ଲକ୍‌ଡାଉନ: ଭାଜପା ନେତାଙ୍କ ଭିନ୍ନ ଧରଣର ପ୍ରଦର୍ଶନ

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ସଂକ୍ରମିତଙ୍କ ବୃଦ୍ଧିକୁ ନେଇ ଚିନ୍ତା ବଢୁଥିବା ବେଳେ କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ତୁତୁମେମେ ଜାରି ରହିଛି। ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ମହାସଚିବ ତଥା ପଶ୍ଚିମବଙ୍ଗ ପାର୍ଟି ପ୍ରଭାରୀ କୌଳାସ ବିଜୟଭର୍ଗିୟ ଓ ପଶ୍ଚିମବଙ୍ଗର ଭାଜପା ଏମ୍‌ପି ବାବୁଲ ସୁପ୍ରିୟୋ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟକୁ ନେଇ ନିଜ ନିଜ ଘରେ ରବିବାର ବିରୋଧ ପ୍ରଦର୍ଶନ କରିଥିବା ଦେଖାଯାଇଛି। କରୋନା ସଙ୍କଟ ଯୋଗୁ ଏହି ବିରୋଧ ପ୍ରଦର୍ଶନ ଭିଡିଓ ମାଧ୍ୟମରେ କରାଯାଉଛି। ଏଥିରେ ଅନ୍ୟ ଭାଜପା ନେତାମାନେ ମଧ୍ୟ ସାମିଲ ହେଉଛନ୍ତି। ବିଜୟଭର୍ଗିୟ ଇନ୍ଦୋରରେ ଓ ସୁପ୍ରିୟୋ ଦିଲ୍ଲୀଠାରେ ଧାରଣାରେ ବସିଛନ୍ତି। ଏମାନଙ୍କର ଅଭିଯୋଗ ହେଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ସହଯୋଗୀ ରାଜ୍ୟରେ କରୋନା ସଂକ୍ରମିତଙ୍କ ତଥ୍ୟ ଲୁଚାଇବା ସହ ଏହାକୁ ଗୁରୁତର ସହ ନେଉନାହାନ୍ତି। ଏହାସହ ପଶ୍ଚିମବଙ୍ଗରେ ଲକ୍‌ଡାଉନ ନିୟମକୁ ମଧ୍ୟ ଉଲ୍ଲଂଘନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ମାଲବାହୀ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଏଥିପାଇଁ ଇରାନ ଦାୟୀ ବୋଲି ଦାବି କଲା

ତେହରାନ,୨।୬: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ହ୍ରାସ ପାଇବାର କୌଣସି ସଙ୍କେତ ଦେଖାଯାଉନାହିଁ। ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ମଧ୍ୟ ଅସ୍ଥିର ରହିଛି। ଏହି ସମୟରେ, ଦୁଇ…

ବିନା କଟ୍‌ନୀରେ ମଣ୍ଡିରୁ ଉଠୁନି ଧାନ: ସିଏସ୍‌ଓଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ବିତି ଯାଇଛି। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ ବିକ୍ରିବଟାରେ ଦେଖାଯାଇଥିବା ସମସ୍ୟା ଅସମାହିତ ରହିଛି। ଟୋକନ ସମସ୍ୟା…

ଭାଜପା ଛାଡ଼ି ନୂଆ ଦଳ ଗଢ଼ିବେ ଆନ୍ନାମଲାଇ, କାହିଁକି ଏହି ନିଷ୍ପତ୍ତି ଜାଣନ୍ତୁ

ଚେନ୍ନାଇ,୨।୬: ଦକ୍ଷିଣ ଭାରତରେ ଭାଜପାର ଅନ୍ୟତମ ପ୍ରମୁଖ ଚେହେରା ତଥା ତାମିଲନାଡୁରେ ଦଳର ପୂର୍ବତନ ସଭାପତି କେ. ଆନ୍ନାମଲାଇ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସେ…

ଏନ୍‌ଭିଡିଆ ଆଣିଲା ଶକ୍ତିଶାଳୀ ଚିପ୍‌: ପିସି, ଲାପ୍‌ଟପ୍‌ କ୍ଷେତ୍ରରେ ଆସିବ ଏଆଇ କ୍ରାନ୍ତି

ତାଇପେଇ,୨ା୬(ରଏଟର୍ସ):ବିଶ୍ୱର ପ୍ରମୁଖ ଚିପ୍‌ ନିର୍ମାଣକାରୀ ସଂସ୍ଥା ‘ଏନ୍‌ଭିଡିଆ’ ବ୍ୟକ୍ତିଗତ କମ୍ପ୍ୟୁଟର (ପିସି) ଏବଂ ଲାପ୍‌ଟପ୍‌ ଜଗତରେ ବଡ଼ ବିପ୍ଳବ ଆଣିବାକୁ ଯାଉଛି। କମ୍ପାନୀ ପକ୍ଷରୁ ସୋମବାର ଏକ…

ଇଟାଭାଟିକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡ଼ିଗଲେ ଯୁବକ, ତାପରେ ଯାହା ଘଟିଲା……

ପରଜଙ୍ଗ,୨।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଡମୋଳ ଝରା ସାହି ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।ଗୋଟିକିଆ ଦନ୍ତା…

୩ରେ ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୨ା୬(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ୍‌ ୩ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବାଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା…

ରାଗରେ ନେତାନ୍ୟାହୁଙ୍କୁ ଫୋନ କଲେ ଟ୍ରମ୍ପ, ‘ତୁମେ ପାଗଳ ହୋଇଗଲ!’

ଓ୍ବାଶିଂଟନ,୨।୬: ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଫୋନ୍ କରିଥିଲେ ଏବଂ ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣ ବୃଦ୍ଧି ପାଇଁ ତାଙ୍କୁ କଡ଼ା…

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri