ଲକ୍‌ଡାଉନ ଯୋଗୁ ହନ୍ତସନ୍ତ ଶତାୟୁ, ପରିବାର ସଦସ୍ୟଙ୍କୁ ସହାୟତା ମିଳୁନି

ନୂଆପଡ଼ା ଅଫିସ,୨୨ା୪-ଘରେ ପଡି ରହିଛନ୍ତି ଶହେ ବର୍ଷ ବୟସର ଆଈ ବିଶାହୀନ ା ୭୫ ବର୍ଷ ବୟସର ବାପା ରେଶମଲାଲ ା ଏମାନଙ୍କ ସହିତ ସ୍ତ୍ରୀ ପୁନେଇ(୪୫), ଦୁଇ ପୁଅ ତୁଲେଶ(୧୫) ଓ ହୁତେଶ(୧୩) ା ଲକ୍‌ଡାଉନ ଯୋଗୁ ପଦାକୁ ଗୋଡ଼ କାଢ଼ିବାକୁ ଭୟ ା ଏପରି ପରିସ୍ଥିତିରେ ଏହି ୬ ପ୍ରାଣୀଙ୍କ ମୁହଁକୁ ଖାଦ୍ୟ ମୁଠାଏ ଦାନା ଦେବାରେ ଅସମର୍ଥ ହୋଇପଡିଛନ୍ତି ଯୁଧିଷ୍ଠିର ପଟେଲ(୫୦) ା ଆଜିକୁ ଲକ୍‌ ଡାଉନ ୨୭ଦିନ ବିତିଛି ା ଯାହା ଘରେ ପନିପରିବା, ଚାଉଳ, ଚୂଡ଼ା ମୁଢ଼ି ଥିଲା ତାହା ସରିଛି ା କିଛି କିଣି ଆଣିବାକୁ ଟଙ୍କା ବି ନାହିଁ ା ଏହି ଦୁଃଖ ସମୟରେ ସାହି ପଡ଼ିଶା ବି କିଛି କରିପାରିବେ ନାହିଁ ବୋଲି କହି ହାତ ଟେକି ଦେଇଛନ୍ତି ା କେବଳ ଭାଗ୍ୟ ଭଗବାନଙ୍କୁ ଆଶ୍ରା କରି ଯୁଧିଷ୍ଠିର ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ା
ସଦର ବ୍ଲକ ଟାନ୍‌ୱାଟ ପଞ୍ଚାୟତ ଅଧୀନ ଖୋକସା ଛକ ନିକଟରେ ୟୁଧିଷ୍ଠିରଙ୍କ ଘର ା ତାଙ୍କ ପରିବାରର ଜମିବାଡି କିଛି ନ ଥିଲା ା ସରକାରୀ ଜମିରେ ଚାଳିଆ ଖଣ୍ଡେ କରି ମୁଣ୍ଡ ଗୁଞ୍ଜିଛନ୍ତି ତାଙ୍କ ପରିବାର ା ଲକ୍‌ଡାଉନ ଯୋଗୁ ମୂଲମଜୁରି ସବୁ ବନ୍ଦ ହୋଇଯାଇଛି ା କାହାଠାରୁ ସହାୟତା ବି ମିଳୁନି ା କିପରି ନିଜ ପରିବାର ସଦସ୍ୟଙ୍କ ମୁହଁରେ ମୁଠାଏ ଆହାର ଦେବେ ସେହି ଚିନ୍ତାରେ ସେ ଭାଙ୍ଗିପଡିଛନ୍ତି ା ପରିସ୍ଥିତି ଏପରି ହୋଇଛି ଯେ, ଯୁଧିଷ୍ଠିରଙ୍କ ଆଈ ଶଯ୍ୟାଶାୟୀ ଥିଲେ ମଧ୍ୟ ତାଙ୍କୁ ଏଯାବତ କୌଣସି ରନ୍ଧାଖାଦ୍ୟ ମିଳୁନାହିଁ ା ବୃଦ୍ଧ ରେଶମଲାଲଙ୍କୁ ମଧ୍ୟ ଭତ୍ତା ମିଳୁ ନ ଥିବା ସେ କହିଛନ୍ତି ା ସରକାରୀ ସହାୟତା ପାଇଁ ବାରମ୍ବାର ପଞ୍ଚାୟତକୁ ଦୌଡିଥିଲେ ମଧ୍ୟ ସୁଫଳ ନ ପାଇ ଭଙ୍ଗା ଛପର ଘରେ ତାଙ୍କ ପରିବାର କାଳ କାଟୁଛନ୍ତି ବୋଲି ସେ କ୍ଷୋଭର ସହ କହିଛନ୍ତି ା ଏ ସଂକ୍ରାନ୍ତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜୟପ୍ରକାଶ ମାଝିଙ୍କୁ ପଚାରିବାରୁ ସେ ଏ ସଂକ୍ରାନ୍ତରେ ଅବଗତ ନ ଥିବା କହିଛନ୍ତି ା ତୁରନ୍ତ ସେହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri