ରଦାନ କରାଯାଉଛି। ଏଥିସହ ବିଦେଶରୁ ଜିଲାକୁ ଆସିଥିବା ୫୩୯ ଜଣ ଓ ରାଜ୍ୟ ବାହାରୁ ଆସିଥିବା ୬୭୯୧ ଜଣଙ୍କ ନାମ ପଞ୍ଜୀକୃତ କରାଯାଇଛି। ସରକାରଙ୍କ ତାଲାବନ୍ଦ ଘୋଷଣାକୁ ବ୍ୟତିକ୍ରମ କରିଥିବା ୪୪ ଜଣଙ୍କ ନାମରେ ୨୪ଟି ମାମଲା ରୁଜୁ ହୋଇଥିବା ସୂଚନା ଦିଆଯାଇଛି। ଏଥିସହିତ ଜିଲାପାଳ ସମର୍ଥ ବର୍ମା ସାମାଜିକ ଦୂରତା ପାଳନ କରିବା ପାଇଁ ଜିଲାବାସୀଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାନ ଦୋକାନୀ,ତାଙ୍କ ବାପାଙ୍କୁ ହତ୍ୟା ଉଦ୍ୟମ: ୨ ଗିରଫ

ଦିଗପହଣ୍ଡି,୨୯ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗାଁ ଛକରେ ପାନ ଦୋକାନ କରିଥିବା ରୁଦ୍ର ପ୍ରଧାନ ଏବଂ ତାଙ୍କ ବାପା ସଞ୍ଜୟ ପ୍ରଧାନଙ୍କୁ…

ଦିଗପହଣ୍ଡି ଛାତ୍ରଙ୍କ ଜାପାନ ଯାତ୍ରା: ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ      

ଦିଗପହଣ୍ଡି,୨୯|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମର ଛାତ୍ର ଦେବାଶିଷ ମିଶ୍ର ଜାପାନ ଯାତ୍ରା କରିଛନ୍ତି। ସେ ଗାଁ ସ୍କୁଲରୁ ପାଠ ପଢ଼ି…

ଧାନ ମଣ୍ଡି ନିକଟରୁ ମିଳିଲା ରକ୍ତାକ୍ତ ମୃତଦେହ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କୋକସରା,୨୯ା୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଡାଲଗୁମା ଗ୍ରାମ ଧାନ ମଣ୍ଡି ନିକଟରୁ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୋଲିସ ଜବତ କରିଛି।…

ଥୁଆମୂଳ ରାମପୁରରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି: ୭୮ଟି ଆବେଦନ ଗ୍ରହଣ, ସମାଧାାନକୁ ନେଇ ଉଠିଲା ପ୍ରଶ୍ନ

ଥୁଆମୂଳ ରାମପୁର, ୨୯/୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ସୋମବାର ବ୍ଲକସ୍ତରୀୟ ସଂଯୁକ୍ତ ଜନଅଭିଯୋଗ ଶୁଣାଣି ଓ ସମାଧାନ…

ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍‌: ୫ ବର୍ଷ ପରେ ତାମିଲନାଡୁରୁ ଗିରଫ ହେଲେ ଦମ୍ପତି

ମାଲକାନଗିରି,୨୯ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସଦର ମହକୁମାର ଏକ ସୁନା ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଚୋରି ମାମଲାରେ ତାମିଲନାଡୁର ଏକ ଦମ୍ପତି ଗିରଫ ହୋଇଛନ୍ତି।ଏନେଇ ମାଲକାନଗିରି ଏସ୍‌ପି ବିନୋଦ…

ଭାଜପା ଯୁବମୋର୍ଚ୍ଚା କର୍ମକର୍ତ୍ତା ଘୋଷଣା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭଞ୍ଜନଗର,୨୯।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭାଜପା ଭଞ୍ଜନଗର ସାଂଗଠନିକ ଜିଲାର ନୁତନ ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କ ନାମ ସୋମବାର ଘୋଷଣା ହୋଇଛି। ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି…

ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ, ପରିବାର ଲୋକେ ଆଣିଲେ ଅଭିଯୋଗ

ଭୁବନେଶ୍ୱର,୨୯।୬: ଖୋର୍ଦ୍ଧା ଜିଲା ବାଣପୁର ପୋଲିସ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଏକ ଗଣ୍ଡଗୋଳ ମାମଲାରେ ବାଣପୁର ପୋଲିସ…

ପୁଇଁତୋଳାରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ, ମଇଳା ପାଣି ଜମୁଥିବାରୁ ହନ୍ତସନ୍ତ….

ଗଞ୍ଜାମ, ୨୯।୬ (ବିଦ୍ୟାଧର ସାହୁ ): ଗଞ୍ଜାମ ସହର ମଧ୍ୟରେ ଥିବା ବିଭିନ୍ନ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏହି ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri